ମେଷ: ନିବେଶ ସଂପର୍କ ଯୋଜନାରେ ଅଧିକ ଲାଭ ହୋଇପାରେ। ଘରେ ଧାର୍ମିକ କାର୍ଯ୍ୟ ସଂପନ୍ନ ହୋଇପାରେ। ମାତା ପିତାଙ୍କ ଆଶୀର୍ବାଦରେ ଆପଣଙ୍କ କାମରେ ସଫଳତା ପାଇବେ। ଲୁଗା ବ୍ୟବସାୟରେ ଲାଭ ହେବ।
ବୃଷ: କୌଣସି ସମାରୋହରେ ସାମିଲ ହେବେ। ଆପଣଙ୍କ ଉପସ୍ଥିତିକୁ ମହତ୍ବ ମିଳିବ। ପୁରୁଣା ଅଶାନ୍ତିରୁ ଆରାମ ମିଳିପାରେ। ଆପଣ ଭବିଷ୍ୟକୁ ନେଇ ଅଧିକ ସକ୍ରିୟ ଓ ଗମ୍ଭୀର ରହିବେ। ବ୍ୟବସାୟରେ ଲାଭ ହେବ।
ମିଥୁନ: ବ୍ୟବସାୟରେ ବହୁତ ଅଧିକ ଦାୟିତ୍ବ ଓ କାମର ବୋଝ ରହିବ। କାର୍ଯ୍ୟକ୍ଷେତ୍ରରେ ଗମ୍ଭୀରତା ଓ ନିଷ୍ଠାରେ ନିଜର ପ୍ରୋଜେକ୍ଟକୁ ରୂପରେଖ ଦିଅନ୍ତୁ। ଘରେ ସୁଖ ଶାନ୍ତିର ମାହୋଲ ରହିବ।
କର୍କଟ: ବଡ଼ ଭାଇଙ୍କ ସହିତ ବସି ଜମି ସମ୍ବନ୍ଧୀୟ କଥା ହେବେ। ଅର୍ଥ ସଂପର୍କିତ ଯୋଜନା କରିବେ। କୌଣସି ପ୍ରକାର ଲାଗି ରହିଥିବା କାନୁନ ସମସ୍ୟାର ସମାଧାନ ପାଇପାରନ୍ତି। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।
ସିଂହ: କୌଣସି ପାଖ ବ୍ୟକ୍ତିଙ୍କ ସଂପର୍କରେ ଗଭୀରତାରେ ବିଚାର କରି ସମନ୍ଧ ସୁଧାରିବେ। ସରକାରୀ ବା କୋର୍ଟ ସମ୍ବନ୍ଧୀୟ କୌଣସି ମାମଲା ଅଟକିଥିଲେ ତାର ଉଚିତ ସଫଳତା ମିଳିବାର ସମ୍ଭାବନା।
କନ୍ୟା: କୌଣସି ନକାରାତ୍ମକ ସ୍ଥିତିରେ ଭୟଭୀତ ନହୋଇ ତାର ସମାଧାନ ଖୋଜନ୍ତୁ। ଭାଇ ଭଉଣୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଛାତ୍ରଛାତ୍ରୀ ନିଜ ଭାବନାରେ ଅଧିକ ସକାରାତ୍ମକ ଆଣନ୍ତୁ।
ତୁଳା: ଆପଣଙ୍କ କାର୍ଯ୍ୟ କୁଶଳତା ଓ ଯୋଗ୍ୟତାର ପ୍ରଶଂସା ହେବ। ବିଦେଶ କଂପାନିରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ। ପାରିବାରିକ ସୁଖରେ ବୃଦ୍ଧି ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ।
ବିଛା: ଯଦି କୌଣସି କାରଣରୁ ଦ୍ବିଧାରେ ଅଛନ୍ତି ତେବେ ସେଥିରୁ ମୁକ୍ତି ପାଇବେ। କଠିନ ପରିସ୍ଥିତିରେ ଆପଣଙ୍କ ପରିବାର ଆପଣଙ୍କ ସାମନାରେ ଢ଼ାଲ ହୋଇ ଛିଡ଼ା ହେବେ। ଚାକିରିରେ ସଫଳତା ମିଳିବା ଯୋଗ ଅଛି।
ଧନୁ: ପ୍ରୋଜେକ୍ଟ କାର୍ଯ୍ୟରେ ଜୀବନସାଥୀର ସହଯୋଗ ପାଇବେ। ସକାରାତ୍ମକ ଭାବନା ଆପଣଙ୍କ ଜୀବନ ଯାପନରେ ସାହାଯ୍ୟ କରିବ। ବୀମା ଓ କମିସନି କାର୍ଯ୍ୟରେ ଯଥେଷ୍ଟ ସଫଳତା ପାଇବେ।
ମକର: କୌଣସି ପୋଲିସରେ ନିବେଶ ଲାଗି ଦିନଟି ଶୁଭ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ। ବାଲ୍ୟବନ୍ଧୁ ସହ ଦେଖା ହେବ।
କୁମ୍ଭ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ନିଜର ବ୍ୟକ୍ତିଗତ କଥା ଅନ୍ୟକୁ ନକହିଲେ ବଡ଼ ଅଶାନ୍ତିରୁ ରକ୍ଷା ପାଇଯିବେ। ଆପଣଙ୍କ ଚତୁରତା ଓ ଯୋଗ୍ୟତାର ପ୍ରଶଂସା ହେବ।
ମୀନ: ଭାଗ୍ୟୋନ୍ନତର ସୂଚନା। ସାରା ଦିନ କାର୍ଯ୍ୟ ବ୍ୟସ୍ତତାରେ ରହିବେ। ଆଜିର ପରିବେଶକୁ ଲକ୍ଷ୍ୟ ରଖି ଯେଉଁ ଯୋଜନା ପ୍ରସ୍ତୁତି କରିଛନ୍ତି ତାହା ଦ୍ବାରା ଆପଣଙ୍କର ବହୁତ ସମସ୍ୟାର ସମାଧାନ ହୋଇଯିବ।