ମେଷ: ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭର ରହନ୍ତୁ ନାହିଁ। କର୍ମ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସକାରାତ୍ମକ ରହନ୍ତୁ। ଅଫିସରେ ଅଧିକ ସମୟ କାମ କରିବା ଯୋଗୁଁ ଘରେ ପହଞ୍ଚିବା ବିଳମ୍ବ ହେବ। 

Advertisment

ବୃଷ: ଜୀବନ ବହୁତ ସହଜ ଓ ସରଳ ହେବ। ଯାହା ବି କାମ କରିବେ ନିଶ୍ଚୟ ପୂରା ହେବ। ଆପଣଙ୍କ ଯୋଜନା ଗୁପ୍ତ ରଖନ୍ତୁ ନହେଲେ ଅନ୍ୟମାନେ ତାର ଫାଇଦା ନେବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି। 

ମିଥୁନ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଜମି ବ୍ୟବସାୟୀଙ୍କ ଲାଗି ଲାଭଦାୟକ ସ୍ଥିତି ଅଛି। ଅଫିସ କାମରେ ସଫଳତା ପାଇବେ। ଈଶ୍ବରଙ୍କ ପ୍ରତି ବିଶ୍ବାସ ବଢ଼ିବ। 

କର୍କଟ: ପରିସ୍ଥିତିକୁ ଦେଖିବାର ଦୃଷ୍ଟିକୋଣ ବଦଳାନ୍ତୁ। ଅଧୁରା କାମ ପୂରା କରିବା ଲାଗି ଉଚିତ ସମୟ। ସମସ୍ୟାକୁ ସକାରାତ୍ମକ ଉପାୟରେ ସମାଧାନ କରନ୍ତୁ। ବଡ଼ ଉପଲବ୍ଧି ମିଳିବା ଯୋଗୁଁ ଉତ୍ସାହିତ ରହିବେ। 

ସିଂହ: ଦାମ୍ପତ୍ୟ ଜୀବନ ତଥା ଘରର ବ୍ୟବସ୍ଥାରେ ମଧୁରତା ଓ ଆପୋସୀ ସାମଞସ୍ୟ ବଜାୟ ରହିବ। ଆପଣଙ୍କ ଉପରେ କାମର ଭାର ଅଧିକ ରହିବ। ଯୁବାବର୍ଗ ବ୍ୟର୍ଥ କାର୍ଯ୍ୟରେ ସମୟ ବରବାଦ କରନ୍ତୁ ନାହିଁ।

କନ୍ୟା: ଜୀବନସାଥୀ ବା ପରିଜନଙ୍କ ସହଯୋଗ ଆପଣଙ୍କ ଆତ୍ମବଳକୁ ବଢ଼ାଇ ରଖିବ। ସକାରାତ୍ମକ ହୋଇ କାମରେ ଧ୍ୟାନ ଲଗାଇବେ। କାହାରି ପ୍ରଲୋଭନରେ ପଡ଼ନ୍ତୁ ନାହିଁ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। 

ତୁଳା: ଆର୍ଥିକ ସମସ୍ୟା ସମାଧାନ ହେବ। ଦୃଷ୍ଟିକୋଣରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ଭୂମି ବା ଗାଡ଼ି ସମ୍ବନ୍ଧୀୟ ମକଦ୍ଦମା କୋର୍ଟରେ ଥିଲେ ତାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। 

ବିଛା: ଧାର୍ମିକ ଓ ଆଧ୍ୟାତ୍ମିକ ଆଡ଼କୁ ଆପଣଙ୍କର ଧ୍ୟାନକେନ୍ଦ୍ରୀତ ହେବ। ଲକ୍ଷ୍ୟ ପ୍ରତି ପୂର୍ଣ୍ଣରୂପେ ଏକାଗ୍ରଚିତ୍ତ ରହିବେ। ସମାଜରେ ନିଜର ଏକ ଅଲଗା ପରିଚୟ ବନାଇବେ। ପ୍ରେମ ଜୀବନ ଭଲ ହେବ। 

ଧନୁ: ବିଦ୍ୟାର୍ଥୀ ଓ ଯୁବାବର୍ଗ ନିଜର ସଫଳତାକୁ ନେଇ ମନରେ କୌଣସି ପ୍ରକାର ସଂଶୟ ରଖନ୍ତୁ ନାହିଁ। ନୂଆ ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ। ନୂଆ ଚାକିରିର ସୁଯୋଗ ଆସିପାରେ।

ମକର: ଅନ୍ୟମାନଙ୍କ ଉପରେ ଅଧିକ ଆଶା ନରଖି ନିଜର କାର୍ଯ୍ୟ ଦକ୍ଷତା ଓ ଯୋଗ୍ୟତା ଉପରେ ଭରସା ରଖନ୍ତୁ। ଯୁବାବର୍ଗ ଭାବନାରେ ଆସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ।

କୁମ୍ଭ: ଚାକିରି, ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରାର କାର୍ଯ୍ୟକ୍ରମ ବନିପାରେ। ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବିଦ୍ୟାର୍ଥୀ ଚିତ୍ତ ଚାଞ୍ଚଲ୍ୟ ଠାରୁ ଦୂରରେ ରହି ପଢ଼ିବା ଉପରେ ପୂରା ଧ୍ୟାନ କେନ୍ଦ୍ରୀତ କରନ୍ତୁ। 

ମୀନ: ନିକଟ ସଂପର୍କିୟଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ବ୍ୟବସାୟ ଯୋଜନା ଆରମ୍ଭ କରିବା ଲାଗି ଠିକ୍ ସମୟ। ଆପଣଙ୍କୁ କିଛି ଲୋକ ଈର୍ଷାର କାରଣ ବିରୋଧ କରିବେ। ଧାର ଦେଇଥିବା ଅର୍ଥ ପାଇବେ।