ମେଷ:-ଚାକିରିଜୀବୀ ନୂଆ ପ୍ରୋଜେକ୍ଟ ପାଇପାରନ୍ତି। ସଫଳତାର ଭଲ ଅବସର ଅତି ଶୀଘ୍ର ପାଇବେ। ଜୀବନସାଥୀ ସହ ସମ୍ବନ୍ଧକୁ ନେଇ ଅଧିକ ଭାବୁକ ହେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ପରିଶ୍ରମ କରନ୍ତୁ।

Advertisment

ବୃଷ:-ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାରେ ସମାଧାନ ପାଇବେ। ଯୁବାବର୍ଗ କୌଣସି କଥାକୁ ନେଇ ଉତ୍ସାହିତ ରହିବେ। ଋଣ ପରିଶୋଧ କରିବେ। ପ୍ରିୟଜନ ମିଳନ। ମନ ପସନ୍ଦ ବସ୍ତୁ ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। 

ମିଥୁନ:-କାରବାରରେ ନୂଆ ଗତିବିଧି ଉପରେ କାମ କରିବା ଲାଗି ଦିନଟି ଭଲ। ଅଫିସରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ପୂର୍ବରୁ ଦେଇଥିବା ପ୍ରତିଯୋଗୀ ପରୀକ୍ଷାରେ ଭଲ ଫଳ ପାଇବେ। 

କର୍କଟ:-ବରିଷ୍ଠଙ୍କ ମାର୍ଗ ଦର୍ଶନ ମିଳିବା ଯୋଗୁଁ କୌଣସି ମହତ୍ବପୂର୍ଣ୍ଣ ନିର୍ଣ୍ଣୟ ନେବା ସହଜ ହେବ। ପରିଶ୍ରମ ପାଇଁ ଆପଣଙ୍କ କାରବାର ବୃଦ୍ଧି ହେବ। ଆପଣଙ୍କର ମହତ୍ବପୂର୍ଣ୍ଣ କଥା କାହାରିକୁ କହନ୍ତୁ ନାହିଁ। 

ସିଂହ:-ଅଫିସରେ ଆପଣଙ୍କ କାମରେ କତୃପକ୍ଷ ପ୍ରଭାବିତ ହୋଇ ଆପଣଙ୍କୁ ଉପହାର ଦେଇପାରନ୍ତି। ନିଜର ସାହାସ ଓ ଆତ୍ମବିଶ୍ବାସକୁ ହ୍ରାସ ହେବାକୁ ଦିଅନ୍ତୁ ନାହିଁ। ମହିଳାମାନେ ଜିନିଷ କିଣିବା ପାଇଁ ମନ ବଳାଇବେ। 

କନ୍ୟା:-ଆପଣଙ୍କ ମନରେ ନକାରାତ୍ମକ କଥା ଆସିବାକୁ ଦିଅନ୍ତୁ ନାହିଁ। ଧୈର୍ଯ୍ୟଧରି ରହନ୍ତୁ। କୌଣସି କାମରେ ଅନ୍ୟର ସାହାଯ୍ୟ ଅପେକ୍ଷା ନିଜ ପରିଶ୍ରମ ବଳରେ କରନ୍ତୁ। ଆର୍ଥିକ ସ୍ଥିତି ମଜଭୁତ ହେବ। 

ତୁଳା:-ଅନ୍ୟମାନଙ୍କ କଥାରେ ନଆସି ଆପଣଙ୍କ କଥାକୁ ପ୍ରାଥମିକତା ଦିଅନ୍ତୁ। ବଡ଼ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ପାଇବେ। ବେପାରରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରନ୍ତୁ। 

ବିଛା:-ଶୁଭ ସନ୍ଦେଶ ପାଇବା ଯୋଗୁଁ ସାରା ଦିନ ପ୍ରସନ୍ନ ରହିବେ। ଅଫିସରେ ଅଧିକ ସମୟ କାମ କରିବେ। ପରିବାରଜନଙ୍କ ସହିତ ସୁଖଦ ସମୟ ଅତିବାହିତ କରିବେ। ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବା ଲାଗି ଭଲ ସମୟ। 

ଧନୁ:-ନୂଆ ବିଚାରରେ କାମ କଲେ ଅଧିକ ଲାଭ ପାଇବେ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆଳସ୍ୟ ପାଇଁ କୌଣସି କାମ ଟାଳିବାର ପ୍ରୟାସ କରନ୍ତୁ ନାହିଁ। 

ମକର:-ଚାକିରି ପାଇଁ କୌଣସି ଅଧିକାରୀଙ୍କ ସହଯୋଗ ପାଇବେ। ରାଜନୀତିରେ ଆପଣ କିଛି ନୂଆ ଅନୁଭବ ପାଇବେ। ପରିବାରରେ ସୁଖ ଶାନ୍ତି ରହିବ। ବ୍ୟବସାୟରେ ଉନ୍ନତି ହେବ। 

କୁମ୍ଭ:-ଅନାବଶ୍ୟକ ଖର୍ଚ୍ଚ କମ୍ କଲେ ଆପଣଙ୍କର ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ। କାରବାରରେ ବ୍ୟବସ୍ଥା ବ୍ୟବସ୍ଥିତ ରହିବ। ଜୀବନସାଥୀର ଭାବନାକୁ ସମ୍ମାନ କରନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ। 

ମୀନ:-ଆପଣଙ୍କ ବିନମ୍ର ବ୍ୟବହାରରେ ସମସ୍ତଙ୍କ ହୃଦୟ ଜିଣିନେବେ। ବ୍ୟକ୍ତିଗତ କାର୍ଯ୍ୟକୁ ସହଜ ଉପାୟରେ ସଂପୂର୍ଣ୍ଣ କରିବେ। ଖର୍ଚ୍ଚ କରିବା ସମୟରେ ଆର୍ଥିକ ସ୍ଥିତି ଉପରେ ଧ୍ୟାନ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରାରେ ଯିବେ।