ମେଷ: ରବି ଓ ସୋମବାର ଅଧୁରା କାର୍ଯ୍ୟ ସଂପନ୍ନ ହେବ। ମଙ୍ଗଳ, ବୁଧ ଓ ଗୁରୁବାର କାରବାରରେ ଏକ ଲକ୍ଷ୍ୟ ରଖି କାମ କରନ୍ତୁ। ଶୁକ୍ର ଓ ଶନିବାର ସାକ୍ଷାତ୍‌କାର ପରୀକ୍ଷାରେ ସଫଳତା ହାସଲ କରିବେ।

Advertisment

ବୃଷ: ରବି ଓ ସୋମବାର ଭାଗ୍ୟ ବଦଳାଇବା ପାଇଁ ଅବସର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ବୁଦ୍ଧିମତ୍ତାରେ ବିରୋଧୀମାନଙ୍କୁ ଦୂରେଇ ରଖିବେ। ଶୁକ୍ର ଓ ଶନିବାର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ରବି ଓ ସୋମବାର ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ। ମଙ୍ଗଳ, ବୁଧ ଓ ଗୁରୁବାର ବନ୍ଧୁ ଦ୍ବାରା ଲାଭ ପାଇବେ। ଶୁକ୍ର ଓ ଶନିବାର ପ୍ରେମିକା ସହିତ ଲାଗି ରହିଥିବା ମନାନ୍ତର ଦୂରହେବ।

କର୍କଟ: ରବି ଓ ସୋମବାର ଚିଡ଼ିଚିଡ଼ାପଣ ଦୂର କରିବାକୁ ଚେଷ୍ଟା କରନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର ସ୍ଥଗିତ କାର୍ଯ୍ୟରେ ପ୍ରଗତି ହେବ। ଶୁକ୍ର ଓ ଶନିବାର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଲାଭ ପାଇବେ।

ସିଂହ: ରବି ଓ ସୋମବାର ଆୟର ରାସ୍ତା ଖୋଲିବ। ମଙ୍ଗଳ, ବୁଧ ଓ ଗୁରୁବାର ଜମି କିମ୍ବା ଭବନ କିଣିବେ। ଶୁକ୍ର ଓ ଶନିବାର ଉପରିସ୍ଥ କର୍ମଚାରୀଙ୍କ ସହିତ କଥା ହୋଇ ନିଜ ପ୍ରଶ୍ନର ଉତ୍ତର ପାଇଯିବେ।

କନ୍ୟା: ରବି ଓ ସୋମବାର ଭାଗିଦାରୀ କାର୍ଯ୍ୟରେ ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ସାହିତ୍ୟରେ ମଗ୍ନ ରହିବେ। ଶୁକ୍ର ଓ ଶନିବାର ଅଫିସରେ ନୂଆ କାମ ମିଳିପାରେ।

ତୁଳା: ରବି ‌ଓ ସୋମବାର ପରିବାରରେ ଆନନ୍ଦ ଉଲ୍ଲାସ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟବସାୟରେ ନୂଆ ପ୍ରୟୋଗ କରି ସଫଳ ହେବେ। ଶୁକ୍ର ଓ ଶନିବାର ଧାର୍ମିକ ପ୍ରବୃତ୍ତିର ବିକାଶ ହେବ।

ବିଛା: ରବି ଓ ସୋମବାର ଆର୍ଥିକ ସ୍ଥିତି ଚିନ୍ତାଜନକ ରହିପାରେ। ମଙ୍ଗଳ, ବୁଧ ଓ ଗୁରୁବାର ଜୀବନରେ ଖୁସିର ଆଗମନ ହେବ। ଶୁକ୍ର ଓ ଶନିବାର ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହଯୋଗ ପାଇବେ।

ଧନୁ: ରବି ଓ ସୋମବାର ରାଜନୀତିକ ସହଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ଇଚ୍ଛା ପୂରଣ କରିବା ଚେଷ୍ଟା ଫଳପ୍ରଦ ହେବ। ଗୁରୁ ଓ ଶୁକ୍ରବାର କୌଣସି କଥାକୁ ନେଇ ଭାଇ ସହିତ ମତଭେଦ ହେବ।

ମକର: ରବି ଓ ସୋମବାର ଚାକିରି ବ୍ୟବସାୟରେ ପ୍ରଗତି ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଧାର୍ମିକ କାର୍ଯ୍ୟ କରିବାର ଅବସର ପାଇବେ। ଶୁକ୍ର ଓ ଶନିବାର ପ୍ରେମୀଯୁଗଳ ନିଜ ସାଥୀର ଭାବନାକୁ ବୁଝିବେ।

କୁମ୍ଭ: ରବି ଓ ସୋମବାର ବିଶେଷ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ମଙ୍ଗଳ, ବୁଧ ଓ ଗୁରୁବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ। ଶୁକ୍ର ଓ ଶନିବାର ଉନ୍ନତି ପାଇଁ ନୂଆ ସାଧନ ପାଇବେ।

ମୀନ: ରବି ଓ ସୋମବାର ପରିଶ୍ରମ ଅନୁପାତରେ ଲାଭ କମ୍ ମିଳିପାରେ। ମଙ୍ଗଳ, ବୁଧ ଓ ଗୁରୁବାର ପାରିବାରିକ ଜୀବନ ଶାନ୍ତିମୟ ରହିବ। ଶୁକ୍ର ଓ ଶନିବାର କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ।

 horoscope