ମେ‌ଷ:-ସୁସମ୍ବାଦ ପାଇବେ। ନୂଆ ଚାକିରିର ସୁଯୋଗ ଅଛି। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କାରବାରରେ ଯଥେଷ୍ଟ ଲାଭ ପାଇବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। 

Advertisment

ବୃଷ:-ଦିନଟି ସବୁ ଦୃଷ୍ଟିରୁ ଭଲ। ଜମି ବ୍ୟବସାୟୀଙ୍କର କୌଣସି ବଡ଼ ଡ଼ିଲ୍ ଫାଇନାଲ ହୋଇଯିବ। ଜୀବନସାଥୀଙ୍କୁ ଖୁସି କରିବା ଲାଗି କୌଣସି ଉପହାର ଦେବେ। ଆପଣଙ୍କ ପ୍ରେମ ସଂପର୍କ ମଜଭୁତ ହେବ। 

ମିଥୁନ:-ବ୍ୟବସାୟରେ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହେବ। ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷାରେ ଭଲ ପରିଣାମ ପାଇବେ। ମୋଟର ଯାନ ସାବଧାନତାର ସହ ଚଳାନ୍ତୁ। 

କର୍କଟ:-କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ସମାଜରେ ପ୍ରଭାବ ବଢ଼ିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଭଳ ଖବର ଶୁଣିବେ। ନବ ଦମ୍ପତିଙ୍କ ଲାଗି ସମୟ ଭଲ। 

ସିଂହ:-ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ପରିବାରରେ ଖୁସିର ବାତାବରଣ ରହିବ। ଅଚାନକ ଧନଲାଭ ଯୋଗ ଅଛି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। 

କନ୍ୟା‌:-ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ମକଦ୍ଦମାରେ ଜୟଲାଭ କରିବେ। ସାମାଜିକ ସମାରୋହକୁ ଯିବାର ଅବସର ପାଇବେ। ଜରବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। 

ତୁଳା:-ସବୁ ସମସ୍ୟାର ସମାଧାନ ବାହାରିବ। ଶିକ୍ଷାକ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ। ବ୍ୟବସାୟରେ ପ୍ରଗତି ଲାଗ ସମୟ ଭଲ। ଆଇନି ଛାତ୍ର କୌଣସି ବଡ଼ ଓକିଲ ସହ କାମ କରିବେ। 

ବିଛା:-ଆତ୍ମବିଶ୍ବାସ ବଳରେ ପ୍ରତ୍ୟେକ କାମର ସଫଳ ହେବେ। କବିମାନଙ୍କ ଲାଗି ସମୟ ମହତ୍ବପୂର୍ଣ୍ଣ ରହିବ। ବୈବାହିକ ଜୀବନ ଖୁସିଭରା ରହିବ। ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ। 

ଧନୁ:-ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। କାମକୁ ନେଇ ସହକର୍ମୀଙ୍କ ବିଚାର ବିମର୍ଶ କରିବେ। ସାମାଜିକ ଜୀବନ ଭଲ ରହିବ। ପରିବାର ସହ ସହରକୁ ଜିନିଷ କିରିବା ଲାଗି ଯିବେ। 

ମକର:-ଅଚାନକ ଧନଲାଭ ହେବ। ନୂଆ କାମ କରିବାରେ ରୁଚି ବଢ଼ିବ। ରାଜନୀତିରେ ସଫଳତା ପାଇବେ। ସରକାରୀ ଚାକିରିଆଙ୍କ ସମୟ ଭଲ। ଦାମ୍ପତ୍ୟ ଜୀବନରେ ଖୁସି ଖବର ପାଇବେ।  

କୁମ୍ଭ:-ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଧନଲାଭର ଅବସର ପାଇବେ। ମନରେ ନୂଆ ଆଶା ଉତ୍ପନ୍ନ ହେବ। ବିବାହିତଙ୍କ ଲାଗି ସମୟ ସୁଖଦାୟୀ ରହିବ। 

ମୀନ:-ମଧୁର ବ୍ୟବହାର ପାଇଁ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବେ। ବେପାରରେ ଗତି ବୃଦ୍ଧି ହେବ। ସୋଫ୍ଟୟର ଇଂଜିନିୟରଙ୍କ ଲାଗି ଦିନଟି ବିଶେଷ ରହିବ। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ।