ମେଷ: ବିଦେଶ ଯାତ୍ରାର ଯୋଗ ଅଛି। ବଡ଼ କଂପାନିରୁ ଚାକିରିର ସୁଯୋଗ ଆସିପାରେ। କିଛି ନୂଆ ଲୋକ ଆପଣଙ୍କ ସହିତ ଯୋଡ଼ିବାକୁ ଚେଷ୍ଟା କରିପାରନ୍ତି। ସମସ୍ତଙ୍କୁ ନିଜ କଥାରେ ଖୁସି ରଖିବାର ସଫଳ ହେବେ। 

Advertisment

ବୃଷ: ବ୍ୟବସାୟ ଲାଗି ଦିନଟି ଅନୁକୂଳ। ସମୟ ସୀମାକୁ ଧ୍ୟାନ ରଖି କାମ କରନ୍ତୁ। ଘରର ମାହୋଲ ଠିକ୍ ରହିବ। ଘରକୁ କୌଣସି ବନ୍ଧୁ ଆସବାର ସମ୍ଭାବନା। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। 

ମିଥୁନ: ଠିକ୍ ସମୟରେ କାମ କରନ୍ତୁ ସଫଳତା ପାଇବେ। ବନ୍ଧୁ ନିଜ ପାଇଁ ଆପଣଙ୍କୁ କାମ କରିବା ପାଇଁ କହିପାରନ୍ତି। ରାଜନୀତିକ ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। 

କର୍କଟ: ବନ୍ଧୁ ସହିତ କଥାବର୍ତ୍ତାାରେ ଭଲ କାମ ମିଳିପାରେ। ଏଥିରେ ଆପଣଙ୍କର ଆମଦାନି ବୃଦ୍ଧି ହେବ। ଆପଣଙ୍କ ବ୍ୟବହାରରେ ଲୋକ ଖୁସି ହୋଇପାରନ୍ତି। ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି।

ସିଂହ: ଜୀବନରେ ନୂଆ କାମ ଆରମ୍ଭ ହୋଇପାରେ। ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। ଚାକିରିରେ ସଫଳତା ପାଇବେ। ଧନ ମାମଲାରେ ସ୍ଥିତି ଭଲ ହେବ। 

କନ୍ୟା: କିଛି ସମୟ ଈଶ୍ବର ଭକ୍ତିରେ ଲଗାନ୍ତୁ। ମହିଳା ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବା ଯୋଗ ଅଛି। ଘରକୁ ବନ୍ଧୁ ଆସିବେ। ପ୍ରେମୀ ଯୁଗଳ ଦୂରସ୍ଥାନକୁ ବୁଲି ଯିବାର ମନ ବନାଇବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। 

ତୁଳା: ନିଜ ଅନୁଭବର ଠିକ୍ ବ୍ୟବହାର କରି କୌଣସି ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଘର କାମରେ ଜୀବନସାଥୀଙ୍କୁ ସହଯୋଗ କରିବେ। ଅନଲାଇନିରେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିବେ। 

ବିଛା: ବନ୍ଧୁ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ। ବଡ଼ ଭାଇ ଭଉଣୀ ସହଯୋଗରେ ଚାକିରି ମିଳିପାରେ। ସନ୍ତାନ କ୍ୟାରିୟରରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ବହୂତ ଭଲ ରହିବ। 

ଧନୁ: କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥା ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ କରୁଥିବା ଲୋକ ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। 

ମକର: ବିଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ। ପରିବାର ଆଗରେ ନିଜର ମତ ରଖିବାର ମଉକା ପାଇବେ। ନିବେଶ କରିବା ସମୟରେ ନିଜ ବଜେଟ ଉପରେ ଧ୍ୟାନ ରଖନ୍ତୁ। 

କୁମ୍ଭ: କିଛି ସମୟ ଏକାନ୍ତରେ ଅତିବାହିତ କରିବାକୁ ପସନ୍ଦ କରିବେ। ବଡ଼ ଏବଂ ଅଲଗା କାମ କରିବା ପାଇଁ ଭାବି ପାରନ୍ତି। ଅଫିସରେ ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ। ନୂଆ ବିଚାର ଉପରେ କାମ କରିବେ। 

ମୀନ: ଅତୀତ ଭୁଲରୁ କିଛି ନୂଆ ଶିଖିକରି ଆଗକୁ ବଢ଼ିବେ। ନୂଆ କାର୍ଯ୍ୟ କରିବାକୁ ଉତ୍ସୁକତା ବଢ଼ିବ। ମନ ଚାହୁଁଥିବା ବସ୍ତୁ ପାଇବେ। କାନୁନ ମାମଲାର ସ୍ଥିତି ନିୟନ୍ତ୍ରଣ ରହିବ। କାର୍ଯ୍ୟ ଓ ବ୍ୟବସାୟ ପ୍ରତି ନିଷ୍ଠାବାନ ରହନ୍ତୁ।