ମେଷ:-ଆତ୍ମବିଶ୍ବାସ ବଢ଼ିବ। ବନ୍ଧୁ ସାହାଯ୍ୟ କରିବେ। ଅନେକ ସାଧନରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ।
ବୃଷ:-ଚାକିରି ବଦଳାଇବା ପାଇଁ ପ୍ରୟାସ କରିବେ। ଏଥିରେ ସଫଳତା ମଳିବାର ସମ୍ଭାବନା। ବେପାରରେ ଉନ୍ନତି ହେବା ଯୋଗୁଁ ମନ ପ୍ରସନ୍ନ ରହିବ। ଜୀବନସାଥୀ ସହଯୋଗରେ ଘରର ଦାୟିତ୍ବ ପୂରା କରିବେ।
ମିଥୁନ:-ନିଜ ପ୍ରୟାସରେ ଭଲ ଧନ ଅର୍ଜନ କରିବାରେ ସଫଳ ହେବେ। ସନ୍ତାନ କୌଣସି ବଡ଼ ଶିକ୍ଷା ସଂସ୍ଥାରେ ନାମ ଲେଖାର ଖବର ପାଇବେ। ବନ୍ଧୁ ସହିତ ସମୟ ଅତିବାହିତ କରିବେ।
କର୍କଟ:-କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହେବ। ନିଜ ପ୍ରୟାସରେ କାର୍ଯ୍ୟରେ ସଫଳତା ପାଇବେ। ଅଚାନକ ଧନଲାଭର ଉତ୍ସ ପାଇବେ। ଅଫିସର କାମର କାରଣ ବ୍ୟସ୍ତ ରହିବେ।
ସିଂହ:-ଦିନଟି ମଙ୍ଗଳମୟ ରହିବ। କାର୍ଯ୍ୟକ୍ଷେତ୍ରରେ ବିରୋଧୀ କିଛି ସମସ୍ୟା ଛିଡ଼ା କରାଇବେ। ଆପଣଙ୍କ ଏକାଗ୍ରତା ଆପଣଙ୍କୁ ସଫଳତା ଆଣିଦେବ। ସ୍ବଭାବରେ ଟିକେ ବିନମ୍ରତା ଆଣନ୍ତୁ।
କନ୍ୟା:-ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। ବନ୍ଧୁମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ। କିଛି ଲୋକ ଭାଗୀଦାରିରେ ବେପାର କରିବେ।
ତୁଳା:-ବେପାରରେ ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଶତ୍ରୁପକ୍ଷ ଆପଣଙ୍କୁ ଅଶାନ୍ତି କରିବା ପାଇଁ ବିଫଳ ପ୍ରୟାସ କରିବେ। ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ।
ବିଛା:-ନିଜ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ସାମାଜିକ ଉତ୍ସବରେ ଅଂଶ ଗ୍ରହଣ କରିପାରନ୍ତି। ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ। ପାରିବାରିକ ଜୀବନରେ ଖୁସି ଆସିବ।
ଧନୁ:-କାର୍ଯ୍ୟକ୍ଷେତ୍ରରେ ନିଜର ଯୋଗ୍ୟତା ଦେଖାଇବାରେ ମଉକା ପାଇବେ। ଅଫିସରେ କାମ ବଢ଼ିପାରେ। ବିବାଦ ଠାରୁ ଦୂରରେ ରହନ୍ତୁ। ସନ୍ତାନକୁ ନେଇ ଚିନ୍ତା ଦୂର ହେବ। ଜମି କିଣିବାରେ ସଫଳ ହେବେ।
ମକର:-ଦିନଚର୍ଯ୍ୟା ପରିବର୍ତ୍ତନ କରିବେ। ନିର୍ଣ୍ଣୟ ନେବାର କ୍ଷମତା ମଜଭୁତ ହେବ। ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସମୟ ବାହାର କରିବେ। ବ୍ୟବସାୟୀ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ।
କୁମ୍ଭ:-ଚାକିରିରେ ପଦୋନ୍ନତିର ପ୍ରତୀକ୍ଷା ସମାପ୍ତ ହେବ। ଘରେ ସୁଖ ସୁବିଧା ବୃଦ୍ଧି ହେବ। ଖୁସି ଖବର ପାଇବେ। ଆର୍ଥିକ ଲାଭର ସ୍ଥିତି ସୃଷ୍ଟି ହେବ। ଘନିଷ୍ଠ ବନ୍ଧୁଙ୍କ ସହ ମିଶିବା ପାଇଁ ତାଙ୍କ ଘରକୁ ଯିବେ।
ମୀନ:-କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବେଶରେ କାମ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ଜୀବନସାଥୀ ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଅନଲାଇନିରେ କାମ ଆରମ୍ଭ କରିପାରନ୍ତି।