ମେଷ:-ବ୍ୟବସାୟ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ଫଳପ୍ରଦ ସାବ୍ୟସ୍ତ ହେବ। ଆପଣଙ୍କ ଭିତରେ କଳାତ୍ମକ ଜିନିଷ ପ୍ରତି ଉତ୍ସାହ ରହିବ। କୌଣସି ବି କଥାରେ ତୁରନ୍ତ ପ୍ରତିକ୍ରିୟା ଦିଅନ୍ତୁ ନାହିଁ। ‌

Advertisment

ବୃଷ:-ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିବା ଯୋଗ ଅଛି। ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ନୂତନତ୍ବ ଆସିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ‌

ମିଥୁନ:-ଆପଣଙ୍କୁ ଭଲ ଉଦ୍ୟୋଗରେ ଚାକିରି ପାଇଁ ପ୍ରସ୍ତାବ ମିଳିବ। ଜୀବନସାଥୀ ସହିତ ଭଲ ସମୟ ବିତାଇବେ। ଛୋଟ ଛୋଟ କଥାରେ ରାଗନ୍ତୁ ନାହିଁ। ଆପଣଙ୍କ କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ। ‌

କର୍କଟ:-ଆପଣଙ୍କର ଦିନଟି ଶୁଭ ରହିବ। ଅଧ୍ୟୟନ ଓ ଅଧ୍ୟାପନ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ। ପ୍ରଶାସନିକ ସେବା ପାଇଁ ପ୍ରୟାସ କରୁଥବା ବ୍ୟକ୍ତି ବିଶେଷଙ୍କୁ ନୂଆ ଅବସର ପ୍ରାପ୍ତ ହେବ। ‌

ସିଂହ:-ଚାକିରିରେ ଉନ୍ନତି ଓ ଆୟ ବୃଦ୍ଧି ହେବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୈବାହିକ ଜୀବନରେ ଭଲ ତାଳମେଳ ରହିବ। ଆନନ୍ଦପୂର୍ବକ ଦିନଟି ଅତିବାହିତ କରିବେ। ଛାତ୍ର ପାଠପଢ଼ାରେ ଧ୍ୟାନ ଦିଅନ୍ତୁ। ‌

କନ୍ୟା:-ଆପଣଙ୍କ ମନ ପ୍ରସନ୍ନ ରହିବ। ଅଫିସ କାମ ସଂପୂର୍ଣ୍ଣ କରିବାରେ ସଫଳତା ପାଇବେ। ଆପଣଙ୍କୁ ଉନ୍ନତି ପାଇଁ ମଉକା ମିଳିବ। ପଇସା ଦିଆନିଆରେ ଟିକେ ସତର୍କ ରହନ୍ତୁ। ବେପାରରେ ଲାଭ ହେବ। 

‌ତୁଳା:-ଆପଣ କିଛି ଅନୁଭବୀ ଲୋକଙ୍କ ସହ ମିଶିବେ। ବେପାରରେ ଉନ୍ନତି ହେବ। ଆର୍ଥିକ ସ୍ଥିତିରେ ଅନୁକୂଳ ପରିଣାମ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।  

ବିଛା:-ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ରହିବ। ଅଫିସରେ ସହକର୍ମୀଙ୍କ ସହିତ ଭଲ ତାଳମେଳ ରହିବ। କତୃପକ୍ଷ ଆପଣଙ୍କ ଦେଖି ଖୁସି ହେବେ। ଆପଣଙ୍କର ଦରମା ବୃଦ୍ଧି ହୋଇପାରେ। 

ଧନୁ:-ପୁରୁଣା ଜମିବାଡ଼ିରେ ଆପଣଙ୍କୁ ଭଲ ଲାଭ ମିଳିବ। ଆପଣଙ୍କୁ କୌଣସି ବଡ଼ ସଫଳତା ହାସଲ ହେବ। ପ୍ରେମୀ ଯଚଗଳଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରୀଛାତ୍ରୀ କିଛି ନୂଆ ଶିଖିବେ। 

ମକର:-ଦିନଟି ଆପଣଙ୍କର ଆନନ୍ଦ ଓ ଉତ୍ସାହରେ ପରିପୂର୍ଣ୍ଣ ରହିବ। ବନ୍ଧୁର ସହଯୋଗ ପାଇବେ। ଆଶା ଠାରୁ ଅଧିକ ଲାଭର ସମ୍ଭାବନା ବଢ଼ିବ। ସକାରାତ୍ମକ ମାନସତା ଆପଣଙ୍କୁ ଚାକିରିରେ ଉନ୍ନତି ଆଣିଦେବେ। 

କୁମ୍ଭ:-କାର୍ଯ୍ୟରେ ଜୀବନସାଥୀର ସହଯୋଗ ପାଇବେ। କୌଣସି ବ୍ୟବସାୟ ସମ୍ମିଳନୀରେ ଯୋଗ ଦେବାକୁ ଯିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। 

ମୀନ:-ଶିକ୍ଷାକ୍ଷେତ୍ରରେ ଆପଣଙ୍କର କୌଣସି ମନୋକାମନା ପୂରଣ ହେବ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ପ୍ରତିଯୋଗୀ ପରୀକ୍ଷାରେ ଫର୍ମ ଭରିବା ପାଇଁ ମନ ହେବ।