ମେଷ:-ଦିନଟି ବ୍ୟସ୍ତତାରେ କଟିବ। ଟଙ୍କା ପଇସା ମାମଲାରେ କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ସରାକାରୀ ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ। ବୈବାହିକ ଜୀବନ ସୁଖମୟ ହେବ।
ବୃଷ:-ପୂର୍ବ ସମସ୍ୟାର ସମାଧାନ ବାହାରିବ। ନିଜର କାର୍ଯ୍ୟ ନୂଆ ଢ଼ଙ୍ଗରେ କରିବାକୁ ଚେଷ୍ଟା କରିବେ। ନବ ବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ।
ମିଥୁନ:-ଅଜଣା ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ପାଇବେ। ଆର୍ଥିକ ସ୍ଥିତି ମଜଭୁତ କରିବା ଲାଗି ଅଧିକ ପରିଶ୍ରମ କରିବେ। ବନ୍ଧୁ ସହ ନୂଆ ବେପାର ଆରମ୍ଭ କରି ପାରନ୍ତି। ପ୍ରେମ ଜୀବନ ମଧୁର ହେବ।
କର୍କଟ:-ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ମନରେ ନୂଆ ଜିନିଷ ଜାଣିବା ଲାଗି ଉତ୍ସୁକତା ବଢ଼ିବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ସିଂହ:-ଜୀବନରେ ଅନ୍ୟମାନଙ୍କର ସହଯୋଗ ପାଇବେ। ଯାହା ବି କାମ କରିବେ କମ୍ ସମୟରେ ପୂରା କରିଦେବେ। ପାରିବାରିକ ସୁଖ ବୃଦ୍ଧି ହେବ। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।
କନ୍ୟା:-ଚାକିରି ବୃତ୍ତି ସମ୍ବନ୍ଧରେ କୌଣସି ଭଲ ଖବର ପାଇବେ। ଲାଗି ରହିଥିବା ମକଦ୍ଦମା ଆପଣଙ୍କ ସପକ୍ଷରେ ଆସିବ। ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ।
ତୁଳା:-ନିଜର ପ୍ରତିଭା ବିକଶିତ କରିବା ଲାଗି ଅବସର ପାଇବେ। ବ୍ୟବସାୟରେ ଭଲ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। ଭ୍ରମଣ ସୁଖ ରହିଛି। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।
ବିଛା:-ବ୍ୟବସାୟୀଙ୍କୁ ଧନଲାଭ ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। କ୍ୟାରିୟରରେ କୌଣସି ବଡ଼ ସଫଳତା ପାଇବେ। ଯେଉଁମାନେ ଜମି କିଣିବା ଲାଗି ଭାବୁଛନ୍ତି ସେମାନଙ୍କୁ ଲାଭର ସଉଦା ମିଳିବ।
ଧନୁ:-କୌଣସି କଥାକୁ ନେଇ ଆପଣଙ୍କ ମନ ଉତ୍ସାହିତ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସଦ୍ଧି ମିଳିବ। ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ସଂପର୍କ ନିବିଡ଼ ହେବ।
ମକର:-ଦିନଟି ଆପଣଙ୍କ ଲାଗି ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବାର ଯୋଗ ଅଛି। ଅଫିସରେ କୌଣସ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ।
କୁମ୍ଭ:-ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଅଫିସରେ କୌଣସି ନୂଆ କାମ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ମୀନ:-ଏକାଗ୍ରତାରେ କରୁଥିବା କାମର ସଫଳ ହେବେ। କ୍ଷୁଦ୍ର ଉଦ୍ୟୋଗୀ ଯଥେଷ୍ଟ ଲାଭ ପାଇବେ। କିଛି ଲୋକ ବନ୍ଧୁତା ଲାଗି ହାତ ବଢ଼ାଇବେ। ମହିଳାମାନଙ୍କ ଲାଗି ଦିନଟି ଅରାମଦାୟକ ରହିବ।