ମେଷ:-ଚାକିରିଜୀବୀଙ୍କ ଲାଗି ଦିନଟି ଲାଭକାରୀ ରହିବ। ଆପଣଙ୍କ ଭଲ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ବେପାରରେ ଉନ୍ନତ ହେବ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବାର ମଉକା ପାଇବେ।
ବୃଷ:-ଭଗ୍ୟର ସହଯୋଗ ପାଇବା ପାଇଁ ଟିକେ ବିଳମ୍ବ ହୋଇପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସମାରୋହକୁ ଯାଇପାରନ୍ତି। ଚାକିରି କରିବା ପାଇଁ ନୂଆ ଅବସର ପାଇବେ। ପ୍ରେମ ସମ୍ବନ୍ଧ ମଧୁର ହେବ।
ମିଥୁନ:-ପରିଶ୍ରମ, ଧୈର୍ଯ୍ୟ ଓ ବୁଦ୍ଧିବଳରେ କାମକୁ କରିନେବେ। ଚୁକ୍ତିବଦ୍ଧ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି। ଆପଣଙ୍କ ଠାରୁ ବଡ଼ ଓ ଅନୁଭବୀଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ ଭଲ ହେବ।
କର୍କଟ:- ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ। ସ୍ବାସ୍ଥ୍ୟ ସଂପୂର୍ଣ୍ଣରୂପେ ଆପଣଙ୍କୁ ସାଥ୍ ଦେବ। ସନ୍ଧ୍ୟାରେ ଜୀବନସାଥୀ ସହିତ ବାହାରକୁ ବୁଲିଯିବା ଏବଂ ଭୋଜନ କରିବାରେ ଆପଣଙ୍କୁ ଶାନ୍ତି ମିଳିବ।
ସିଂହ:-ପୁରୁଣା କଥାକୁ ନେଇ ଅଧିକ ଭାବନ୍ତୁ ନାହିଁ। ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସାମାଜିକ ସ୍ତରରେ ବହୁତ ସକ୍ରିୟ ରହିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝିବେ।
କନ୍ୟା:-ଶାନ୍ତିରେ କାମକୁ ସମାପ୍ତ କରିବାରେ ଚେଷ୍ଟା କରିବେ। ଅନ୍ୟମାନଙ୍କ ଭାବନାକୁ ବୁଝିବାରେ ସଫଳ ହେବେ। ଆପଣଙ୍କ ସନ୍ତାନର ଉନ୍ନତି ଯୋଗୁଁ ଖୁସି ହେବେ। ଭାଷାରେ ମଧୁରତା ରଖନ୍ତୁ ଆପଣଙ୍କ ଲାଗି ଭଲ ହେବ।
ତୁଳା:-ଆର୍ଥିକରୂପେ ବନ୍ଧୁ ଠାରୁ ସାହାଯ୍ୟ ପାଇବେ। ଜୀବନରେ ଆଗକୁ ବଢ଼ିବେ। ଉଚିତ ଭୋଜନ ଉପରେ ଧ୍ୟାନ ଦିଅନ୍ତୁ। କ୍ୟାରିୟରରେ ଆପଣଙ୍କ ଗୁରୁଙ୍କର ସହଯୋଗ ପାଇବେ।
ବିଛା:-ଜୀବନସାଥୀଙ୍କ ଭଲ ପରାମର୍ଶରେ ଉପାର୍ଜନ ଲାଗି ନୂଆ ମାର୍ଗ ପାଇବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁ ସହିତ କୌଣସି କଥା ଉପରେ ବିଚାର ବିମର୍ଶ କରିବେ।
ଧନୁ:-ଘର ପରିବାରରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ ହେବ। ମେଡ଼ିକାଲ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କଳା ଛାତ୍ରଛାତ୍ରୀ ପରିଶ୍ରମର ସୁଫଳ ପାଇବେ।
ମକର:-ଅଫିସରେ ସମସ୍ତଙ୍କ ସହିତ ଭଲ ସଂପର୍କ ରହିବ। ସାମାଜିକ ଗତିବିଧିରେ ଯୋଗଦାନ ଦେବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ଗାଡ଼ି କିଣିବା ପାଇଁ ବାପାଙ୍କ ସହିତ କଥା ହେବେ।
କୁମ୍ଭ:-ସଠିକ୍ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆଣିବାର ସଫଳ ହେବେ। ସାମାଜିକ ସ୍ତରରେ ଲୋକଙ୍କ ସାହାଯ୍ୟ ମିଳିବା ହେତୁ ଆଗକୁ ବଢ଼ିବେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ଯୋଜନା କରିବେ।
ମୀନ:-ବେପାରରେ କ୍ଷେତ୍ରରେ ଟିକେ ବାଧା ପରେ ଲାଭ ପାଇବେ। କ୍ୟାରିୟରରେ ବଡ଼ ସଫଳତା ହାସଲ କରିବେ। ସାମାଜିକ ପରିସର ଓ ସମ୍ମାନରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ।