ମେଷ:-ବ୍ୟବସାୟରେ ଆପଣଙ୍କୁ ଭଲ ଲାଭ ହୋଇପାରେ। କୋର୍ଟ କଚେରି ମାମଲା ଠାରୁ ଦୂରରେ ରହନ୍ତୁ ଭଲ ହେବ। ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା। ଘରକୁ କୁଣିଆ ଆସିବେ।
ବୃଷ:-କୌଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ଆପଣଙ୍କୁ ଖୁସି ମିଳିବ। ବ୍ୟବସାୟରେ କିଛି ପରିବର୍ତ୍ତନ ହେବାର ଯୋଗ ରହିଛି। ଆପଣଙ୍କୁ ଧନଲାଭର କୌଣସି ମଉକା ମିଳିବ। ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ପରିଣାମ ମିଳିବ।
ମିଥୁନ:-ପରିବାର ଲୋକଙ୍କ ପରାମର୍ଶ ଲାଭପ୍ରଦ ସାବ୍ୟସ୍ତ ହେବ। ସୋଫ୍ଟୟର ଇଂଜିନିୟରଙ୍କ ଲାଗି ଦିନଟି ଭଲ। ବହୁ ରାଷ୍ଟିୟ କଂପାନିରୁ ଚାକିରିର କୋଲ୍ ଆସିବ। ବ୍ୟବସାୟରେ ବିଶେଷ ସଫଳତା ହାସଲ ହେବ।
କର୍କଟ:-ଅଧିକାରୀବର୍ଗ ଆପଣଙ୍କ କାମରେ ପ୍ରସନ୍ନ ହେବେ। ଆପଣ ଜୀବନରେ ଖୁବ୍ ଆଗକୁ ବଢ଼ିବେ। ନୂଆଲୋକଙ୍କ ସହିତ ସଂପର୍କରେ ଆସିବାକୁ ପ୍ରୟାସ କରନ୍ତୁ। ପରିବାରରେ ଖୁସିର ଆଗମନ ହେବ।
ସିଂହ:-କାମରେ ଅଭିଭାବକଙ୍କ ସାହାଯ୍ୟ ମିଳିବା ଯୋଗୁଁ କାମ ଅତିଶୀଘ୍ର ପୂରା ହେବ। ଧାର କାହାରିକୁ ଦିଅନ୍ତୁ ନାହିଁ କିମ୍ବା ନିଅନ୍ତୁ ନାହିଁ। ସମାଜସେବା କାର୍ଯ୍ୟରେ ଯୋଗ ଦେଇ ଭଲ କାମକୁ ଗତି ଦିଅନ୍ତୁ।
କନ୍ୟା:-ଆପଣଙ୍କ ସାକ୍ଷାତ ବାଲ୍ୟବନ୍ଧୁ ସହିତ ହେବ। ଅଧୁରା କାମ ସଂପର୍ଣ୍ଣ ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ମନ ଭିତରେ କୌଣସି ଡ଼ର ରହିବ। ସନ୍ଧ୍ୟା ସୁଦ୍ଧା ତାହା ଦୂର ହୋଇଯିବ।
ତୁଳା:-ଦିନଟି ଆପଣଙ୍କ ଲାଗି ଖୁସି ଭରା ରହିବ। ଲୋକମାନଙ୍କ ମଧ୍ୟରେ ଆପଣଙ୍କ କାମର ପ୍ରଶଂସା ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ମୋଟର ଯାନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ବିଛା:-କାମରେ ବରିଷ୍ଠଙ୍କର ପୂରା ସହଯୋଗ ପାଇବେ। ଆପଣଙ୍କର ସବୁ କାମ ସରଳତାରେ ସଂପୂର୍ଣ୍ଣ ହେବ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧ ଆହୁରି ମଜଭୁତ ହେବ।
ଧନୁ:-କୌଣସି ଏଭଳି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ବାରା ତାଙ୍କ କଥାରେ ଆପଣଙ୍କ ଜୀବନରେ ଗଭୀର ପ୍ରଭାବ ପଡ଼ିବ। ଅଫିସରେ ଆପଣଙ୍କର ଭଲ କାମ ଦେଖି ସହକର୍ମୀ କିଛି ନୂଆ ଶିଖିବେ।
ମକର:-ବେପାରରେ ଭଲ ଲାଭ ମିଳିବା ଯୋଗୁଁ ନୂଆ ଶାଖା ଆରମ୍ଭ କରିବା ପାଇଁ ପରିବାର ସହିତ କଥା ହେବେ। ଆପଣଙ୍କୁ ପରିବାର ଲୋକଙ୍କର ପୂରା ସହଯୋଗ ମିଳିବା ଯୋଗୁଁ ବଡ଼ ସମସ୍ୟାର ସମାଧାନ ମିଳିବ।
କୁମ୍ଭ:-ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶଂସା ହେବ। ବ୍ୟବସାୟକୁ ନେଇୁ ଅନ୍ୟମାନଙ୍କ ସହିତ ଘନିଷ୍ଠତା ବଢ଼ାନ୍ତୁ ଭଲ ରହିବ। ଆୟ ଏବଂ ବ୍ୟୟ ଲାଗି ଏକ ବଜେଟ ପ୍ରସ୍ତୁତ କରି ଚାଲନ୍ତୁ। ପ୍ରେମ ଜୀବନ ଭଲ ରହିବ।
ମୀନ:-ଅତିଶୀଘ୍ର କାମରେ ଭଲ ପରିଣାମ ପାଇବେ। ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ଛାତ୍ରଛାତ୍ରୀ ନିଜ ପାଠପଢ଼ାରେ କିଛି ପରିବର୍ତ୍ତନ କରି ପାରନ୍ତି। ପ୍ରେମିକା ସହିତ ଲାଗି ରହିଥିବା ମତଭେଦ ଦୂର ହେବ।