ମେଷ:ରବିବାର ପାରିବାରିକ ଜୀବନ ସୁଖଦ ରହିବ। ସୋମ ଓ ମଙ୍ଗଳବାର କାରବାରରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଆଗେଇ ଯାଆନ୍ତୁ। ବୁଧ ଓ ଗୁରୁବାର ପଦୋନ୍ନତି ଖବର ପାଇବେ। ଶୁକ୍ର ଓ ଶନିବାର ବିକାଶ କାର୍ଯ୍ୟର ଗତି ଦ୍ରୁତ ହେବ।

Advertisment

ବୃଷ:ରବିବାର ଭାବିଥିବା କାମ ପୂରାହେବ। ସୋମ ଓ ମଙ୍ଗଳବାର ସାମାଜିକ କ୍ଷେତ୍ରରେ ସକ୍ରିୟ ରହି‌େବ। ବୁଧ ଓ ଗୁରୁବାର କୋର୍ଟକଚେରି ସଂପର୍କିତ ମାମଲାରେ ଛନ୍ଦିହେ‌େବ। ଶୁକ୍ର ଓ ଶନିବାର କଳା ପ୍ରତି ରୁଚି ବଢ଼ିବ।

ମିଥୁନ:ରବିବାର ବନ୍ଧୁ ସହିତ ସମ୍ବନ୍ଧ ମଧୁର ହେବ। ସୋମ ଓ ମଙ୍ଗଳବାର ସବୁ ଅଶାନ୍ତି ଦୂରହେବ। ବୁଧ ଓ ଗୁରୁବାର ମନରେ କିଛି ନୂଆ କରିବାରେ ଆଗ୍ରହ ବଢ଼ିବ। ଶୁକ୍ର ଓ ଶନିବାର ପରିଶ୍ରମ ଅଧିକ କରି ଲାଭ କମ୍ ପାଇବେ।

କର୍କଟ:ରବିବାର ଭାବିଚନ୍ତି ବଡ଼ ନିଷ୍ପତ୍ତି ନିଅନ୍ତୁ। ସୋମ ଓ ମଙ୍ଗଳବାର ବିଦେଶ ବା ଦୂରସ୍ଥାନରୁ ଶୁଭ ଖବର ପାଇବେ। ବୁଧ ଓ ଗୁରୁବାର ଆଶାଠୁ ଅଧିକ ସଫଳତା ପାଇବେ। ଶୁକ୍ର ଓ ଶନିବାର ବୈବାହିକ ଜୀବନ ସୁଖମୟ ରହିବ।

ସିଂହ:ରବିବାର ଉତ୍ସାହ ବୃଦ୍ଧିହେବ। ସୋମ ଓ ମଙ୍ଗଳବାର ଅଫିସ୍‌ରେ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ବୁଧ ଓ ଗୁରୁବାର ଛାତ୍ରଛାତ୍ରୀଙ୍କର ଧ୍ୟାନ ପାଠପଢ଼ାରେ ଲାଗିରହିବ। ଶୁକ୍ର ଓ ଶନିବାର ସ୍ବାସ୍ଥ୍ୟ ପ୍ରତି ଧ୍ୟାନଦିଅନ୍ତୁ।

କନ୍ୟା:ରବିବାର ବକେୟା ଅର୍ଥ ପାଇବେ। ସୋମ ଓ ମଙ୍ଗଳବାର ନିଜ କାମରେ ଅଧିକ ପୁଞ୍ଜି ଲଗାଇ ପାରନ୍ତି। ବୁଧ ଓ ଗୁରୁବାର ସୁଖ ସଂପତ୍ତି ବୃଦ୍ଧି ହେବ। ଶୁକ୍ର ଓ ଶନିବାର ଆଗକୁ ବଢ଼ିବା ପାଇଁ କିଛି ନୂଆ କଥା ଭାବିବେ।

ତୁଳା :ରବିବାର ପ୍ରେମ ସମ୍ବନ୍ଧ ମଧୁର ହେବ। ସୋମ ଓ ମଙ୍ଗଳବାର ସମାଜସେବା ପ୍ରତି ରୁଚି ବଢ଼ିବ। ବୁଧ ଓ ଗୁରୁବାର ଚାକିରିଜୀବୀ ଭଲ ଖବର ପାଇବେ। ଶୁକ୍ର ଓ ଶନିବାର ଗୃହସ୍ଥିଙ୍କର ଘର ବୋଝ ବଢ଼ିବ।

ବିଛା :ରବିବାର ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର ନୂଆ କାର୍ଯ୍ୟରେ ସଫଳତା ପାଇବେ। ବୁଧ ଓ ଗୁରୁବାର ଭାଗୀଦାରି କାର୍ଯ୍ୟରୁ ଲାଭ ପାଇବେ। ଶୁକ୍ର ଓ ଶନିବାର ସାହିତ୍ୟ, ସଂଗୀତରେ ରୁଚି ବଢ଼ିବ।

ଧନୁ :ରବିବାର ଅଚାନକ ଧନଲାଭ ହେବ। ସୋମ ଓ ମଙ୍ଗଳବାର ପ୍ରଗତିରେ ବାଧା ସୃଷ୍ଟିହେବ। ବୁଧ ଓ ଗୁରୁବାର ନୂଆ ଲୋକଙ୍କ ସହିତ ମିଶନ୍ତୁ, ଲାଭ ପାଇବେ। ଶୁକ୍ର ଓ ଶନିବାର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର :ରବିବାର ଆର୍ଥିକ ସ୍ଥିତି ମଜଭୁତ ହେବ। ସୋମ ଓ ମଙ୍ଗଳବାର ଉନ୍ନତି ପାଇଁ ନୂଆ ସାଧନ ପାଇବେ। ବୁଧ ଓ ଗୁରୁବାର ଶତ୍ରୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ। ଶୁକ୍ର ଓ ଶନିବାର ପରିବାରରେ ଆନନ୍ଦଉଲ୍ଲାସ ବୃଦ୍ଧିପାଇବ।

କୁମ୍ଭ:ରବିବାର ଧର୍ମକାର୍ଯ୍ୟରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର କର୍ତ୍ତୃପକ୍ଷଙ୍କଠାରୁ ଉପଯୋଗୀ ଜିନିଷ ଉପହାର ପାଇବେ। ବୁଧ ଓ ଗୁରୁବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଶୁକ୍ର ଓ ଶନିବାର ସବୁପ୍ରକାର କଷ୍ଟ ଦୂରହେବ।

ମୀନ :ରବିବାର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସୋମ ଓ ମଙ୍ଗଳବାର ବୈବାହିକ ଜୀବନ ଖୁସିଭରା ରହିବ। ବୁଧ ଓ ଗୁରୁବାର ସଂପତ୍ତି ବୃଦ୍ଧି ପାଇଁ ଯୋଜନା ସଫଳ ହେବ। ଶୁକ୍ର ଓ ଶନିବାର ମାନସମ୍ମାନ ବୃଦ୍ଧି ହେବ।