ମେ‌ଷ: ପୂର୍ବରୁ ଲାଗି ରହିଥିବା ପାରିବାରିକ ବିବାଦ ସମାପ୍ତ ହେବ। କାର୍ କିଣିବା ଲାଗି ପରିବାର ଲୋକଙ୍କ ସହିତ କଥା ହେବେ। ରାଜୀନତିଜ୍ଞଙ୍କର ଅଧିକାରୀମାନଙ୍କ ସହିତ ସଂପର୍କ ବଢ଼ିବ। 

Advertisment

ବୃଷ: ପାରିବାରିକ ସମ୍ବନ୍ଧରେ ଭଲ ତାଳମେଳ ବଜାୟ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। କଂପ୍ୟୁଟର ସହ ସଂପର୍କିତ ସାମଗ୍ରୀ କିଣିବେ। ବନ୍ଧୁ ଆପଣଙ୍କ ଲାଗି ଉପହାର ନେଇ ଆସିବେ।

ମିଥୁନ: ସାରା ଦିନ ଶକ୍ତିରେ ଭରି ରହିବେ। କୌଣସି ବିଶେଷ ବ୍ୟକ୍ତିଙ୍କ ସ୍ବାଗତ ସତ୍କାରରେ ବ୍ୟସ୍ତ ରହିବେ। ପରିବାରରେ ଖୁସିର ମାହୋଲ ରହିବ। ଆୟ ପାଇଁ ନୂଆ ଉତ୍ସ ପାଇବେ। ପ୍ରେମ ସମ୍ବନ୍ଧ ମଧୁର ହେବ। 

କର୍କଟ: ଘର ଲୋକଙ୍କ ଠାରୁ ଆଗକୁ ବଢ଼ିବା ଲାଗି ମତ ପାଇବେ। ସରକାରୀ ଚାକିରି ପାଇଁ ପ୍ରୟାସ କରି ଆସୁଥିବା ଲୋକ ଭଲ ଖବର ପାଇବେ। ବେପାର ଭଲ ଚାଲିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। 

ସିଂହ: ଧାର୍ମିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। କ୍ୟାରିୟରରେ ବିଷୟରେ କ୍ଷମତା ଠାରୁ ଅଧିକ ଦାୟିତ୍ବ ନେଇ ପାରନ୍ତି। ପରିବହନ ବ୍ୟବସାୟୀଙ୍କର ଭଲ ଲାଭ ହେବ। ବିଦ୍ୟାର୍ଥୀ ପରିଶ୍ରମର ଭଲ ପରିଣାମ ପାଇବେ। 

କନ୍ୟା: ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଚାକିରିରେ ବେତନ ବୃଦ୍ଧି ହେବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀ ଆହୁରି ଅଧିକ ପରିଶ୍ରମ କରନ୍ତୁ। 

ତୁଳା: ବନ୍ଧୁଙ୍କୁ ଦେଇଥିବା ଧାର ‌ପଇପାରିବେ। ଘରୋଇ ଉଦ୍ୟୋଗରେ ଚାକିରି କରୁଥିବାଲୋକଙ୍କୁ ପଦୋନ୍ନତି ମିଳିପାରେ। ମିଡ଼ିଆ କ୍ଷେତ୍ରରେ ଥିବା ଲୋକ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। 

ବିଛା: ମହତ୍ବପୂର୍ଣ୍ଣ କାର୍ଯ୍ୟ ପୂରା କରିବାରେ ସମୟ ବିତିବ। ସବୁ ଅଶାନ୍ତିରୁ ମୁକ୍ତି ପାଇବେ। ପାରିବାରିକ ଜୀବନରେ ସୌଭାଗ୍ୟ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସମାଜ କାର୍ଯ୍ୟରେ ରୁଚି ନେବେ।

ଧନୁ: ଅନଲାଇନିରେ ଆପଣ ବଡ଼ ଅର୍ଡ଼ର ପାଇବେ। ସନ୍ତାନ ପକ୍ଷରୁ ଭଲ ଖବର ପାଇବେ। ପାରିବାରିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ସମାଜରେ ଆପଣଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନିତ ହେବେ। 

ମକର: କାହାରି ଠାରୁ ନେଇଥବା ଧାର ପରିଶୋଧ କରିବେ। କାର୍ଯ୍ୟରେ ସଫଳତା ପାଇବେ। କୌଣସି ଜାଗାରେ ନିବେଶ କରି ପାରନ୍ତି। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହେବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ରୁଚି ବଢ଼ିବ। 

କୁମ୍ଭ: ଆପଣଙ୍କ ପରାକ୍ରମରେ ବୃଦ୍ଧି ହେବ। ବନ୍ଧୁ ଆପଣଙ୍କ ମନୋବଳ ବଢ଼ାଇବେ। ବେପାରରେ ଉନ୍ନତି ହେବ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବେ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। 

ମୀନ: ଆମଦାନି ଅପେକ୍ଷା କରଜ ବୃଦ୍ଧି ହେବ। ଅଫିସରେ ସ୍ଥିତି ଠିକ୍ ରହିବ। କାର୍ ଚଳାଇବା ସମୟରେ ଫୋନର ବ୍ୟବହାର କମ୍ କରନ୍ତୁ। ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ବିଦ୍ୟାର୍ଥୀ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।