ମେଷ: ଆପଣଙ୍କର ସବୁ କାମ ସିଦ୍ଧି ହେବ। ପତି ପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ମଧୁର ରହିବ। ବ୍ୟବସାୟରେ ବିଶେଷ ସଫଳତା ହାସଲ ହେବ। ଅଫିସରେ କାମର ବୋଝ ଅଧିକ ହୋଇପାରେ।  

Advertisment

ବୃଷ: ଆପଣଙ୍କ ମନ ସାମାଜିକ କାର୍ଯ୍ୟ ଆଡ଼କୁ ରହିବ। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରନ୍ତୁ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। 

ମିଥୁନ: କୌଣସି ଜରୁରୀ କାମରେ ବନ୍ଧୁର ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତିରେ ସ୍ଥିରତା ବଜାୟ ରହିବ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ପରିଣାମ ନେଇ ଆସିବ। 

କର୍କଟ: ଭାବିଥିବା କାମର ଗତି ମଜଭୁତ ହେବ। ଆଖପାଖର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ଖୁସି ହେବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। 

ସିଂହ: ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିପାରେ। କାହାରି ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ସନ୍ଧ୍ୟାରେ ପରିବାରର କାହାରି ସହିତ ମହତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ। ‌ 

କନ୍ୟା: ପାରିବାରିକ କାମ ସଂପୂର୍ଣ୍ଣ କରିବାରେ ପରିବାର ସବୁ ଲୋକଙ୍କ ସହଯୋଗ ପାଇବେ। କୌଣସି ସହପାଠୀ ଆପଣଙ୍କ ଠାରୁ ସାହାଯ୍ୟ ଚାହିଁବେ। ପ୍ରେମିକ ପ୍ରେମିକଙ୍କ ଲାଗି ଦିନଟି ଭଲ ରହିବ। 

ତୁଳା: ଆପଣଙ୍କୁ ବଢ଼ିଆ ଅବସର ମିଳିବ। ଆପଣଙ୍କ ବୁଦ୍ଧି ବିବେକରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। କୌଣସି ନୂଆ ଲୋକଙ୍କ ସହିତ ଜଣାଶୁଣା ହେବ। ଛାତ୍ରଛାତ୍ରୀଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ।‌ 

ବିଛା: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥକ ବିଷୟରେ କୌଣସି ଲୋକ ସାହାଯ୍ୟକାରୀ ହେବେ। 

ଧନୁ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ। ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ। ଖର୍ଚ୍ଚ ବଢ଼ିପାରେ। 

ମକର: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ ଯୋଜନା ସଫଳ ହେବ। ନୂଆ ଲୋକଙ୍କ ଠାରୁ ଶୁଭକାମରେ ସାହାଯ୍ୟ ପାଇପାରନ୍ତି। ଅଫିସରେ ବରିଷ୍ଠ ଅଧିକାରୀଙ୍କର ସହଯୋଗ ପାଇବେ। 

କୁମ୍ଭ: କ୍ୟାରିୟର ଲାଗି ଦିନଟି ବହୁତ ଭଲ ରହିବ। ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ସାଙ୍ଗ ସହିତ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। 

ମୀନ: ସବୁ କାମରେ ଆପଣ ସଫଳ ରହିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ପରିଣାମ ମିଳିବ।