ମେଷ: ରବିବାର ପ୍ରିୟଜନଙ୍କର ଭାବନାକୁ ବୁଝିବେ। ସୋମ ଓ ମଙ୍ଗଳବାର ଜମି ବ୍ୟବସାୟୀଙ୍କର ଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର କୋର୍ଟକଚେରି ମାମଲାରେ କିଛି ବାଧା ଆସିପାରେ। ଶନିବାର ନୂଆ କାମ ଲାଗି ଭାବିବେ।
ବୃଷ: ରବିବାର ଜୀବନରେ ପରିବର୍ତ୍ତନ ହୋଇପାରେ। ସୋମ ଓ ମଙ୍ଗଳବାର ବ୍ୟବସାୟରେ ଭଲ ପରିଣାମ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର ସୁଖସୁବିଧା ବୃଦ୍ଧିହେବ। ଶନିବାର ସମସ୍ୟାର ସମାଧାନ ପାଇଁ ମାର୍ଗ ଖୋଜିନେବେ।
ମିଥୁନ: ରବିବାର ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ସୋମ ଓ ମଙ୍ଗଳବାର ପୂରା ଧ୍ୟାନ ନିଜ କାମରେ ଲଗାଇବେ। ବୁଧ, ଗୁରୁ ଓ ଶୁକ୍ରବାର କ୍ୟାରିୟର୍ ସମ୍ବନ୍ଧରେ ନୂଆ ଅବସର ପାଇବେ। ଶନିବାର ଜୀବନରେ ନୂଆ ଖୁସି ଆସିବ।
କର୍କଟ: ରବିବାର କାର୍ଯ୍ୟ ସଫଳ ହେବ। ସୋମ ଓ ମଙ୍ଗଳବାର କାନୁନ ମାମଲାରେ ବନ୍ଧୁଙ୍କ ସାହାଯ୍ୟ ନେବେ। ବୁଧ, ଗୁରୁ ଓ ଶୁକ୍ରବାର ଅଫିସ୍ରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। ଶନିବାର ବେପାରରେ ଯଥେଷ୍ଟ ଲାଭ ପାଇବେ।
ସିଂହ:ରବିବାର ପ୍ରଗତିେର ପ୍ରତିବନ୍ଧକ ଦୂର ହେବ। ସୋମ ଓ ମଙ୍ଗଳବାର ବିଶେଷ ବ୍ୟକ୍ତିଙ୍କ ସହଯୋଗ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ। ଶନିବାର ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ।
କନ୍ୟା: ରବିବାର ଧନଲାଭର ମଉକା ପାଇବେ। ସୋମ ଓ ମଙ୍ଗଳବାର କୋର୍ଟକଚେରି ମାମଲା ଆପଣଙ୍କ ପକ୍ଷରେ ଆସିବ। ବୁଧ, ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ଜୀବନରେ ଖୁସି ରହିବେ। ଶନିବାର ବ୍ୟବହାରରେ ସଂଯମ ରଖନ୍ତୁ।
ତୁଳା: ରବିବାର ସାମାଜିକ କାର୍ଯ୍ୟରେ ସାହାଯ୍ୟ କରିବେ। ସୋମ ଓ ମଙ୍ଗଳବାର ନିବେଶ ମାମଲାରେ ପରାମର୍ଶ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର ଶତ୍ରୁ ପ୍ରଭାବହୀନ ହେବେ। ଶନିବାର ପ୍ରେମ ସମ୍ବନ୍ଧ ମଧୁର ହେବ।
ବିଛା: ରବିବାର ବେପାରରେ ଲାଭ, ସୋମ ଓ ମଙ୍ଗଳବାର ଚାକିରିରେ ସଫଳତା ଯୋଗ। ବୁଧ, ଗୁରୁ ଓ ଶୁକ୍ରବାର ନିଜର ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ। ଶନିବାର ବନ୍ଧୁ ସହିତ ଭଲ ଜାଗାକୁ ବୁଲିଯିବେ।
ଧନୁ: ରବିବାର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସୋମ ଓ ମଙ୍ଗଳବାର ବ୍ୟବସାୟର ବଡ଼ ଅର୍ଡର୍ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ଶନିବାର ସମୟ ସୁଖ ଓ ଶାନ୍ତିପୂର୍ବକ ବିତିବ।
ମକର: ରବିବାର ନିଜ ସମସ୍ୟା ବନ୍ଧୁଙ୍କୁ କହିବେ। ସୋମ ଓ ମଙ୍ଗଳବାର ଆର୍ଥିକ ସ୍ଥିତି ମଜଭୁତ ହେବ। ବୁଧ, ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ଯୋଜନାବଦ୍ଧ କାମ କରିବେ। ଶନିବାର ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ।
କୁମ୍ଭ: ରବିବାର ନିକଟ ସଂପର୍କୀୟଙ୍କ ପରାମର୍ଶ ମିଳିବ। ସୋମ ଓ ମଙ୍ଗଳବାର କ୍ୟାରିୟର୍ରେ ସଫଳତା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର ଆର୍ଥିକ ମାମଲାରେ ଲାଭ ପାଇବେ। ଶନିବାର ବିଦ୍ୟାର୍ଥୀ ମନଲଗାଇ ପଢ଼ିବେ।
ମୀନ: ରବିବାର ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସୋମ ଓ ମଙ୍ଗଳବାର କୋର୍ଟକଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର ଉନ୍ନତି ଲାଗି ସୁଯୋଗ ପାଇବେ। ଶନିବାର ଧନଲାଭ ହେବ।