ମେଷ:-କରିଆସୁଥିବା କାମରେ ଆପଣଙ୍କୁ ଲାଭ ମିଳିପାରେ। ଆପଣଙ୍କ ସକାରାତ୍ମକ ବିଚାରରେ ‌ଲୋକେ ପ୍ରଭାବିତ ହେବେ। ଛାତ୍ରଛାତ୍ରୀଙ୍କ ଖୁସି ଲାଗି ଦିନଟି ନୂଆ ଅବସର ନେଇ ଆସିବ। ‌

Advertisment

ବୃଷ:-ପରିବାର ସହିତ ଧର୍ମାନୁଷ୍ଠାନକୁ ସ୍ଥାନକୁ ଯ‌ାଆନ୍ତୁ ଶୁଭ ହେବ। ଅତୀତ କଥା ପାସୋରି ନୂଆ କାମ ଶୁଭାରମ୍ଭ କରନ୍ତୁ। ସଂଚାର ଓ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ। ‌

ମିଥୁନ:-ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗକୁ ଅଧିକ ରହିବ। ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳ ହେବେ। ଜମିରେ ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ। ‌

କର୍କଟ:-ସାରାଦିନ କାମରେ ବ୍ୟସ୍ତ ରହିବେ। ଆପଣଙ୍କର ଉଦାର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ନୂଆ କାରବାରରେ ପୁଞି ଲଗାଇବା ପୂର୍ବରୁ ପରିବାରରେ ବଡ଼ଙ୍କ ଅନୁମତି ନିଅନ୍ତୁ।‌

ସିଂହ:-ଆୟ ବୃଦ୍ଧିର ନୂଆ ମାର୍ଗ ଖୋଲିବ। ଅଫିସରେ ସହକର୍ମୀଙ୍କ ଉପରେ ରାଗନ୍ତୁ ନାହିଁ। ବିବାହିତା ଘରର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ‌

କନ୍ୟା:-ବ୍ୟବସାୟୀଙ୍କ ଲାଗି ଲାଭଦାୟକ ରହିବ। ବହୁଦିନ ପରେ ଅନ୍ତରଙ୍ଗ ବନ୍ଧୁ ସହିତ ଫୋନରେ କଥା ହେବେ। କଳାକ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିପାରେ। ‌

ତୁଳା:-କାରବାର ଲାଗି ଦିନଟି ଭଲ ରହିବ। ବନ୍ଧୁ ଠାରୁ ଆର୍ଥିକ ସହାୟତା ମିଳିପାରେ। ଆପଣଙ୍କ ଭଲ ବ୍ୟବହାରରେ ଅଫିସର ଲୋକ ପ୍ରଭାବିତ ହେବେ।  ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ‌

ବିଛା:-ଆପଣ ଯଥେଷ୍ଟ କାମ ସଂପୂର୍ଣ୍ଣ କରିପାରିବେ। ଆର୍ଥିକ ସ୍ଥିତି ସୁଧାର ହୋଇପାରେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ଜୀବନସାଥୀଙ୍କ ସ୍ନେହ ଓ ଆଦର ପାଇବା ହେତୁ ଆନନ୍ଦିତ ହେବେ। ‌

ଧନୁ:-ଆପଣଙ୍କ ବିଚାର ସକାରାତ୍ମକ ରଖନ୍ତୁ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ବାହନ କିଣିବା ଲାଗି ଦିନଟି ଶୁଭ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ। ‌

ମକର:-ଶାନ୍ତି ଓ ଧୈର୍ଯ୍ୟଧରି କାମ କରନ୍ତୁ ସଫଳତାର ପାହଚ ଚଢ଼ିବେ। ବାହନ କିଣିବାର ଆଶା ପୂରା ହୋଇପାରେ। ସନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀ ସହ ସମୟ ଅତିବାହିତ କରିବେ। ‌

କୁମ୍ଭ:-ଅଫିସରେ କାମ ସଂପୂର୍ଣ୍ଣ କରିବାରେ ବାଧା ଆସିପାରେ। ହେଲେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ କାମ ପୂରା ହେବ। ଖେଳାଳୀଙ୍କର ପ୍ରଦର୍ଶନ ଭଲ ରହିବ। ଜମି ବେପାରୀଙ୍କ ଲାଗି ଦିନଟି ଶୁଭ। ‌

ମୀନ:-ଚାକିରି ବୃତ୍ତିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ। ଧନଲାଭର ନୂଆ ମାର୍ଗ ଖୋଲିବ। ମନୋରଂଜନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ବିବାହିତାଙ୍କୁ ପାରିବାରିକ ଖୁସି ମିଳିବ। ‌