ମେଷ:-ଦୀର୍ଘ ଦିନରୁ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ଧାରରୁ ମୁକ୍ତି ପାଇବେ, ଆପଣଙ୍କ ଚିନ୍ତା ଖତମ ହେବ। ସାମାଜିକ କାର୍ଯ୍ୟରେ ଯୋଡ଼ି ରହିଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।
ବୃଷ:-ଏକାଗ୍ର ମନରେ କରିଆସୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। କମ୍ ରୁ କମ୍ ସମୟ ଭିତରେ କାମ ସାରିବାକୁ ଚେଷ୍ଟା କରନ୍ତୁ। ନୂଆ ହାଉସିଙ୍ଗ ପ୍ରୋଜେକ୍ଟ ଲଞ୍ଚ କରିପାରନ୍ତି।
ମିଥୁନ:-ନୂଆ କୌଶଳ ଶିଖିବାକୁ ବିଚାର କରିପାରନ୍ତି। ବେପାରରେ ଆଶାଠୁ ଅଧିକ ଲାଭ ପାଇବେ। ଘର ଲୋକଙ୍କ ସହିତ ସିନେମା ଦେଖିବାକୁ ଯୋଜନା କରି ପାରନ୍ତି। ଜୀବନସାଥୀ ଠାରୁ ଉପହାର ପାଇବେ।
କର୍କଟ:-ଅଫିସରେ କାର୍ଯ୍ୟଭାର ବଢ଼ିପାରେ। ଟଙ୍କାପଇସା ମମଲାରେ ଅଣଦେଖା କରନ୍ତୁ ନାହିଁ। କୌଣସି ପାଖ ଲୋକଙ୍କ ଠାରୁ ଲାଭକାରୀ ପରାମର୍ଶ ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ସାମାନ୍ୟ ରହିବ।
ସିଂହ:-ପ୍ରତିଟି ଅଶାନ୍ତିର ସମାଧାନ ଆଖି ପିଛୁଳାକେ ବାହାରି ଯିବ। ଆପଣଙ୍କ କାମ ସରଳ ଉପାୟରେ ହେବାକୁ ରହିବ। ସମାଜରେ ନାମ ଉଚ୍ଚା ହେବ। ପାଖ ଲୋକଙ୍କ ଠାରୁ ଉପହାର ପାଇବେ।
କନ୍ୟା:-ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। କାର୍ଯ୍ୟରେ ରାଜନୀତିକ ସମ୍ବନ୍ଧରୁ ଫାଇଦା ହେବ। ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।
ତୁଳା:-କତୃପକ୍ଷ ଆପଣଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାକୁ କହିବେ। ବ୍ୟବସାୟ ଭଲ ଚାଲିବ। ଶତ୍ରୁଙ୍କୁ ପରାସ୍ତ କରିବେ। ଡ଼ିପ୍ଲମା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।
ବିଛା:-ବ୍ୟବସାୟରେ ଭଲ ଲାଭ ହେବ। କୌଣସି ଜରୁରୀ ଅଧିବେଶନରେ ସାମିଲ ହେବେ। ଅସହାୟଙ୍କୁ ସାହାଯ୍ୟ କରି ଖୁସି ଅନୁଭବ କରିବେ। ପାରିବାରିକ ଜୀବନ ସୁଖକର ହେବ।
ଧନୁ:-ଅଧିକତର ସମୟ ଧାର୍ମିକ ଓ ଆଧ୍ୟାତ୍ମିକ ଗତିବିଧିରେ ବ୍ୟସ୍ତ ରହିବେ। ବେପାରରେ ଆଗକୁ ବଢ଼ିବା ପାଇଁ କିଛି ଏଭଳି ଯୋଜନା ପ୍ରସ୍ତୁତ କରିବେ ଯାହାଦ୍ବାରା ଲାଭ ହି ଲାଭ ହେବ। ଛାତ୍ର କୌଣସି ବିଷୟ ଶାନ୍ତିରେ ବିଚାର କରିବେ।
ମକର:-ବ୍ୟାଙ୍କରେ କାମ କରୁଥିବା ଲୋକ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜର କାମ ପୂରା କରିଦେବେ। ରାଜନୀତିକ ଲୋକଙ୍କ ସହିତ ଲାଭଦାୟକ ସାକ୍ଷାତ ହେବ। ବନ୍ଧୁ ସହିତ ଫୋନରେ କଥା ହୋଇ ସମୟ ବିତାଇବେ।
କୁମ୍ଭ:-ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରି ପାରନ୍ତି। ଖେଳକୁଦ କ୍ଷେତ୍ରରେ ବିଦ୍ୟାର୍ଥୀ ଭଲ ମଉକା ପାଇବେ। ଦୀର୍ଘ ସମୟ ସୁସ୍ଥ ରହିବା ଲାଗି ଉଚିତ ଖାଦ୍ୟ ଭୋଜନ କରନ୍ତୁ।
ମୀନ:-ବଡ଼ ନିର୍ଣ୍ଣୟ ନେବା ପାଇଁ ଭଲ ଦିନଟିଏ। ପ୍ରତିଟି ଛୋଟ କଥା ଉପରେ ଅଧିକ ନ ଭାବିଲେ ଆପଣଙ୍କ ଜୀବନ ସହଜ ହେବ। ନୂଆ ବ୍ୟବସାୟ ସଉଦା ପାଇଁ ସୁଯୋଗ ପାଇବେ। ଡ଼ାକ୍ତରୀ ଛାତ୍ରୀଙ୍କ ଲାଗି ଦିନଟି ଭଲ।