ମେଷ: ଆୟର ନୂଆ ଉତ୍ସ ସୃଷ୍ଟି ହେବ। ଅଫିସରେ କତୃପକ୍ଷ ଆପଣଙ୍କୁ ନୂଆ କାମ ପ୍ରଦାନ କରିବେ। ଖେଳ ଜଗତର ଲୋକ ଅଭ୍ୟାସରେ ବ୍ୟସ୍ତ ରହିବେ। ବନ୍ଧୁ ଆପଣଙ୍କ ଘରକୁ ନିମନ୍ତ୍ରଣ ଦେବା ପାଇଁ ଆସିପାରନ୍ତି।
ବୃଷ: ନିତିଦିନିଆ କାମରେ ଅଧିକ ସମୟ ଲାଗିପାରେ। ବ୍ୟବସାୟରେ ପୁଞି ଲଗାଇବା ପୂର୍ବରୁ ବଡ଼ଙ୍କର ପରାମର୍ଶ ନିଅନ୍ତୁ ଭଲ ହେବ। କଳାକ୍ଷେତ୍ରରେ ଥିବା ଲୋକଙ୍କର ଭଲ ଲାଭ ହେବ। ସାମାଜିକ ସ୍ତରରେ ସକ୍ରିୟ ରହିବେ।
ମିଥୁନ: ଘରର ବଡ଼ଙ୍କ ସହଯୋଗରେ ଆପଣଙ୍କ କାମ ଜଲଦି ପୂରା ହେବ। ଜୀବନସାଥୀ ଆପଣଙ୍କ ପ୍ରତ୍ୟେକ କଥାକୁ ବୁଝିବାକୁ ଚେଷ୍ଟା କରିବେ। ଘର କ୍ଳେଶ ଦୂର ହେବ। ରାଜନୀତିରେ ସଫଳତା ପାଇବେ।
କର୍କଟ: ଭାଇ ଭଉଣୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଯୋଗାଯୋଗରେ ବ୍ୟବସାୟ ସମ୍ବନ୍ଧୀୟ ଭଲ ସୂଚନା ପାଇବେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ।
ସିଂହ: କଠିନ ପରିସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ପାଖ ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ଉପଯୋଗୀ ସାବ୍ୟସ୍ତ ହେବ। ଚାକିରି ଖୋଜୁଥିବା ଲୋକ ଭଲ ଚାକିରି ପାଇବେ।
କନ୍ୟା: କୌଣସି କାମକୁ ନେଇ ଚେଷ୍ଟାରେ ସଫଳତା ପାଇବେ। ମୋବାଇଲି ଓ ଇମେଲରେ ଭଲ ଖବର ପାଇବେ। ବଲ୍ୟବନ୍ଧୁ ସହିତ ଦୀର୍ଘଦିନ ପରେ ଦେଖା ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ନିଜକୁ ସୁସ୍ଥ ଓ ସବଳ ଅନୁଭବ କରିବେ।
ତୁଳା: ବଡ଼ ଓ ଅଲଗା କାମ କରିବା ପାଇଁ ଭାବି ପାରନ୍ତି। ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଚେଷ୍ଟା କରିବେ। ଅଫିସରେ ଅଧିକାରୀମାନଙ୍କ ସହଯୋଗ ପାଇବେ। ସ୍ଥଗିତ ଥିବା କାମରେ ଆପଣଙ୍କ ଅନୁଭବ କାମର ଆସିବ।
ବିଛା :ଆପଣଙ୍କ ରୁଟିନରେ କିଛି ପରିବର୍ତ୍ତନ ଆସିବ। ନୂଆ କୌଶଳର ସାହାରା ନିଅନ୍ତୁ କାମ ସହଜ ହେବ। ବିରୋଧୀ ପକ୍ଷ ଆପଣଙ୍କ ସାମନାରେ ମତମସ୍ତକ ହେବେ। ଛାତ୍ରଛାତ୍ରୀ ପାଇଁ ସମୟ ଅନୁକୂଳ ରହିବ।
ଧନୁ: ପରିବାର ସାମନାରେ ନିଜର ମତ ରଖିବାର ପୂରା ମଉକା ପାଇବେ। ଆପଣଙ୍କ ଯୋଜନାରେ ଲୋକ ଯଥେଷ୍ଟ ପ୍ରଭାବିତ ହେବେ। ଜୀବନସାଥୀର ଭରପୂର ସହଯୋଗ ଓ ସାନିଧ୍ୟ ପାଇବେ।
ମକର: ଦିନଟି ବ୍ୟସ୍ତତା ଭରା ରହିବ। ନିଜର ମାମଲା ବାହାର ଲୋକଙ୍କୁ କୁହନ୍ତୁ ନାହିଁ। ଅସମ୍ଭବ କାମ ପୂରା ହେବା ଯୋଗୁଁ ଖୁସି ହେବେ। ଚାକିରିଜୀବୀ ନିଜ କାମରେ ଧ୍ୟାନକେନ୍ଦ୍ରୀତ କରି ରୁହନ୍ତୁ।
କୁମ୍ଭ: ମିଳିମିଶି କାମ କରନ୍ତୁ ଯଥେଷ୍ଟ ସଫଳତା ପାଇବେ। ନିବେଶ ମାମଲାରେ ଘରର ବଡ଼ଙ୍କ ଠାରୁ ନୂଆ ପରାମର୍ଶ ପାଇବେ। ବିଭିନ୍ନ ପ୍ରକାର କାମରେ ବ୍ୟସ୍ତ ରହିବେ। ସାମାଜିକ ପରିସର ବୃଦ୍ଧି ହେବ।
ମୀନ: ନୂଆ କାମରେ ଭାଗ୍ୟର ସହଯୋଗ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବିଶେଷ କାମର ମୂଳଦୁଆ ରଖିବା ଲାଗି ଦିନଟି ଭଲ। ପିଲାମାନଙ୍କ ନୂଆ ଗତିବିଧିରେ ବ୍ୟସ୍ତ ରହିବେ। ଓକିଲଙ୍କ ଲାଗି ଦିନଟି ଭଲ।