ମେଷ: ଇଜିନିୟର୍ସଙ୍କ ଲାଗି ଦିନଟି ଭଲ। କାମ ପ୍ରତି ଏକାଗ୍ରତା ଓ ନିଷ୍ଠା ବଢ଼ିବ। ପ୍ରିୟଜନଙ୍କ ସହ ଜିନିଷ କିଣିବାକୁ ଯିବେ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ।‌

Advertisment

ବୃଷ: ଅଫିସରେ ଆପଣଙ୍କ କାମର ଲୋକେ ପ୍ରଶଂସା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ପ୍ରିୟଜନଙ୍କ ସହିତ ବାହାରକୁ ବୁଲି ଯିବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ‌

ମିଥୁନ: ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। ଆପଣଙ୍କର ସକାରାତ୍ମକ ମାନସିକତା ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ। ‌

କର୍କଟ: ଆପଣଙ୍କ ଦାମ୍ପତ୍ୟ ଜୀବନରେ ଉତ୍ସାହର ବାତାବରଣ ରହିବ। ପନିପରିବା ଓ ଫଳ କାରବାରରେ ଆୟ ବଢ଼ିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ସମ୍ମାନ କରିବେ। 

ସିଂହ: ଆପଣଙ୍କ ଲାଗି କୌଣସି ଭଲ ଜାଗାରେ ଚାକିରିର ପ୍ରସ୍ତାବ ଆସିପାରେ। ନୂଆ ବ୍ୟବସାୟ କରିବା ଲାଗି ଉତ୍ସୁକ ହୋଇପାରନ୍ତି। ଆପଣଙ୍କର ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ। 

କନ୍ୟା: ଶରୀର ସୁସ୍ଥ ଓ ସତେଜ ରହିବ। କଳାକ୍ଷେତ୍ରରେ ଆପଣଙ୍କର ରୁଚି ବଢ଼ିବ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର ମାଧ୍ୟମ ଦେବେ। ବସ୍ତ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। 

ତୁଳା: ପ୍ରସାଧନ ବ୍ୟବସାୟୀଙ୍କର ବିକ୍ରୀ ବଢ଼ିବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଦରକାର। ବଡ଼ଙ୍କର ପରାମର୍ଶ କାର୍ଯ୍ୟକ୍ଷେତ୍ରରେ ମାର୍ଗଦର୍ଶକ କରିବ। ଶତ୍ରୁଙ୍କୁ ପରାସ୍ତ କରିବେ। 

ବିଛା: ଆପଣଙ୍କ କାମରେ ମନ ଲାଗିବ। ଦାମ୍ପତ୍ୟ ଜୀବନରେ କୌଣସି ଖୁସି ଖବର ପାଇବେ। କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ପ୍ରେମୀ ଯୁଗଳ ନିଜ ସମ୍ବନ୍ଧର କଥା ଘର ଲୋକଙ୍କୁ କହିବେ। 

ଧନୁ: ଘରର ଦାୟିତ୍ବକୁ ଭଲଭାବେ ବୁଝି ପାରିବେ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଧନଲାଭ ଯୋଗ ଅଛି। ଅଫିସରେ ଆପଣଙ୍କ କାର୍ଯ୍ୟ‌ର ଧ୍ୟାନ ଦିଅନ୍ତୁ। କାର୍ଯ୍ୟର ବୋଝ ବଢ଼ିପାରେ। 

ମକର: ଅଫିସ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିପାରିବେ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ପରିଜନଙ୍କ ଠାରୁ କୌଣସି କାମରେ ସାହାଯ୍ୟ ପାଇବେ। ବ୍ୟବସାୟରେ ଭଲ ଲାଭ ହେବ। 

କୁମ୍ଭ: ଆପଣଙ୍କୁ ବନ୍ଧୁ ମାଧ୍ୟମରେ ଭଲ ଚାକିରି ମିଳିବ। ତେଜରାତି ଦୋକାନୀଙ୍କର ଭଲ ଲାଭ ହେବ। ଆପଣ ଅନ୍ୟମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ। 

ମୀନ: ଅଫିସ କାମରେ ଉପରିସ୍ଥ କର୍ମଚାରୀ ପ୍ରଶଂସା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନିତ କରାଯିବ। ଶିକ୍ଷକ କୌଣସି ବିଷୟରେ ବିଦ୍ୟାର୍ଥୀଙ୍କୁ ବୁଝାଇବାରେ ସଫଳ ରହିବେ।