ମେଷ: ରବିବାର ବଡ଼ ଦାୟିତ୍ବ ନିର୍ବାହ କରିବେ। ସୋମ ଓ ମଙ୍ଗଳବାର କୋର୍ଟକଚେରି ମାମଲାରେ ସଫଳତା ପାଇବେ। ବୁଧ ଓ ଗୁରୁବାର ଜମି ବା ଗାଡ଼ି କିଣାବିକା ହେବ। ଶୁକ୍ର ଓ ଶନିବାର ବନ୍ଧୁ ସହିତ ସମ୍ବନ୍ଧ ମଧୁର ହେବ।
ବୃଷ: ରବିବାର ଜୀବନରେ ଖୁସିର ଆଗମନ ହେବ। ସୋମ ଓ ମଙ୍ଗଳବାର କୌଣସି ନୂଆ ଚୁକ୍ତିବଦ୍ଧ କାର୍ଯ୍ୟ ହାତକୁ ଆସିବ। ବୁଧ ଓ ଗୁରୁବାର ବିଦେଶ ଯିବାର ଯୋଗ ଅଛି। ଶୁକ୍ର ଓ ଶନିବାର ମାନସମ୍ମାନ ବୃଦ୍ଧି ହେବ।
ମିଥୁନ: ରବିବାର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ କରିବେ। ସୋମ ଓ ମଙ୍ଗଳବାର ନୂଆ କାରବାରର ରୂପରେଖ ପ୍ରସ୍ତୁତ କରିବେ। ବୁଧ ଓ ଗୁରୁବାର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁକ୍ର ଓ ଶନିବାର ଆୟ ବୃଦ୍ଧି ହେବ।
କର୍କଟ: ରବିବାର ମନୋକାମନା ପୂରଣ ହେବ। ସୋମ ଓ ମଙ୍ଗଳବାର ବିରୋଧୀ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ। ବୁଧ ଓ ଗୁରୁବାର ନୂଆ ଲୋକଙ୍କ ସହିତ ମିଶନ୍ତୁ ଲାଭ ପାଇବେ। ଶୁକ୍ର ଓ ଶନିବାର ବ୍ୟବସାୟରେ ମନ ଲାଗିବ।
ସିଂହ: ରବିବାର କିଛି ନୂଆ କରିବାକୁ ଚେଷ୍ଟା କରିବେ। ସୋମ ଓ ମଙ୍ଗଳବାର ରାଜନୀତିକ ସହଯୋଗ ପାଇବେ। ବୁଧ ଓ ଗୁରୁବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁକ୍ର ଓ ଶନିବାର ବ୍ୟକ୍ତିତ୍ବକୁ ବିକଶିତ କରିପାରନ୍ତି।
କନ୍ୟା: ରବିବାର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ସୋମ ଓ ମଙ୍ଗଳବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ। ବୁଧ ଓ ଗୁରୁବାର ପାରିବାରିକ ଜୀବନ ସୁଖଦ ରହିବ। ଶୁକ୍ର ଓ ଶନିବାର ଖର୍ଚ୍ଚ ବଢ଼ିପାରେ।
ତୁଳା: ରବିବାର ଅଧିକ ପରିଶ୍ରମକରି ଲାଭ କମ୍ ପାଇବେ। ସୋମ ଓ ମଙ୍ଗଳବାର ଧାର୍ମିକ କାର୍ଯ୍ୟରେ ସମୟ ଦେବେ। ବୁଧ ଓ ଗୁରୁବାର କାରବାରରେ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର ସବୁ ପ୍ରକାର କଷ୍ଟ ଦୂର ହେବ।
ବିଛା: ରବିବାର ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ସୋମ ଓ ମଙ୍ଗଳବାର କୋର୍ଟକଚେରି ସଂପର୍କିତ ବିବାଦ ସୃଷ୍ଟି ହେବ। ବୁଧ ଓ ଗୁରୁବାର ପରିଶ୍ରମର ସୁଫଳ ପାଇବେ। ଶୁକ୍ର ଓ ଶନିବାର ପଦୋନ୍ନତି ପ୍ରାପ୍ତହେବ।
ଧନୁ: ରବିବାର ଆଶାଠୁ ଅଧିକ ସଫଳତା ପାଇବେ। ସୋମ ଓ ମଙ୍ଗଳବାର ଜନସଂପର୍କ କାର୍ଯ୍ୟରେ ଲାଭ ହେବ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ହୋଇପାରେ। ଶୁକ୍ର ଓ ଶନିବାର ସୁସମ୍ବାଦ ପାଇବେ।
ମକର: ରବିବାର ସଂଗୀତ ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର ପ୍ରତିଯୋଗିତାରେ ଅଗ୍ରଣୀ ରହିବେ। ବୁଧ ଓ ଗୁରୁବାର ସରକାରୀ କର୍ମଚାରୀଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର ପାରିବାରିକ ସମସ୍ୟା ରହିବ।
କୁମ୍ଭ: ରବିବାର ଜମି କିମ୍ବା ଭବନ କିଣିବେ। ସୋମ ଓ ମଙ୍ଗଳବାର ମନରେ ଘୂରିବୁଲୁଥିବା ଯୋଜନା ସଫଳ ହେବ। ବୁଧ ଓ ଗୁରୁବାର ରୋଗ ଓ ଋଣରୁ ମୁକ୍ତି ପାଇବେ। ଶୁକ୍ର ଓ ଶନିବାର ପ୍ରେମରେ ସଫଳତା ପାଇବେ।
ମୀନ: ରବିବାର ବ୍ୟବସାୟରେ ଉନ୍ନତି ହେବ। ସୋମ ଓ ମଙ୍ଗଳବାର ବାପାମାଆଙ୍କ ସହଯୋଗରେ ଆଗକୁ ବଢ଼ିବେ। ବୁଧ ଓ ଗୁରୁବାର ରୋଜଗାର ସୁଯୋଗ ଆସିବ। ଶୁକ୍ର ଓ ଶନିବାର ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ।