ମେଷ: ରବିବାର ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ସୋମ, ମଙ୍ଗଳ ଓ ବୁଧବାର କାମରେ ସକାରାତ୍ମକ ଫଳ ପାଇବେ। ଗୁରୁ ଓ ଶୁକ୍ରବାର ସବୁ କାମ ସରଳତାପୂର୍ବକ ପୂରା ହେବ। ଶନିବାର ଆୟ ବୃଦ୍ଧି ହେବ।

Advertisment

ବୃଷ: ରବିବାର ମନରେ ନୂଆ ନୂଆ ବିଚାର ଆସିବ। ସୋମ, ମଙ୍ଗଳ ଓ ବୁଧବାର ପୂର୍ବ କାର୍ଯ୍ୟର ପ୍ରଶଂସା ପାଇବେ। ଗୁରୁ ଓ ଶୁକ୍ରବାର ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ଶନିବାର ପୁତ୍ରସୁଖ ପାଇବେ।

ମିଥୁନ: ରବିବାର ଭାବିଥିବା କାମ ପୂରାହେବ। ସୋମ, ମଙ୍ଗଳ ଓ ବୁଧବାର ସମାଜରେ ଭାବମୂର୍ତ୍ତି ଭଲ ହେବ। ଗରୁ ଓ ଶୁକ୍ରବାର କାନୁନ ମାମଲାରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଶନିବାର ଧର୍ମକାର୍ଯ୍ୟରେ ମନ ଲାଗିବ।

କର୍କଟ: ରବିବାର ଆୟବ୍ୟୟ‌େର ସମନ୍ବୟ ରହିବ। ସୋମ, ମଙ୍ଗଳ ଓ ବୁଧବାର ନିଜର ସ୍ଥିତି ମଜଭୁତ କରିପାରିବେ। ଗୁରୁ ଓ ଶୁକ୍ରବାର ଚାକିରିଜୀବୀ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଶନିବାର ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। 

ସିଂହ: ରବିବାର ଆପଣଙ୍କ କାମର ପ୍ରଶଂସା ହେବ। ସୋମ, ମଙ୍ଗଳ ଓ ବୁଧବାର କାରବାରରେ ବୃଦ୍ଧି ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ଶନିବାର ନିବେଶରୁ ଲାଭ ପାଇବେ।

କନ୍ୟା: ରବିବାର ବନ୍ଧୁଙ୍କ ସାହାଯ୍ୟ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ଆମଦାନି ଲାଗି ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର ନିଜର ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ। ଶନିବାର କାମର ବୋଝ ଅଧିକ ରହିବ।

ତୁଳା: ରବିବାର ମସ୍ତିଷ୍କରେ ନୂଆ ନୂଆ ବିଚାର ଆସିବ। ସୋମ, ମଙ୍ଗଳ ଓ ବୁଧବାର ଆହ୍ବାନର ପଛଘୁଞ୍ଚା ଦେବେନାହିଁ। ଗୁରୁ ଓ ଶୁକ୍ରବାର ଭଲ ଜାଗାକୁ ବୁଲିଯିବେ। ଶନିବାର କୌଣସି ଭଲ ଖବର ପାଇବେ।

ବିଛା: ରବିବାର ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ। ସୋମ, ମଙ୍ଗଳ ଓ ବୁଧବାର ସମାଜରେ ସମ୍ମାନ ପାଇବେ। ଗୁରୁ ଓ ଶୁକ୍ରବାର ଅଧ୍ୟୟନରେ ଭଲ ଫଳ ପାଇବେ। ଶନିବାର କଠିନ କାମରେ ହାର୍‌ ମାନିବେନି।

ଧନୁ: ରବିବାର ବୈବାହିକ ଜୀବନ ସୁଖମୟ ହେବ। ସୋମ, ମଙ୍ଗଳ ଓ ବୁଧବାର ଲକ୍ଷ୍ୟପ୍ରାପ୍ତି ଲାଗି ସକ୍ରିୟ ରହିବେ। ଗୁରୁ ଓ ଶୁକ୍ରବାର ପରିଶ୍ରମର ଭଲ ପରିଣାମ ପାଇବେ। ଶନିବାର ପାଖଲୋକଙ୍କ ସାହାଯ୍ୟ ପାଇବେ।

ମକର: ରବିବାର କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ସୋମ, ମଙ୍ଗଳ ଓ ବୁଧବାର ନୂଆ କାମ କରିବାର ପ୍ରେରଣା ପାଇବେ। ଗୁରୁ ଓ ଶୁକ୍ରବାର କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଅନୁକୂଳ ହେବ। ଶନିବାର ବକେୟା ଅର୍ଥ ପାଇବେ।

କୁମ୍ଭ: ରବିବାର ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ସୋମ, ମଙ୍ଗଳ ଓ ବୁଧବାର ପରୀକ୍ଷାରେ ବହୁତ ଭଲ କରିବେ। ଗୂରୁ ଓ ଶୁକ୍ରବାର କୋର୍ଟକଚେରିରେ କିଛି ବାଧା ଆସିପାରେ। ଶନିବାର ସ୍ବାସ୍ଥ୍ୟ ଠିକ୍ ରହିବ।

ମୀନ: ରବିବାର ବେପାରରେ ଉନ୍ନତି ହେବ। ସୋମ, ମଙ୍ଗଳ ଓ ବୁଧବାର ଚାକିରିରେ ପଦୋନ୍ନତି ମିଳିବ। ଗୁରୁ ଓ ଶୁକ୍ରବାର ବୈବାହିକ ଜୀବନ ଖୁସି ଭରା ରହିବ। ଶନିବାର ବିରୋଧୀ ପ୍ରତି ସାବଧାନ ରହନ୍ତୁ।

horoscope