ମେଷ: ରବିବାର ଭାଗ୍ୟୋନ୍ନତି ହେବ। ସୋମ, ମଙ୍ଗଳ ଓ ବୁଧବାର ଦେଶବିଦେଶରୁ ଶୁଭ ଖବର ପାଇବେ। ଗୁରୁ ଓ ଶୁକ୍ରବାର ପୁଞ୍ଜି ନିବେଶ କରନ୍ତୁ ଲାଭଦାୟକ ରହିବ। ଶନିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ବୃଷ: ରବିବାର ବନ୍ଧୁ ଧୋକା ଦେଇପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର ରାଜନେତାଙ୍କ ଦ୍ବାରା ଲାଭ ପାଇବେ। ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ଉନ୍ନତି ହେବ। ଶନିବାର ପାରିବାରିକ ଜୀବନ ସୁଖଦ ରହିବ।
ମିଥୁନ: ରବିବାର ଆୟର ସାଧନ ସୃଷ୍ଟିହେବ। ସୋମ, ମଙ୍ଗଳ ଓ ବୁଧବାର କାରବାରରେ ଏକ ଲୟ ପ୍ରସ୍ତୁତକରି କାମ କରନ୍ତୁ। ଗୁରୁ ଓ ଶୁକ୍ରବାର ପଦୋନ୍ନତି ଖବର ପାଇବେ। ଶନିବାର ଅଧୁରା କାମ ପୂରା ହେବ।
କର୍କଟ: ରବିବାର ବନ୍ଧୁ ସହଯୋଗ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଗୁରୁ ଓ ଶୁକ୍ରବାର ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହଯୋଗ ପାଇବେ। ଶନିବାର ଧନଲାଭ ହେବ।
ସିଂହ: ରବିବାର ମାନସିକ ଅଶାନ୍ତି ଦୂରହେବ। ସୋମ, ମଙ୍ଗଳ ଓ ବୁଧବାର ଆଶାଠୁ ଅଧିକ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର ଘରକୁ ବନ୍ଧୁ ଆସିବେ। ଶନିବାର କାର୍ଯ୍ୟରେ ବାଧା ସୃଷ୍ଟିହେବ।
କନ୍ୟା: ରବିବାର ବନ୍ଧୁ ସହିତ ସାକ୍ଷାତ ହେବ। ସୋମ, ମଙ୍ଗଳ ଓ ବୁଧବାର ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ। ଗୁରୁ ଓ ଶୁକ୍ରବାର ଶତ୍ରୁ ଜୟ କରିବେ। ଶନିବାର ପ୍ରେମ ଜୀବନ ଭଲ ରହିବ।
ତୁଳା
ତୁଳା: ରବିବାର ଉତ୍ସାହ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର ଘର ଗୃହସ୍ଥିର ବୋଝ ବଢ଼ିବ। ଗୁରୁ ଓ ଶୁକ୍ରବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ। ଶନିବାର ସନ୍ତାନଠାରୁ ଶୁଭ ଖବର ପାଇବେ।
ବିଛା: ରବିବାର ଆୟ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର ନିଜ କାମରେ ଅଧିକ ପୁଞ୍ଜି ଲଗାଇ ପାରନ୍ତି। ଗୁରୁ ଓ ଶୁକ୍ରବାର ପରିବାର ବିବାଦଠୁ ଦୂରେଇ ରହନ୍ତୁ। ଶନିବାର ପ୍ରେମ ସମ୍ବନ୍ଧ ମଧୁର ହେବ।
ଧନୁ: ରବିବାର ବ୍ୟବସାୟରେ ଧନଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର ଅନାବଶ୍ୟକ ବିବାଦଠାରୁ ଦୂରରେ ରହନ୍ତୁ। ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଶନିବାର ପ୍ରିୟଜନ ମିଳନ।
ମକର: ରବିବାର ବାଣୀରେ କଠୋରତା ରହିବ। ସୋମ, ମଙ୍ଗଳ ଓ ବୁଧବାର ପରିଶ୍ରମର ଫଳ ସନ୍ତୋଷଜନକ ହେବ। ଗୁରୁ ଓ ଶୁକ୍ରବାର ସାମାଜିକ ଜୀବନ ଭଲ ରହିବ। ଶନିବାର ସୁସମ୍ବାଦ ପାଇବେ।
କୁମ୍ଭ: ରବିବାର ରାଜନୀତିକ ସଂପର୍କରୁ ଲାଭ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ଅଫିସ୍ରେ ନୂଆ କାମ ମିଳିପାରେ। ଗୁରୁ ଓ ଶୁକ୍ରବାର ବ୍ୟକ୍ତିତ୍ବକୁ ବିକଶିତ କରିପାରନ୍ତି। ଶନିବାର ଧନଲାଭ ହେବ।
ମୀନ: ରବିବାର ବେପାରରେ ଲାଭହେବ। ସୋମ, ମଙ୍ଗଳ ଓ ବୁଧବାର ରାଜନୀତିକ ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର ଅର୍ଥର ଅଭାବ ଅନୁଭବ କରିପାରନ୍ତି। ଶନିବାର ସ୍ବାସ୍ଥ୍ୟରେ ସୁଧାର ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/22/weekly-horoscope-2025-11-22-13-46-18.jpg)