ମେଷ: ରବି, ସୋମ ଓ ମଙ୍ଗଳବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ବୁଧ ଓ ଗୁରୁବାର ନିଜର ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ। ଶୁକ୍ର ଓ ଶନିବାର ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ରହିବ।

Advertisment

ବୃଷ: ରବି, ସୋମ ଓ ମଙ୍ଗଳବାର ଉନ୍ନତି ପାଇଁ ନୂଆ ସାଧନ ପାଇବେ। ବୁଧ ଓ ଗୁରୁବାର ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ଶୁକ୍ର ଓ ଶନିବାର କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ।

ମିଥୁନ: ରବି, ସୋମ ଓ ମଙ୍ଗଳବାର ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ବୁଧ ଓ ଗୁରୁବାର କାମରେ ବାପା ମାଆଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ।

କର୍କଟ: ରବି, ସୋମ ଓ ମଙ୍ଗଳବାର ଲକ୍ଷ୍ୟପ୍ରାପ୍ତି ଲାଗି ସକ୍ରିୟ ରହିବେ। ବୁଧ ଓ ଗୁରୁବାର ଅଫିସ୍‌ରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ଶୁକ୍ର ଓ ଶନିବାର ଜୀବନସାଥୀ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।

ସିଂହ: ରବି, ସୋମ ଓ ମଙ୍ଗଳବାର ସମସ୍ୟାର ସମାଧାନ ଲାଗି ମାର୍ଗ ଖୋଜିନେବେ। ବୁଧ ଓ ଗୁରୁବାର ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଶୁକ୍ର ଓ ଶନିବାର ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ବୁଲିଯିବେ।

କନ୍ୟା: ରବି, ସୋମ ଓ ମଙ୍ଗଳବାର ବ୍ୟବସାୟ କାମରେ ଅନୁକୂଳତା ରହିବ। ବୁଧ ଓ ଗୁରୁବାର ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ। ଶୁକ୍ର ଓ ଶନିବାର ନବ ବିବାହିତ କୌଣସି ଭଲ ଜାଗାକୁ ବୁଲିଯିବେ।

ତୁଳା

ତୁଳା: ରବି, ସୋମ ଓ ମଙ୍ଗଳବାର ଚାକିରିରେ ମନ ପସନ୍ଦ ଜାଗାକୁ ବଦଳି ହୋଇପାରନ୍ତି। ବୁଧ ଓ ଗୁରୁବାର ବେପାରୀ ନୂଆ ସଫଳତା ପାଇପାରନ୍ତି। ଶୁକ୍ର ଓ ଶନିବାର କୌଣସି ପ୍ରକାର ଗତିବିଧିରେ ବ୍ୟସ୍ତତା ରହିବ।

ବିଛା: ରବି, ସୋମ ଓ ମଙ୍ଗଳବାର ନୂଆ କାମ ଆରମ୍ଭ କରନ୍ତୁ ଲାଭଦାୟକ ହେବ। ବୁଧ ଓ ଗୁରୁବାର ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। ଶୁକ୍ର ଓ ଶନିବାର ନିଜର ପ୍ରସିଦ୍ଧି ବଢ଼ାଇବା ଲାଗି ଯଥାସମ୍ଭବ ଚେଷ୍ଟା କରିବେ।

ଧନୁ: ରବି, ସୋମ ଓ ମଙ୍ଗଳବାର କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ। ବୁଧ ଓ ଗୁରୁବାର ପାରିବାରିକ ପରିବେଶ ସକାରାତ୍ମକ ରହିବ। ଶୁକ୍ର ଓ ଶନିବାର କୌଣସି ଅନୁଭବୀ ବ୍ୟକ୍ତିଙ୍କଠାରୁ ପରାମର୍ଶ ନେବେ।

ମକର: ରବି, ସୋମ ଓ ମଙ୍ଗଳବାର ପ୍ରୟାସରେ ଭଲ ପରିଣାମ ପାଇବେ। ବୁଧ ଓ ଗୁରୁବାର କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ଶୁକ୍ର ଓ ଶନିବାର ଘରର କୌଣସି ବଡ଼ଙ୍କଠାରୁ କିଛି ନୂଆ କଥା ଶିଖିବେ।

କୁମ୍ଭ: ରବି, ସୋମ ଓ ମଙ୍ଗଳବାର ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ। ବୁଧ ଓ ଗୁରୁବାର ମନରେ ନୂଆ ନୂଆ ବିଚାର ସମାବେଶ ହେବ। ଶୁକ୍ର ଓ ଶନିବାର କର୍ମଜୀବୀ ମହିଳାଙ୍କ ଲାଗି ସମୟ ଭଲ।

ମୀନ: ରବି, ସୋମ ଓ ମଙ୍ଗଳବାର ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ରହିବେ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ଶୁକ୍ର ଓ ଶନିବାର ବ୍ୟବସାୟ ଯୋଜନା ଅନୁସାରେ କାମ କରନ୍ତୁ।