ମେଷ:-ରବି ଓ ସୋମବାର ଚାକିରିରେ ସଫଳତା ମିଳିପାରେ। ମଙ୍ଗଳ ଓ ବୁଧବାର କୌଣସି ଭଲ ଖବର ପାଇବେ। ଗୁରୁ, ଶୁକ୍ର ଓଶନିବାର ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପଇବେ।
ବୃଷ:-ରବି ଓ ସୋମବାର ପରିବାର ଲୋକଙ୍କ ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ଗୁରୁ ଶୁକ୍ର ଓ ଶନିବାର ଆମଦାନିର ନୂଆ ଉତ୍ସ ପାଇବେ।
ମିଥୁନ:-ରବି ଓ ସୋମବାର ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ମଙ୍ଗଳ ଓ ବୁଧବାର ଉନ୍ନତି ପାଇଁ ନୂଆ ସାଧନ ପାଇବେ। ଗୁରୁ ଶୁକ୍ର ଓ ଶନିବାର ବୈବାହିକ ଜୀବନରେ ସୌହାର୍ଦ୍ଦ ବଜାୟ ରହିବ।
କର୍କଟ:-ରବି ଓ ସୋମବାର ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ମଙ୍ଗଳ ଓ ବୁଧବାର ଭାଗୀଦାରି ବେପାରରେ ଲାଭ ପାଇବେ। ଗୁରୁ ଶୁକ୍ର ଓ ଶନିବାର ଆହ୍ବାନର ପଛଘୁଞ୍ଚା ଦେବେନାହିଁ।
ସିଂହ:-ରବି ଓ ସୋମବାର ସମସ୍ୟାର ସମାଧାନ ଲାଗି ମାର୍ଗ ଖୋଜିନେବେ। ମଙ୍ଗଳ ଓ ବୁଧବାର ବେପାରୀଙ୍କ ଲାଗି ସମୟ ଭଲ। ଗୁରୁ ଶୁକ୍ର ଓ ଶନିବାର ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ।
କନ୍ୟା:-ରବି ଓ ସୋମବାର ବ୍ୟବସାୟ କାମରେ ଅନୁକୂଳତା ରହିବ। ମଙ୍ଗଳ ଓ ବୁଧବାର ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ। ଗୁରୁ ଶୁକ୍ର ଓ ଶନିବାର ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ।
ତୁଳା:-ରବି ଓ ସୋମବାର ବ୍ୟବସାୟରେ ଭଲ ପରିଣାମ ପାଇବେ। ମଙ୍ଗଳ ଓ ବୁଧବାର କୌଣସି ବଡ଼ ଦାୟିତ୍ବ ପାଇବେ। ଗୁରୁ ଶକ୍ର ଓ ଶନିବାର ସକାରାତ୍ମକ ଲୋକଙ୍କ ପରାମର୍ଶରେ ଲାଭ ହେବ।
ବିଛା:-ରବି ଓ ସୋମବାର ନୂଆ କାମ ଆରମ୍ଭ କରନ୍ତୁ ଲାଭ ଦାୟକ ରହିବ। ମଙ୍ଗଳ ଓ ବୁଧବାର ପୁତ୍ର ପକ୍ଷରୁ ସୁଖ ପାଇବେ। ଗୁରୁ ଶୁକ୍ର ଓ ଶନିବାର ଜମି ଓ ଭବନରେ ନିବେଶ ଲାଗି ଭାବି ପାରନ୍ତି।
ଧନୁ:-ରବି ଓ ସୋମବାର ନୂଆ କରିବା ଲାଗି ନୂଆ ନିୟମ ଉପରେ ବିଚାର କରିବେ। ମଙ୍ଗଳ ଓ ବୁଧବାର ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଗୁରୁ ଶୁକ୍ର ଓ ଶନିବାର ନବ ବିବାହିତ ବାହାରକୁ ବୁଲି ଯିବେ।
ମକର:-ରବି ଓ ସୋମବାର କାମ କରିବା ଲାଗି ନୂଆ ନିୟମ ଉପରେ ବିଚାର କରିବେ। ମଙ୍ଗଳ ଓ ବୁଧବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଗୁରୁ ଶୁକ୍ର ଓ ଶନିବାର ଧର୍ମ କାର୍ଯ୍ୟରେ ମନ ଲାଗିବ।
କୁମ୍ଭ:-ରବି ଓ ସୋମବାର ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ମଙ୍ଗଳ ଓ ବୁଧବାର ସମାଜରେ ଆପଣଙ୍କ ଭାବମୂର୍ତ୍ତି ଭଲ ହେବ। ଗୁରୁ ଶୁକ୍ର ଓ ଶନିବାର କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ।
ମୀନ:-ରବି ଓ ସୋମବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ମଙ୍ଗଳ ଓ ବୁଧବାର ପ୍ରେମୀ ଯୁଗଳଙ୍କ ସମୟ ଭଲ। ଗୁରୁ, ଶୁକ୍ର ଓ ଶନିବାର ଜରୁରୀ କାମରେ ଜୀବନସାଥୀ ସହଯୋଗ ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/22/weekly-horoscope-2025-11-22-13-46-18.jpg)