ମେଷ:-ରବି ଓ ସୋମବାର ପ୍ରେମିକା ସହିତ ଲାଗି ରହିଥିବା ମନାନ୍ତର ଦୂର ହେବ। ମଙ୍ଗଳ ବୁଧ ଓ ଗୁରୁବାର ଧନଲାଭର ନୂଆ ମଉକା ପାଇବେ। ଶୁକ୍ର ଓ ଶନିବାର ରାଜନେତାଙ୍କ ଦ୍ବାରା ଲାଭ ପାଇବେ।
ବୃଷ:-ରବି ଓ ସେମାବାର ଭାଗ୍ୟ ବଦଳାଇବା ପାଇଁ ଅବସର ପାଇବେ। ମଙ୍ଗଳ ବୁଧ ଓ ଗୁରୁବାର ବୁଦ୍ଧିମତ୍ତାରେ ବିରୋଧୀମାନଙ୍କୁ ଦୂରରେ ରଖିବେ। ଶୁକ୍ର ଓ ଶନିବାର ଆର୍ଥିକ ହାନି ହୋଇପାରେ।
ମିଥୁନ:-ରବି ଓ ସୋମବାର ଶିକ୍ଷା ଓ କଳା ସଂପର୍କିତ କାର୍ଯ୍ୟରେ ପ୍ରଗତି ହେବ। ମଙ୍ଗଳ ବୁଧ ଓ ଗୁରୁବାର ଅଯଥା କଥା ଠୁ
ଦୂରରେ ରୁହନ୍ତୁ। ଶୁକ୍ର ଓ ଶନିବାର ସରକାରୀ କର୍ମଚାରୀଙ୍କ ସହଯୋଗ ପାଇବେ।
କର୍କଟ:-ରବି ଓ ସୋମବାର ପରିବାର ବିବଦ ଠାରୁ ଦୂରରେ ରୁହନ୍ତୁ। ମଙ୍ଗଳ ବୁଧ ଓ ଗୁରୁବାର ଗୀତ ସଙ୍ଗୀତରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର କ୍ୟାରିୟର ସମ୍ବନ୍ଧରେ ଭଲ ସୁଯୋଗ ପାଇବେ।
ସିଂହ:-ରବି ଓ ସୋମବାର ସାହିତ୍ୟ କିମ୍ବା କବିତା ଲେଖି ପାରନ୍ତି। ମଙ୍ଗଳ ବୁଧ ଓ ଗୁରୁବାର ଅନ୍ତରଙ୍ଗ ବନ୍ଧୁ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା। ଶୁକ୍ର ଓ ଶନିବାର ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ।
କନ୍ୟା:-ରବି ଓ ସୋମବାର କୌଣସ ନୂଆ ଚୁକ୍ତିବଦ୍ଧ କାର୍ଯ୍ୟ ହାତକୁ ଆସିବ। ମଙ୍ଗଳ ବୁଧ ଓ ଗୁରୁବାର କିଚଇ ଭଲ ଲୋକଙ୍କ ସହିତ ସାକ୍ଷାତ ହେବ। ଶୁକ୍ର ଓ ଶନିବାର ଅଫିସରେ ନୂଆ କାମ ମିଳିପାରେ।
ତୁଳା:-ରବି ଓ ସୋମବାର ନୂଆ କାର୍ଯ୍ୟରେ ସଫଳତା ପାଇବେ। ମଙ୍ଗଳ ବୁଧ ଓ ଗୁରୁବାର ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର ଜୀବନର ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ।
ବିଛା:-ରବି ଓ ସୋମବାର ଅଜଣା ବ୍ୟକ୍ତଙ୍କ ଉପରେ ବିଶ୍ବାସ କରନ୍ତୁନାହିଁ। ମଙ୍ଗଳ ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନ
ପ୍ରୀତିମୟ ହେବ। ଶୁକ୍ର ଓ ଶନିବାର ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ।
ଧନୁ:-ରବି ଓ ସୋମବାର ପାରିବାରିକ ଜୀବନ ସୁଖଦ ରହିବ। ମଙ୍ଗଳ ବୁଧ ଓ ଗୁରୁବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ଶୁକ୍ର ଓ ଶନିବାର ନୂଆ ଲୋକଙ୍କ ସହିତ ମିଶନ୍ତୁ ଲାଭ ପାଇବେ।
ମକର:-ରବି ଓ ସୋମବାର ଚାକିରି ବ୍ୟବସାୟରେ ପ୍ରଗତି ହେବ। ମଙ୍ଗଳ ବୁଧ ଓ ଗୁରୁବାର ଧାର୍ମିକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଶୁକ୍ର ଓ ଶନିବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।
କୁମ୍ଭ:-ରବି ଓ ସୋମବାର ଅଫିସରେ ପ୍ରଦର୍ଶନ ପ୍ରଶଂସନୀୟ ହେବ। ମଙ୍ଗଳ ବୁଧ ଓ ଗୁରୁବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ। ଶୁକ୍ର ଓ ଶନିବାର ରାଜନୀତିକ ଲୋକଙ୍କ ଲାଗି ସମୟ ଭଲ।
ମୀନ:-ରବି ଓ ସୋମବାର ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। ମଙ୍ଗଳ ବୁଧ ଓ ଗୁରୁବାର ସାମାଜିକ କାର୍ଯ୍ୟରେ
ସହଯୋଗ ଦିଅନ୍ତୁ ସମ୍ମାନ ବଢ଼ିବ। ଶୁକ୍ର ଓ ଶନିବାର ପାରିବରିକ ସମ୍ବନ୍ଧ ମଜଭୁତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/22/weekly-horoscope-2025-11-22-13-46-18.jpg)