ମେଷ:-ରବି ଓ ସୋମବାର ପରିଶ୍ରମର ଫଳ ସନ୍ତୋଷଜନକ ହେବ। ମଙ୍ଗଳ ଓ ବୁଧବାର ନୂଆ ଲକ୍ଷ୍ୟ ହାସଲ କରିବେ। ଗୁରୁ ଓ ଶୁକ୍ରବାର ଚାକିରିଜୀବୀ ଭଲ ଖବର ପାଇବେ। ଶନିବାର ବନ୍ଧୁ ସହିତ ସାକ୍ଷାତ ହେବ।
ବୃଷ:-ରବି ଓ ସୋମବାର ଅର୍ଥର ଅଭାବ ଅନୁଭବ କରିବେ। ମଙ୍ଗଳ ଓ ବୁଧବାର ନୂଆ କାର୍ଯ୍ୟରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର ସମାଜ ସେବାରେ ଆୟ ବୃଦ୍ଧି ହେବ। ଶନିବାର ସାହିତ୍ୟ କବିତା ଲେଖି ପାରନ୍ତି।
ମିଥୁନ:-ରବି ଓ ସୋମବାର ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ମଙ୍ଗଳ ଓ ବୁଧବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁ ଓ ଶୁକ୍ରବାର ବ୍ୟକ୍ତତ୍ବକୁ ବିକଶିତ କରିପାରନ୍ତି। ଶନିବାର ଆୟରେ ବୃଦ୍ଧି ହେବ।
କର୍କଟ:-ରବି ଓ ସେମାବାର ସ୍ଥଗିତ ଥିବା କାମ ପୂରା ହେବ। ମଙ୍ଗଳ ଓ ବୁଧବାର ରାଜନୀତିକ କାର୍ଯ୍ୟ ସଂପନ୍ନ ହେବ। ଗୁରୁ ଓ ଶୁକ୍ରବାର ଛାତ୍ରଛତ୍ରେୀଙ୍କ ସମୟ ଭଲ। ଶନିବାର ଅଧୀନସ୍ଥ ବ୍ୟକ୍ତିଙ୍କ ଦ୍ବାରା ଲାଭ ପାଇବେ।
ସିଂହ:-ରବି ଓ ସୋମବାର ଧନ ସଂପତ୍ତି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର ଦେଶ ବିଦେଶରୁ ଶୁଭ ଖବର ପାଇବେ। ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଶନିବାର ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।
କନ୍ୟା:-ରବି ଓ ସୋମବାର ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ। ମଙ୍ଗଳ ଓ ବୁଧବାର ଧର୍ମକାର୍ଯ୍ୟ ପଅତି ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର ବିକାଶ କାର୍ଯ୍ୟରେ ଗତି ଦ୍ରୁତ ହେବ। ଶନିବାର ସାମାଜରେ ମାନ ସମ୍ମାନ ବଢ଼ିବ।
ତୁଳା:-ରବି ଓ ସୋମବାର ଦାମ୍ପତ୍ୟ ସମ୍ବନ୍ଧ ମଧୁର ରହିବ। ମଙ୍ଗଳ ଓ ବୁଧବାର ମାନସିକ ଅସ୍ଥିରତା ଲାଗି ରହିବ। ଗୁରୁ ଓ ଶୁକ୍ରବାର ଧାର୍ମିକ ସତସଙ୍ଗକୁ ଯିବେ। ଶନିବାର ଚାକିରି ବ୍ୟବସାୟରେ ପ୍ରଗତି ହେବ।
ବିଛା:-ରବି ଓ ସୋମବାର କାନୁନ ବିବାଦ ସମାଧାନ ହେବ। ମଙ୍ଗଳ ଓ ବୁଧବାର ନୂଆ ବ୍ୟବସାୟ ଓ ଆୟର ସାଧନ ବନିବ। ଗୁରୁ ଓ ଶୁକ୍ରବାର ମାନସିକ ଅଶାନ୍ତି ବଢ଼ିବ। ଶନିବାର ସବୁ ଇଚ୍ଛା ପୂରଣ ହେବ।
ଧନୁ:-ରବି ଓ ସୋମବାର ପ୍ରେମୀ ଯୁଗଳଙ୍କ ଲାଗି ସମୟ ଭଲ। ମଙ୍ଗଳ ଓ ବୁଧବାର ପ୍ରତିଯୋଗିତାରେ ଅଗ୍ରଣୀ ରହିବେ। ଗୁରୁ ଓ ଶୁକ୍ରବାର ଅଧୁରା କାର୍ଯ୍ୟ ସଂପନ୍ନ ହେବ। ଶନିବାର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମକର:-ରବି ଓ ସୋମବାର ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ମଙ୍ଗଳ ଓ ବୁଧବାର ସାହିତ୍ୟ ଓ ସଙ୍ଗୀତରେ ରୁଚି ବଢ଼ିବ। ଗୁରୁ ଓ ଶୁକ୍ରବାର ଲୋକମାନଙ୍କ ସହଯୋଗ ପାଇବେ। ଶନିବାର ବେପାରରେ ଲାଭ ପାଇବେ।
କୁମ୍ଭ:-ରବି ଓ ସୋମବାର ଉତ୍ସାହ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର ବନ୍ଧୁ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା। ଗୁରୁ ଓ ଶୁକ୍ରବାର ରୋଜଗାର ଲାଗି ସୁଯୋଗ ପାଇବେ। ଶନିବାର ସନ୍ତାନ ଠାରୁ ଭଲ ଖବର ପାଇବେ।
ମୀନ:-ରବି ଓ ସୋମବାର ରୋଗ ଋଣରୁ ମାକ୍ତି ପାଇବେ। ମଙ୍ଗଳ ଓ ବୁଧବାର କାର୍ଯ୍ୟକ୍ଷେତ୍ରରେ ଭଲ କାମ କରିବେ। ଗୁରୁ ଓ ଶୁକ୍ରବାର ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ଶନିବାର ପରିବାର ସହିତ ସମୟ ବିତାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/22/weekly-horoscope-2025-11-22-13-46-18.jpg)