ମେଷ: ରବି ଓ ସୋମବାର ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ଶୁକ୍ର ଓ ଶନିବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ।
ବୃଷ: ରବି ଓ ସୋମବାର ସରକାରୀ ଓ ସାମାଜିକ କାର୍ଯ୍ୟରେ ପ୍ରଗତି ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଅଫିସ୍ରେ ଉତ୍ତମ ପରିବେଶରେ ଖୁସି ରହିବେ। ଶୁକ୍ର ଓ ଶନିବାର କାନୁନ ବିବାଦକୁ ପଶି ଆସିପାରନ୍ତି।
ମିଥୁନ: ରବି ଓ ସୋମବାର ଟଙ୍କାପଇସା ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର ପାରିବାରିକ ଜୀବନ ଶାନ୍ତିମୟ ରହିବ। ଶୁକ୍ର ଓ ଶନିବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ।
କର୍କଟ: ରବି ଓ ସୋମବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର କାରବାରରେ ଏକ ଲକ୍ଷ୍ୟ ପ୍ରସ୍ତୁତକରି କାମ କରନ୍ତୁ। ଶୁକ୍ର ଓ ଶନିବାର ବିଶେଷ କାମରେ ଅନ୍ୟ ଲୋକଙ୍କ ସହଯୋଗ ପାଇବେ।
ଆହୁରି ପଢ଼ନ୍ତୁ: Court Judgement: ବିଚାରପତିଙ୍କୁ ଲାଞ୍ଚ ମାମଲାର ଭିଜିଲାନ୍ସ ତଦନ୍ତ ପାଇଁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ
ସିଂହ: ରବି ଓ ସୋମବାର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ପ୍ରିୟଜନ ସହିତ ଲାଗି ରହିଥିବା ମନାନ୍ତର ଦୂରହେବ। ଶୁକ୍ର ଓ ଶନିବାର ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହଯୋଗ ପାଇବେ।
କନ୍ୟା: ରବି ଓ ସୋମବାର ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବେ।
ତୁଳା: ରବି ଓ ସୋମବାର ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରନ୍ତି। ମଙ୍ଗଳ, ବୁଧ ଓ ଗୁରୁବାର ମନରେ ଥିବା ଯୋଜନା ସଫଳ ହେବ। ଶୁକ୍ର ଓ ଶନିବାର ପ୍ରେମୀଯୁଗଳ ବିବାହ ପାଇଁ ନଷ୍ପତ୍ତି ନେଇ ପାରନ୍ତି।
ବିଛା: ରବି ଓ ସୋମବାର ନୂଆ କାର୍ଯ୍ୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର ଟଙ୍କାପଇସା ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ଶୁକ୍ର ଓ ଶନିବାର ଭ୍ରମଣ ମନୋରଂଜନପୂର୍ଣ୍ଣ ରହିବ।
ଆହୁରି ପଢ଼ନ୍ତୁ: Accident: ଦୁର୍ଘଟଣା ନେଲା ତିନି ଯବାନଙ୍କ ସହ କାର ଡ୍ରାଇଭରଙ୍କ ଜୀବନ
ଧନୁ: ରବି ଓ ସୋମବାର ଅନାବଶ୍ୟକ ବିବାଦଠାରୁ ଦୂରେଇ ରୁହନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର ଜୀବନରେ ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ। ଶୁକ୍ର ଓ ଶନିବାର ଛାତ୍ରଛାତ୍ରୀ ଜ୍ଞାନର ଭଲ ପ୍ରଦର୍ଶନ ଦେବେ।
ମକର: ରବି ଓ ସୋମବାର ଆମଦାନି ଲାଗି ମନରେ ନୂଆ ଯୋଜନା ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ଶୁକ୍ର ଓ ଶନିବାର କୋର୍ଟକଚେରି ମାମଲାରେ ସଫଳତା ପାଇବେ।
କୁମ୍ଭ: ରବି ଓ ସୋମବାର ପାରିବାରିକ ବାତାବରଣ ପ୍ରସନ୍ନତାବର୍ଦ୍ଧକ ହେବ। ମଙ୍ଗଳ, ବୁଧ ଓ ଗୁରୁବାର ନୂଆ କାରବାରର ରୂପରେଖ ପ୍ରସ୍ତୁତ କରିବେ। ଶୁକ୍ର ଓ ଶନିବାର ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦେବେ।
ମୀନ: ରବି ଓ ସୋମବାର ପୁଞ୍ଜି ନିବେଶ କରନ୍ତୁ, ଲାଭଦାୟକ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ। ଶୁକ୍ର ଓ ଶନିବାର ଜୀବନରେ ଖୁସିର ଆଗମନ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/11/22/weekly-horoscope-2025-11-22-13-46-18.jpg)