Advertisment

ଜାଣନ୍ତୁ ଏସପ୍ତାହର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

 profile image
by Monalisha Parida
 ଜାଣନ୍ତୁ ଏସପ୍ତାହର ରାଶିଫଳ

ମେଷ:ଏଭଳି ପରିସ୍ଥିତି ଠାରୁ ଦୂରରେ ରହନ୍ତୁ ଯେଉଁଥିରେ ଆପଣ ଅସୁବିଧା ଅନୁଭବ କରୁଛନ୍ତି। ଭାବନାକୁ ସକାରାତ୍ମକ କରି ରଖନ୍ତୁ। କ୍ୟାରିୟର୍‌କୁ ବଢ଼ାଇବା ଲାଗି ନୂଆ ଅବସର ପାଇବେ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣି ପାରନ୍ତି। ଆୟର ନୂଆ ଉତ୍ସ ସାମନାକୁ ଆସିବ। ଅଫିସ କାମରେ ଲାଗି ରହିଥିବା ବାଧା ଦୂର ହେବ। ରାଜନୀତିକ ନେତା କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ପରିବାରରେ ଖୁସି ବଜାୟ ରଖିବା ଲାଗି ଆପଣଙ୍କୁ ସମୟ ଦେବାକୁ ହେବ। ଛାତ୍ରଛାତ୍ରୀଙ୍କର ଅଧ୍ୟୟନ ପ୍ରତି ଏକାଗ୍ରତାରେ କିଛି କମି ଆସିପାରେ। ନିଜକୁ ସୁସ୍ଥ ରଖିବା ଲାଗି ଯୋଗ କରନ୍ତୁ।

Advertisment

ବୃଷ:ଉଜ୍ଜ୍ବଳ ଭବିଷ୍ୟତ ଲାଗି କୌଣସି ଯୋଜନା ପ୍ରସ୍ତୁତ କରିବେ। ପରିଶ୍ରମ କରି ଉଦ୍ଦେଶ୍ୟକୁ ପାଇପାରନ୍ତି। ବେପାରରେ କୌଣସି ବଡ଼ ସଉଦା ମିଳିପାରେ। ଅଫିସରେ ଅଧିକାରୀଙ୍କର ସହଯୋଗ ପାଇବେ। ବୟସାଧିକ ବ୍ୟକ୍ତିମାନଙ୍କ ମନ ସାମାଜିକ ଓ ରାଜନୀତିକ କାର୍ଯ୍ୟ ଲାଗି ରହିବ। ଖେଳାଳି ପ୍ରଶିକ୍ଷକଙ୍କ ଠାରୁ କିଛି ବିଶେଷ ଶିଖିବେ। କୋର୍ଟକଚେରି ବିବାଦରେ ଜୟଲାଭ କରିବେ। ପାରିବାରିକ ପରିବେଶରେ ଉତ୍ସାହର ବ‌ାତାବରଣ ରହିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଯାନ ସାବଧାନତାର ସହ ଚଳାନ୍ତୁ।

ମିଥୁନ :ଜୀବନରେ ଖୁସିର ଆଗମନ ହେବ। କ୍ୟାରିୟର୍‌ ପାଇଁ ସାହାଯ୍ୟକାରୀ ଲୋକଙ୍କ ସହିତ ସାକ୍ଷାତ୍‌ ହେବ। କୌଣସି ବିଶେଷ ବିଷୟରେ ଚିନ୍ତା ବଦଳି ପାରେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ରଣନୀତି ବନାଇବେ। ଆୟର ଅପ୍ରତ୍ୟାଶିତ ବୃଦ୍ଧି ହେବ। ଅଫିସରେ କିଛି ସହକର୍ମୀ ଆପଣଙ୍କ କାମର ବିରୋଧ କରିବେ ଆଉ କିଛି ସହକର୍ମୀ ଆପଣଙ୍କର ସମର୍ଥନ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସକ୍ରିୟ ଭୂମିକା ନିର୍ବାହ କରିପାରନ୍ତି। ଛାତ୍ରଛାତ୍ରୀ ସିନିୟର୍‌ଙ୍କ ଠାରୁ କୌଣସି ପ୍ରାକ୍ଟିକାଲ୍‌ ସଂପୂର୍ଣ୍ଣ କରିବା ପାଇଁ ସାହାଯ୍ୟ ନେବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

କର୍କଟ:ଜୀବନରେ କିଛି ପରିବର୍ତ୍ତନ ଆସିବ। କୌଣସି ସମାରୋହରେ ଏଭଳି ଲୋକଙ୍କ ସହିତ ସାକ୍ଷାତ୍‌ ହେବ ଯାହା ଆପଣଙ୍କ ଲାଗି ବିଶେଷ ସାବ୍ୟସ୍ତ ହେବେ। ନିଜକୁ ଆର୍ଥିକ ରୂପେ ସୁଦୃଢ଼ କରିବାରେ ସଫଳ ହେବେ। ଜମି ବ୍ୟବସାୟୀଙ୍କର କୌଣସି ବଡ଼ ଡିଲ୍ ଫାଇନାଲ୍‌ ହେବ। ଚାକିରିରେ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। କଳା ଓ ସୃଜନଶୀଳ କାର୍ଯ୍ୟରେ ମହିଳାଙ୍କର ରୁଚି ବଢ଼ିବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ହାସଲ କରିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ସିଂହ :କ୍ୟାରିୟର୍‌ ପାଇଁ ଉନ୍ନତିର ମାର୍ଗ ଖୋଲିବ। କୌଣସି ବିଶେଷ କାମ କରିବାକୁ ଚାହୁଁଥିଲେ ନିଶ୍ଚୟ କରନ୍ତୁ, ସଫଳ ହେବେ। କାରବାର ବଢ଼ାଇବା ଲାଗି ମନରେ ନୂଆ ନୂଆ ବିଚାର ଆସିବ। ଅଫିସ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଖୁସି ରହିବେ। କଳାକାରଙ୍କ ଲାଗି ସମୟ ବିଶେଷ ରୂପେ ଭଲ। ଘନିଷ୍ଠ ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ଜମିବାଡ଼ି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଜୀବନସାଥୀ ସହିତ କୌଣସି କଥାକୁ ନେଇ ମତଭେଦ ହେବ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ। ଦେହ ଓ ମନ ଭଲ ରହିବ।

କନ୍ୟା:ଉଜ୍ଜ୍ବଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବ୍ୟବସାୟ କାମରେ ବଡ଼ ସହରକୁ ଯିବେ। ଭାଗୀଦାରି କାରବାରରେ ଲାଭ ପାଇବେ। ଅଫିସରେ ଲାଗି ରହିଥିବା ସମସ୍ୟା ସମାପ୍ତ ହୋଇଯିବ। କର୍ତ୍ତୃପକ୍ଷ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ସମ୍ମାନିତ ହେବେ। ଓକିଲ ପୁରୁଣା ମକଦ୍ଦମାରେ ସଫଳତା ପାଇବେ। ପରିବାରରେ କିଛି ପରିବର୍ତ୍ତନ ଦେଖିବାକୁ ପାଇବେ। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ଛାତ୍ରଛାତ୍ରୀ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାହାରେ ତୈଳଯୁକ୍ତ ଖାଦ୍ୟ ବର୍ଜନ କରନ୍ତୁ।

ତୁଳା :ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। କୌଣସି ବ୍ୟକ୍ତିଙ୍କ ସହିତ କଥା ହେବାବେଳେ ସହଜ ସରଳ ଭାଷା କହନ୍ତୁ। ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ପୂର୍ବରୁ କରିଥିବା ନିବେଶରୁ ଭଲ ଲାଭ ପାଇବେ। ସଫ୍ଟୱେର୍‌ ଇଂଜିନିୟରଙ୍କ ଲାଗି ସମୟ ଅନୁକୂଳ। ଚାକିରି ପାଇଁ ବଡ଼ କଂପାନିରୁ ଇମେଲ୍ ଆସିପାରେ। ଜୀବନବୀମା କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଆଶା ପୂରଣ ହେବ। ଫାଲ୍‌ତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖି ସଂଚୟ ପାଇଁ ଭାବିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ। ଆତ୍ମବିଶ୍ବାସ ବୃଦ୍ଧି ପାଇଁ ଯୋଗ ଅଭ୍ୟାସ କରନ୍ତୁ।

ବିଛା :ଆପଣଙ୍କର ସମସ୍ତ ଶକ୍ତି ନୂଆ ପରିଯୋଜନାରେ ଲଗାଇବେ। ପୂର୍ବରୁ କରିଥିବା ନିବେଶରୁ ଭଲ ଲାଭ ପାଇବେ। ବିଦେଶୀ କଂପାନି ସହିତ ଭାଗୀଦାରି ହୋଇପାରନ୍ତି। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ବ୍ୟକ୍ତିମାନେ ନୂଆ ପ୍ରୋଜେକ୍ଟ ପାଇବେ। ରାଜନୀତିକ ଲୋକ କୌଣସି ବିଶେଷ ଉପଲବ୍ଧି ପାଇବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ସମ୍ମାନିତ ହୋଇପାରନ୍ତି। କୋର୍ଟକଚେରି ମାମଲାରେ ଚିନ୍ତା ବଢ଼ିପାରେ। ବିବାହିତ ଲୋକଙ୍କ ଜୀବନରେ ସବୁ ଭଲ ରହିବ। ଛାତ୍ରଛାତ୍ରୀଙ୍କର ପଢ଼ିବାରେ ରୁଚି ରହିବ। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ନିୟମିତ ଯୋଗ କରନ୍ତୁ।

ଧନୁ :କୌଣସି ବଡ଼ ସୁଯୋଗ ଆପଣଙ୍କୁ ଅପେକ୍ଷା କରିରହିଛି। ଭରସାଯୋଗ୍ୟ ବନ୍ଧୁର ପରାମର୍ଶ ଆପଣଙ୍କ କାମରେ ଆସିବ। ଟଙ୍କାପଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସରେ ଅଶାନ୍ତି ଅନୁଭବ କରିପାରନ୍ତି। ବରିଷ୍ଠଙ୍କ ଠାରୁ ସକାରାତ୍ମକ ଆଶ୍ବାସନା ପାଇବେ। ସାମାଜିକ ସଂଗଠନ କ୍ଷେତ୍ରରେ ଥିବା ଲୋକଙ୍କର ପ୍ରତିଷ୍ଠା ବଢ଼ିବ। ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ଅବିବାହିତଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ଛାତ୍ରଛାତ୍ରୀ ଶିକ୍ଷକଙ୍କ ତରଫରୁ ମାର୍ଗ ଦର୍ଶନ ପାଇବେ। ଭଲ ସ୍ବାସ୍ଥ୍ୟ ପାଇଁ ନିଜର ଜୀବନ ‌ଶୈଳୀ ବଦଳାନ୍ତୁ।

ମକର :ବ୍ୟବସାୟ ସମ୍ବନ୍ଧୀୟ କାମ ପାଇଁ ସମୟ ଅନୁକୂଳ। ପରିଶ୍ରମ ଅନୁସାରେ ଯଥେଷ୍ଟ ଲାଭ ପାଇବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକ ପଦୋନ୍ନତିର ଆଭାସ ପାଇବେ। କଂପ୍ୟୁଟର କ୍ଷେତ୍ରରେ ଥିବା ଲୋକ କାର୍ଯ୍ୟକ୍ଷେତ୍ର ବଢ଼ାଇବାରେ ବାଧା ଆସିପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ କାର୍ଯ୍ୟରେ ରୁଚି ନେବେ। ସଙ୍ଗୀତଜ୍ଞ ନୂଆ ସଙ୍ଗୀତ ନିର୍ଦ୍ଦେଶନା ଦେବାର ଅବସର ପାଇପାରନ୍ତି। ଅବିବାହିତା ମହିଳାଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ଘରେ ଖୁସିର ବାତାବରଣ ସୃଷ୍ଟି ହେବ। ପ୍ରତିଯୋଗିତା ପରୀକ୍ଷାରେ ବସିବାକୁ ଥିବା ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ସ୍ବାସ୍ଥ୍ୟ ଠିକ୍ ରହିବ।

କୁମ୍ଭ:ଚିନ୍ତାମୁକ୍ତ ରହିବେ। କାମ ପାଇଁ ବଡ଼ ନିଷ୍ପତ୍ତି ନିଅନ୍ତୁ ସଫଳ ହେବେ। କିଛି ନୂଆ ସଂପର୍କ ଆପଣଙ୍କ ତାଲିକାରେ ଯୁକ୍ତ ହେବେ। ନୂଆ ବେପାର ଆରମ୍ଭ କରିବା ଲାଗି ବଡ଼ ଭାଇର ସହଯୋଗ ପାଇବେ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିପାରନ୍ତି। ଚାକିରି ଖୋଜୁଥିବା ଲୋକ ସଫଳତା ପାଇବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ଲୋକମାନଙ୍କୁ ଆବଶ୍ୟକତା ଅନୁସାରେ ପରାମର୍ଶ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ପରିଶ୍ରମ କରନ୍ତୁ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।

ମୀନ :ମନରେ କିଛି ନୂଆ କରିବାର ଇଚ୍ଛା ହେବ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ ଯଥେଷ୍ଟ ଲାଭ ପାଇବେ। ବ୍ୟାଙ୍କ୍‌ରେ କାମ କରୁଥିବା ଲୋକଙ୍କ ଲାଗି ସମୟ ଭଲ। ଅଧିକାରୀମାନଙ୍କର ପୂରା ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବଡ଼ ସଫଳତା ପାଇବେ। ଅଭିନୟ କ୍ଷେତ୍ରରେ ଥିବା ଲୋକ କୌଣସି ବଡ଼ ସୁଯୋଗ ପାଇବେ। ମାଆଙ୍କ ମନ ପସନ୍ଦର ଜିନିଷ ନେଇ ଉପହାର ଦେବେ। ପାରିବାରିକ ପରିବେଶ ଆନନ୍ଦମୟ ରହିବ। ଆପଣଙ୍କ ସନ୍ତାନ ଆପଣଙ୍କୁ ଗର୍ବ ଅନୁଭବ କରାଇପାରନ୍ତି। ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ପରିବର୍ତ୍ତନ ଆସିବ। ସ୍ବାସ୍ଥ୍ୟ ଭଲ ରହିବ।

 profile image
by Monalisha Parida
Advertisment

Join and get latest news updates delivered to you via social media

Follow us:
ସବସ୍କ୍ରାଇବ କରନ୍ତୁ