Advertisment

ଜାଣନ୍ତୁ ଏସପ୍ତାହର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

 profile image
by Monalisha Parida
 ଜାଣନ୍ତୁ ଏସପ୍ତାହର ରାଶିଫଳ

ମେଷ: ନିଜ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ଉନ୍ନତି ପାଇଁ ନୂଆ ସାଧନ ପାଇବେ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ଅଫିସରେ ସବୁ ଲୋକଙ୍କ ସହିତ ଭଲ ତାଳମେଳ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ କଥା କହିବା କୌଶଳରେ ଲୋକମାନଙ୍କୁ ପ୍ରଭାବିତ କରିବେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ରହିଛି। ବୟସାଧିକ ବ୍ୟକ୍ତିମାନେ ଧାର୍ମିକ କାର୍ଯ୍ୟ କରିବାର ମଉକା ପାଇବେ। ବୈବାହିକ ଜୀବନ ଆନନ୍ଦମୟ ରହିବ। ଆଇନ ଛାତ୍ରଛାତ୍ରୀ ଭଲ ଓକିଲଙ୍କ ସହ କାମ କରିବାର ଅବସର ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ଚକ୍ଷୁ ସମସ୍ୟାରୁ  ଆରାମ ପାଇବେ।

Advertisment

ବୃଷ: ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। କାରବାରରେ ଲାଭର ଅବସର ପାଇବେ। ଯେଉଁମାନେ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଛନ୍ତି ସେମାନେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଚାକିରି ଖୋଜୁଥିବା ଲୋକ ଭଲ ଚାକିରି ପାଇବେ। ରାଜନୀତି ପ୍ରସଙ୍ଗରେ ଆପଣ ସଫଳତା ପାଇବେ। ଆପଣଙ୍କ ଲାଗି ଭଲ ହେବ ଅନ୍ୟମାନଙ୍କ କଥା ଉପରେ ଭରସା କରନ୍ତୁ ନାହିଁ। ସଂପତ୍ତି ବୃଦ୍ଧି ପାଇଁ ଯୋଜନା ସଫଳ ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

ମିଥୁନ : ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କିଛି ନୂଆ ଓ ସକାରାତ୍ମକ କାମ କରିବାକୁ ଭାବିବେ। ବେପାର ପାଇଁ ଭଲ ସୁଯୋଗ ଆସିବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ। ଆପଣଙ୍କ ଲାଗି ଭଲ ଜାଗାରେ ଚାକିରିର ସୁଯୋଗ ଆସିପାରେ। ରାଜନୀତିକ ଲୋକ ଅଧିକ ଲୋକଙ୍କ ସହିତ ଯୋଡ଼ିହେବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ସନ୍ତାନର ସଫଳତାରେ ଆପଣଙ୍କ ମନ ପ୍ରସନ୍ନ ରହିବ। ସଫ୍ଟୱେର୍‌ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଶରୀର ସୁସ୍ଥ ରହିବ। କାର୍ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କର୍କଟ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଟଙ୍କାପଇସା ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଯେଉଁମାନେ ପରିବହନ ବ୍ୟବସାୟ କରୁଛନ୍ତି ସେମାନେ ବୁକିଙ୍ଗ୍‌ରେ ଭଲ ଲାଭ ପାଇବେ। ଚାକିରିରେ ବଦଳି ମନ ପସନ୍ଦ ଜାଗାକୁ ହୋଇପାରେ। କୋର୍ଟ କଚେରି ମାମଲାରେ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବା ଉଚିତ ହେବ। କୌଣସି ବିଶେଷ ବନ୍ଧୁ ଆଗମନରେ ଘରେ ଉତ୍ସାହର ପରିବେଶ ସୃଷ୍ଟି ହେବ। ପରିବାରର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। ସ୍ବାସ୍ଥ୍ୟକୁ ନେଇ ସାବଧାନ ରହନ୍ତୁ।

ସିଂହ : ସମୟ ଆପଣଙ୍କ ଲାଗି ବହୁତ ଭଲ। ମହିଳା ବ୍ୟବସାୟୀଙ୍କ ପାଇଁ ଲାଭର ଯୋଗ ରହିଛି। ଆପଣ ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ କୌଣସି ଉପଯୋଗୀ ବସ୍ତୁ ଉପହାର ଦେବେ। ପଦୋନ୍ନତିର ସମ୍ଭାବନା। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ପ୍ରାଧାନ୍ୟ ବଜାୟ ରହିବ। ପାରିବାରିକ ଜୀବନ ସୁଖକର ହେବ। ଭାଇ ସହିତ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀ ନିଜ କ୍ୟାରିୟର୍‌ରେ ଖୁବ୍ ନିକଟସ୍ଥ ହୋଇପାରିବେ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।

କନ୍ୟା: ଅପ୍ରତ୍ୟାଶିତ ଧନ ମିଳିପାରେ। ପୁରୁଣା ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରିନେବେ। ବୈଜ୍ଞାନିକଙ୍କ ଲାଗି ସମୟ ବହୁତ ଭଲ। କୌଣସି ବଡ଼ ସଫଳତା ପାଇବେ। ଶତ୍ରୁ ଆପଣଙ୍କ ଲାଗି ଯେତେ ସମସ୍ୟା ସୃଷ୍ଟି କରିବେ ସେତେ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ଉଚ୍ଚପଦବିକୁ ମନୋନୀତ ହୋଇପାରନ୍ତି। କୃଷିକାମ କରୁଥିବା ଲୋକଙ୍କର ଲାଭ ହୋଇପାରେ। ଇଲେକ୍ଟ୍ରିକ୍ ବାଇକ୍ କିଣିବା ଯୋଗ ରହିଛି। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ଛାତ୍ରଛାତ୍ରୀ ତର୍କବିତର୍କ ନକରି ପାଠପଢ଼ାରେ ଧ୍ୟାନ ଦିଅନ୍ତୁ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ।

ତୁଳା : ପ୍ରତ୍ୟେକ ଜିନିଷକୁ ଭଲଭାବେ ସମ୍ଭାଳି ନେବେ। ଆପଣଙ୍କ ପ୍ରତି ବଡ଼ଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। ବ୍ୟାବସାୟିକ ପ୍ରଗତି ଲାଗି ବହୁତ ଭଲ ସମୟ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କୁ ନିଜର ଅସୁବିଧା ଜଣାନ୍ତୁ ସହଯୋଗ ପାଇବେ। ଚାକିରି ଲାଗି ନୂଆ ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରରେ ସମ୍ମାନ ବଢ଼ିବ। ଘରୋଇ ସମସ୍ୟାର ସମାଧାନ ହେବ। ଜୀବନସାଥୀ ସହିତ ବସି ଘର କିଣିବା ଲାଗି ଯୋଜନା କରିବେ। ଛାତ୍ରଛାତ୍ରୀଙ୍କର ଧ୍ୟାନ ପାଠପଢ଼ାରେ ଲାଗି ରହିବ। ଦିନଚର୍ଯ୍ୟାରେ ପରିବର୍ତ୍ତନ କରନ୍ତୁ ସ୍ବାସ୍ଥ୍ୟରେ ସୁଧାର ହେବ।

ବିଛା : ବାପା ମାଆଙ୍କଠାରୁ କୌଣସି ବିଷୟରେ ମତ ନେଇପାରନ୍ତି। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକ ନୂଆ ସଂଧାନରେ ବଡ଼ ସଫଳତା ପାଇବେ। ଭଗବାନଙ୍କ ପ୍ରତି ଅାସ୍ଥା ବଢ଼ିବ। ବେପାରରେ ଲାଭରୁ ଆର୍ଥିକ ସ୍ଥିତି ଭଲ ହେବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରିଆଙ୍କ ଲାଗି ସମୟ ଅନୁକୂଳ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିପାରେ। ବିନା କାରଣରେ କାହାରି କଥାରେ ଦଖଲ ଦିଅନ୍ତୁ ନାହିଁ। ଆଧ୍ୟାତ୍ମିକ ଓ ଧାର୍ମିକ ବିଷୟରେ ରୁଚି ବଢ଼ିବ। ଦାମ୍ପତ୍ୟ ଜୀବନ ଉତ୍ତମ ରହିବ। କଂପ୍ୟୁଟର ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।

ଧନୁ : ଜୀବନରେ ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ। ଆର୍ଥିକ ସ୍ଥିତି ଭଲ ହେବ। ଅପବ୍ୟୟ କମ୍ କରିବାକୁ ଚେଷ୍ଟା କରନ୍ତୁ। କାରବାରରେ ଭାଇଙ୍କର ସହଯୋଗ ପାଇବେ। ଅଫିସରେ କର୍ତ୍ତୃପକ୍ଷ ଦେଇଥିବା କାମକୁ ପୂରା ସଚ୍ଚୋଟ ଓ ନିଷ୍ଠାର ସହିତ କରିବେ। କୌଣସି ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ଲାଗି ରହିଥିବା ବିବାଦର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ସମାଜରେ ମାନ ପ୍ରତଷ୍ଠା ବୃଦ୍ଧି ହେବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ପାରିବାରିକ ଜୀବନ ସମୃଦ୍ଧ ରହିବ। ନିଜର ପିଲାମାନଙ୍କ କଥାକୁ ପ୍ରାଥମିକତା ଦେବେ। ଶିକ୍ଷାର୍ଥୀ ଲେଖାପଢ଼ା ପ୍ରତି ଗମ୍ଭୀର ହେବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ରହିବେ।

ମକର : ଭବିଷ୍ୟତ ସମ୍ବନ୍ଧରେ ଚିନ୍ତନ ମନ୍ଥନ କରିବେ। କୌଣସି କାମରେ ଭଲ ପ୍ରଦର୍ଶନ ଦେବା ପାଇଁ କିଛି ନୂଆ କରିବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବ୍ୟବସାୟରେ ମନ ମୁତାବକ ସଫଳତା ପାଇବେ। ଚାକିରିରେ କୌଣସି କାମକୁ ନେଇ ପ୍ରଶଂସା ହେବ। ବେକାରଙ୍କ ଲାଗି ଭଲ କଂପାନିରେ ଚାକିରିର ସୁଯୋଗ ଆସିବ। ସମାଜ ସେବା କ୍ଷେତ୍ରରେ ଥିବା ଲୋକଙ୍କର ଆୟ ବୃଦ୍ଧି ହେବ। ଜୀବନସାଥୀ ଠାରୁ ଖୁସି ଖବର ଶୁଣିବେ। ପାରିବାରିକ କାମରେ ବନ୍ଧୁର ସାହାଯ୍ୟ ନେଇପାରନ୍ତି। ବାଣିଜ୍ୟ ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। ଚକ୍ଷୁରେ ଲାଗି ରହିଥିବା ସମସ୍ୟାରେ ସମାଧାନ ହେବ।

କୁମ୍ଭ: ମନରେ ନୂଆ ସକାରାତ୍ମକ ବିଚାର ସୃଷ୍ଟି ହେବ। ନୂଆ ବିଚାରରେ କାମ କରନ୍ତୁ ସଫଳତା ହାସଲ କରିବେ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ବ୍ୟବସାୟର ସ୍ଥାନ ବଦଳାଇବାକୁ ଚାହୁଁଥିଲେ ପ୍ରଥମେ ଭଲ ଜାଗା ଦେଖି ନିଅନ୍ତୁ। କର୍ମଜୀବୀ ମହିଳାଙ୍କ ଲାଗି ସମୟ ବହୁତ ଭଲ। ସକାରାତ୍ମକ ମାନସିକତା ଚାକିରିରେ ଉନ୍ନତି ଆଣିଦେବ। ଆପଣଙ୍କର ସାମାଜିକ ଜୀବନ ଭଲ ରହିବ। କିଛି ନୂଆ ଲୋକଙ୍କ ସହିତ ସମ୍ପର୍କ ଯୋଡ଼ି ପାରନ୍ତି। ଘରେ ଧାର୍ମିକ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ। ବାଇକ୍ ଚଳାଇବା ସମୟରେ ସଚେତ ରହିବାର ଆବଶ୍ୟକତା ରହିଛି।

ମୀନ : ନିଜ କାମରେ ସାବଧାନ ରହନ୍ତୁ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ପଦୋନ୍ନତି ବା ଚାକିରି କ୍ଷେତ୍ର ବଦଳାଇବା ପାଇଁ ସୁଯୋଗ ରହିଛି। ଖେଳାଳୀମାନେ ଭଲ ପ୍ରଦର୍ଶନ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବଡ଼ ଦାୟିତ୍ବ ପାଇବେ। କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରଖିବା ଲାଗି ଛୋଟ ଛୋଟ କଥାର ଉପେକ୍ଷା କରନ୍ତୁ। ପିଲାମାନଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ଶିକ୍ଷାର୍ଥୀଙ୍କୁ ଏକ ସାର୍ଥକ ପଥ ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

 profile image
by Monalisha Parida
Advertisment

Join and get latest news updates delivered to you via social media

Follow us:
ସବସ୍କ୍ରାଇବ କରନ୍ତୁ