Advertisment

ଜାଣନ୍ତୁ ଏସପ୍ତାହର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

 profile image
by Monalisha Parida
 ଜାଣନ୍ତୁ ଏସପ୍ତାହର ରାଶିଫଳ

ମେଷ:କାହାରି ଠାରୁ ଫୋନ୍‌ରେ ଶୁଭ ସୂଚନା ପାଇବା ପରେ କୌଣସି ବିଶେଷ ମାମଲାକୁ ନେଇ ଚିନ୍ତା ବଦଳିପାରେ। ଅଚାନକ ଧନପ୍ରାପ୍ତି ହେବା ଯୋଗୁଁ ଆର୍ଥିକ ସ୍ଥିତିରେ ସୁଧାର ହେବ। ନିଜର ବେପାରକୁ ବଢ଼ାଇବା ପାଇଁ କୌଣସି ବଡ଼ କଂପାନି ସହ ଆଲୋଚନା କରିବେ। ଇଂଜିନିୟରଙ୍କ ଲାଗି ସମୟ ଭଲ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ରହିଛି। ସାମାଜିକସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ପରିବାର ଲୋକଙ୍କର ପୂରା ସ୍ନେହ ଓ ସହଯୋଗ ପାଇବେ। ଶିକ୍ଷାର୍ଥୀ ମାର୍ଗଦର୍ଶନ ପାଇବେ। ସ୍ବାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ।

Advertisment

ବୃଷ: ସକାରାତ୍ମକ ଲୋକଙ୍କ ସହିତ ରହିବାର ଅବସର ପାଇବା ଯୋଗୁଁ ଭାବନାରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଯାହା ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟବସାୟ କ୍ଷେତ୍ରରେ କିଛି ନୂଆ ଲୋକଙ୍କର ସାହାଯ୍ୟ ପାଇବେ। ଚାକିରିଜୀବୀଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ସମାଜରେ ଆପଣଙ୍କ କାମର ଚର୍ଚ୍ଚା ହେବ। ପରିବାରରେ ନୂଆ ସଦସ୍ୟ ଯୋଡ଼ିହେବା ଯୋଗୁଁ ସମସ୍ତେ ଖୁସି ରହିବେ। ବନ୍ଧୁ ସହ କୌଣସି କଥାକୁ ନେଇ ତର୍କବିତର୍କ ହେବ। ଛାତ୍ରଛାତ୍ରୀ ନିଜ କ୍ୟାରିୟର ସମ୍ବନ୍ଧୀୟ ପାଠ୍ୟ ସମସ୍ୟାକୁ ନେଇ ସହପାଠୀଙ୍କ ସହ ବାଣ୍ଟିବେ। ସ୍ବାସ୍ଥ୍ୟ ଲାଗି ସମୟ ଭଲ।

ମିଥୁନ :ଆପଣଙ୍କ ବ୍ୟବହାରରେ କିଛି ଭଲ ପରିବର୍ତ୍ତନ ହେବ। କୌଣସି କାମରେ ଅନୁମାନ ଠାରୁ ଅଧିକ ଲାଭ ପାଇବେ। ନୂଆ ଉଦ୍ୟୋଗ ଗଢ଼ିବା ଲାଗି ଭାବିବେ। ଚାକିରିରେ ପଦୋନ୍ନତି ଯୋଗ ଅଛି। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଥିବା ଲୋକ ନୂଆ ପ୍ରୋଜେକ୍ଟ ପାଇବେ। ଖେଳାଳିମାନେ ଅଧିକ ସମୟ ଅଭ୍ୟାସ କରିବେ। ବୟସାଧିକ ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଯାତାୟାତ ପରେ ଜମି ସଂପର୍କିତ ସମସ୍ୟାର କାମ ହୋଇଯିବ। ପରିବାର ପାଇଁ କିଛି ଭଲ କରିବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବିଜ୍ଞାନ ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ।

କର୍କଟ:ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରନ୍ତୁ ନାହିଁ। କୌଣସି ବିଶେଷ ବିଷୟରେ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ପାଇବେ। ଭାଗୀଦାରିରେ କୌଣସି ସଉଦା କରିବା ଆପଣଙ୍କ ଲାଗି ଲାଭଦାୟକ ରହିବ। ଅଫିସରେ ନୂଆ କାମ ପାଇବେ। କୋର୍ଟକଚେରି ମାମଲାରେ ଜୟଲାଭ କରିବେ। ସାମାଜିକ କାର୍ଯ୍ୟରେ ଆପଣ ଆଗରେ ରହିବେ। ସାହିତ୍ୟିକଙ୍କ ଲାଗି ଭଲ ସମୟ। ପରିବାରରେ ହର୍ଷ ଉଲ୍ଲାସର ପରିବେଶ ରହିବ। ଘରେ କୌଣସି ଧାର୍ମିକ ଅନୁଷ୍ଠାନ କରିବା ପାଇଁ ମନସ୍ଥ କରିବେ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ସ୍ବାସ୍ଥ୍ୟ ଠିକ୍ ରଖିବା ଲାଗି ଯୋଗର ରୁଟିନ୍‌ କରନ୍ତୁ।

ସିଂହ : ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଅଫିସରେ ମହତ୍ତ୍ବପୂର୍ଣ୍ଣ ବିଷୟ ଉପରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିବାର ଅବସର ପାଇବେ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଭଲ ଚାକିରି ପାଇବେ। ଆପଣ ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। କିଛି ଲୋକ ଆପଣଙ୍କ କାମରେ ଅସହମତ ହୋଇପାରନ୍ତି। ଧନ ସଂପତ୍ତି ମାମଲାରେ ସତର୍କ ରହନ୍ତୁ। ଜୀବନସାଥୀ ସହ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ଛାତ୍ରଛାତ୍ରୀ ନିଜର କ୍ୟାରିୟରକୁ ନେଇ କୌଣସି ନୂଆ ଯୋଜନା ପ୍ରସ୍ତୁତ କରିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।

କନ୍ୟା: ଜୀବନରେ ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଆର୍ଥିକ ସ୍ଥିତି ଭଲ ହେବ। ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ଭଲଭାବେ ଯାଞ୍ଚ ପରଖ କରି ନିଅନ୍ତୁ। ଅଫିସ କାର୍ଯ୍ୟରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ମନ ପସନ୍ଦ ଜାଗାକୁ ବଦଳି ଯୋଗ ରହିଛି। ରାଜନୀତି କ୍ଷେତ୍ରରେ ଥିବା ଲୋକ ଉଚ୍ଚପଦବିକୁ ମନୋ‌ନୀତ ହୋଇପାରନ୍ତି। ଓକିଲଙ୍କ ଲାଗି ସମୟ ଭଲ। କୌଣସି ଗ୍ରାହକଙ୍କ ଠାରୁ ଭଲ ଧନଲାଭ ହେବ। ଜମି କିଣିବା କଥା ଫାଇନାଲ ହେବ। ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି। ଡାକ୍ତରୀ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।

ତୁଳା: କୌଣସି କଥାରେ ରାଗନ୍ତୁ ନାହିଁ। ଦରକାରୀ ଲୋକଙ୍କର ସାହାଯ୍ୟ ପାଇଁ ଆଗେଇ ଆସନ୍ତୁ ଆପଣଙ୍କର ଲାଭ ହେବ। କାରବାର ବଢ଼ାଇବା ପାଇଁ କୌଣସି ବ୍ୟକ୍ତିଙ୍କର ପରାମର୍ଶ ନେବେ। ଚାକିରିରେ ନୂଆ ଦାୟିତ୍ବ ପାଇବେ। କୋର୍ଟକଚେରି ମାମଲାରେ ସଫଳତା ପାଇବେ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ପ୍ରଭାବ ବଢ଼ିବ। ଲେଖକଙ୍କ ଲାଗି ସମୟ ଭଲ। ପାରିବାରିକ ଜୀବନରେ ସୁଖସୁବିଧା ବୃଦ୍ଧି ହେବ। ସପରିବାର ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ସହଯୋଗ ପାଇବେ। ନିୟମିତ ପ୍ରାତଃ ଭ୍ରମଣ ଓ ବ୍ୟାୟାମ କରନ୍ତୁ ଔଷଧ ଖର୍ଚ୍ଚ କମ୍ ହେବ।

ବିଛା :ପୂର୍ବରୁ ଯେଉଁ ଲୋକଙ୍କୁ ସାହାଯ୍ୟ କରିଥିଲେ ସେ କାମରେ ଆସିବେ। ତାଙ୍କ ମାଧ୍ୟମରେ କାରବାରରେ ଲାଗି ରହିଥିବା ବାଧା ଦୂର ହୋଇଯିବ। ଆମଦାନି ବଢ଼ାଇବା ଲାଗି କୌଣସି ନୂଆ ‌ଯୋଜନା ମସ୍ତିଷ୍କରେ ଆସିବ। ଅଫିସରେ କାମ ପୂରା କରିବା ପାଇଁ ସହକର୍ମୀଙ୍କର ସାହାଯ୍ୟ ପାଇବେ। ଆପଣଙ୍କର  ବ୍ୟବହାର ସମାଜରେ ଭଲ ପ୍ରଭାବ ପକାଇବ। ପୁଅଙ୍କୁ ସଫଳତା ମିଳିବା ଯୋଗୁଁ ଘରେ ଖୁସିର ପରିବେଶ ରହିବ। ଜୀବନସାଥୀ ସହିତ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶିକ୍ଷାର୍ଥୀ ଶିକ୍ଷକଙ୍କ ଠାରୁ ବିଶେଷ ମାର୍ଗଦର୍ଶନ ପାଇବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।

ଧନୁ : ଅକାରଣରେ ଆରମ୍ଭ ହୋଇଥିବା ବାଧା ସମାପ୍ତ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମରେ ଆପଣ ପ୍ରସିଦ୍ଧି ବଢ଼ାଇବେ। ବେପାରରେ ଆଶାଠୁ ଅଧିକ ଲାଭ ପାଇବେ। ଅନ୍ୟ ରାଜ୍ୟକୁ ଯାତ୍ରାରେ ଯାଇପାରନ୍ତି। ଅଫିସରେ ଏକ ସଙ୍ଗରେ ଅନେକ ପ୍ରକାର କାମ ନେବା ଯୋଗୁଁ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି। ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପାରିବାରିକ ବନ୍ଧୁଠାରୁ କୌଣସି ଖୁସି ଖବର ପାଇବେ। ଦାମ୍ପତ୍ୟ ଜୀବନରେ ଭଲ ସାମଞ୍ଜସ୍ୟ ରହିବ। ଶିକ୍ଷାର୍ଥୀ ଲେଖାପଢ଼ାରେ ଧ୍ୟାନ ଦିଅନ୍ତୁ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ସବଳ ରହିବେ।

ମକର: କାମ ବିଷୟରେ ବ୍ୟାବହାରିକ ରହିବେ। ନୂଆ ଯୋଜନା ଆରମ୍ଭ କରିବାକୁ ଭାବୁଥିଲେ ତାକୁ ରଦ୍ଦ କରନ୍ତୁ ନାହିଁ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଚାକିରିରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବଡ଼ ନେତାଙ୍କ ସହିତ ମିଶିବାର ଅବସର ପାଇବେ। ଜମିବାଡ଼ି ବିବାଦର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ବୈବାହିକ ଜୀବନ ସୁଖମୟ ହେବ। କିଛି ଘରୋଇ ଜିନିଷ କିଣିବା ଲାଗି ମନସ୍ଥ କରିବେ। ଶରୀର ସୁସ୍ଥ ଓ ମାନସିକ ସ୍ଥିରତା ପାଇଁ ପ୍ରତିଦିନ ଯୋଗାସନ କରନ୍ତୁ।

କୁମ୍ଭ: ଜୀବନରେ ଲାଗି ରହିଥିବା ସବୁ ସମସ୍ୟାର ସମାଧାନ ହେବ। ନେଇଥିବା ନିଷ୍ପତ୍ତି ପୁନର୍ବାର ବିଚାର କରିବେ। ବ୍ୟବସାୟୀଙ୍କ ଲାଗି ସମୟ ମହତ୍ତ୍ବପୂର୍ଣ୍ଣ। ନୂଆ ଲୋକଙ୍କ ସହିତ ଡିଲ୍ ପକ୍କା ହେବ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ କରିବା ଶୈଳୀ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି। ବିରୋଧୀ ପକ୍ଷ ଆପଣଙ୍କ କାମରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିବେ। ତେଣୁ ସତର୍କ ରହନ୍ତୁ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ। ପରିବାର ସହିତ ଅଧିକ ସମୟ ଅତିବାହିତ କରିବାର ଅବସର ପାଇବେ। ଛାତ୍ରଛାତ୍ରୀଙ୍କର ଶିକ୍ଷା ଉତ୍ତମ ରହିବ। ଦେହ ଓ ମନ ଭଲ ରହିବ।

ମୀନ : ଆପଣଙ୍କ କଥା ଲୋକମାନଙ୍କ ଉପରେ ଗଭୀର ପ୍ରଭାବ ପକାଇବ। ପରିଶ୍ରମ ବଳରେ ନିଜ କାମ ପୂରା କରିବାରେ ସଫଳ ହେବେ। ପୁସ୍ତକ ବ୍ୟବସାୟୀଙ୍କର ବିକ୍ରି ବଢ଼ିବ। କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଇଂଜିନିୟର୍‌ଙ୍କ ଲାଗି ସମୟ ଭଲ। ସହକର୍ମୀ ଆପଣଙ୍କୁ ଅପେକ୍ଷାକୃତ ଅଧିକ ଜାଣି ପାରିବେ। ରାଜନୀତିକ ଲୋକଙ୍କ ଲାଗି ବିଦେଶ ଯିବାର ଯୋଗ ରହିଛି। କ୍ରିକେଟ ଖେଳାଳି ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ। ପ୍ରଯୁକ୍ତିବିଦ୍ୟା ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ।

 profile image
by Monalisha Parida
Advertisment

Join and get latest news updates delivered to you via social media

Follow us:
ସବସ୍କ୍ରାଇବ କରନ୍ତୁ