Advertisment

ଜାଣନ୍ତୁ ଏସପ୍ତାହର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

 profile image
by Monalisha Parida
 ଜାଣନ୍ତୁ ଏସପ୍ତାହର ରାଶିଫଳ

ମେଷ: ଏକାଗ୍ର ମନରେ କାମ କରନ୍ତୁ ସଫଳତା ଓ ଲାଭ ପାଇବେ। ବ୍ୟବସାୟରେ ସକାରାତ୍ମକ ଫଳ ପାଇବେ। ଅଫିସରେ ସହକର୍ମୀଙ୍କର ସହଯୋଗ ପାଇବେ। ଅଧିକାରୀ ବର୍ଗ ଆପଣଙ୍କ କାମର ପ୍ରଶଂସା କରିବେ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ। ଆପଣ କୌଣସି ସାମାଜିକ ସଂଗଠନରେ ଯୋଡ଼ିହେବାର ମଉକା ପାଇବେ। ଖେଳାଳି ପରିଶ୍ରମରେ ଭଲ ପରିଣାମ ପାଇବେ। ପିଲାଙ୍କର ଉଜ୍ଜ୍ବଳ ଭବିଷ୍ୟତ ଲାଗି କାହାରିଠୁ ପରାମର୍ଶ ନେବେ। ଛାତ୍ରଛାତ୍ରୀ ଏକାନ୍ତ ଜାଗାରେ ଯାଇ ଅଧ୍ୟୟନ କରନ୍ତୁ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।

Advertisment

ବୃଷ: ନିଜର ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ। ପୁଞ୍ଜି ବଜାରରେ ନିବେଶ ଲାଗି ଆଗେଇ ଆସନ୍ତୁ ଭବିଷ୍ୟତରେ ଲାଭଦାୟକ ସିଦ୍ଧି ହେବ। ଚାକିରିରେ ପଦୋନ୍ନତି ସହ ମନ ପସନ୍ଦ ଜାଗାକୁ ବଦଳି ଯୋଗ ରହିଛି। ଯେଉଁ ଫିଲ୍ମ କଳାକାର ଓ ନିର୍ଦ୍ଦେଶକ ସଂଘର୍ଷ ଜାରି ରଖିଛନ୍ତି ସେମାନେ ନୂଆ କାମ ପାଇବେ। ସୋସିଆଲ୍‌ ମିଡିଆରେ ବନ୍ଧୁଭାବେ କାହାରିକୁ ଗ୍ରହଣ କରିବେ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷା ପାଇଁ ନିଜକୁ ଭଲଭାବେ ପ୍ରସ୍ତୁତ କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।

ମିଥୁନ :ଆପଣଙ୍କ ସଚ୍ଚୋଟତାର ଚର୍ଚ୍ଚା ଚାରିଆଡ଼େ ହେବ। ପୂର୍ବରୁ କରି ଆସୁଥିବା କାମ ସଂପୂର୍ଣ୍ଣ କରିବା ଲାଗି ଭାଗ୍ୟ ସାଥ୍ ଦେବ। ବସ୍ତ୍ର ବ୍ୟବସାୟୀଙ୍କ କାମରେ ଅନୁକୂଳତା ବନି ରହିବ। ଟଙ୍କାପଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସରେ କୌଣସି କାମ ପାଇଁ ପୁରସ୍କାର ପାଇବେ। ଯେଉଁ ମହିଳାମାନେ ଚାକିରି ଖୋଜୁଛନ୍ତି ସେମାନେ ଭଲ ଖବର ପାଇବେ। ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ଘରୋଇ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ବଢ଼ିପାରେ। ଶିକ୍ଷାର୍ଥୀ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

କର୍କଟ: ରୋଚକ ବିଚାର ଓ ଯୋଜନା ଆପଣଙ୍କ ମନରେ ଆସିବ। ଏକାଗ୍ର ଚିତ୍ତରେ କାମ କରନ୍ତୁ ସଫଳତାର ପାହାଚ ଚଢ଼ିବେ। ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ। ବ୍ୟବସାୟ ବଢ଼ାଇବା ଲାଗି ସହଯୋଗୀର ସାହାଯ୍ୟ ପାଇବେ। ଅଫିସ କାମରେ ବାଧା ଦୂର ହେବ। କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ଉଚ୍ଚ ପଦବିକୁ ମନୋନୀତ ହୋଇପାରନ୍ତି। ଜୀବନସାଥୀ ଠାରୁ କିଛି ଉପହାର ପାଇବେ। ଛାତ୍ରଛାତ୍ରୀ ଅଧ୍ୟୟନରେ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

ସିଂହ : ସକାରାତ୍ମକ ମନୋଭାବ ପାଇଁ କ୍ୟାରିୟରରେ ସଫଳତା ପାଇବେ। ସଚ୍ଚୋଟ ଲୋକଙ୍କ ସହଯୋଗରେ ବଡ଼ ପ୍ରୋଜେକ୍ଟ ପୂରା କରିବାରେ ସଫଳ ହେବେ। ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ଫଳଦାୟୀ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଫିସରେ ସାବଧାନତା ଅବଲମ୍ବନ କରନ୍ତୁ। ବାଣୀ ଉପରେ ଯେତେ ନିୟନ୍ତ୍ରଣ ରଖିବେ ସେତେ ଲାଭ ପାଇବେ। ଅଭିନୟ କ୍ଷେତ୍ରରେ ଥିବା ଲୋକ ବଡ଼ ସୁଯୋଗ ପାଇବେ। ଜମି ସଂପର୍କିତ ମାମଲା ସମାଧାନ ହୋଇଯିବ। ଫେସନ୍‌ ଡିଜାଇନିଂ ଛାତ୍ରୀ କିଛି ନୂଆ ଶିଖିବେ। ସ୍ବାସ୍ଥ୍ୟ ଲାଭ ପାଇଁ ଯୋଗାସନ କରନ୍ତୁ।

କନ୍ୟା: ଜୀବନରେ ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ। କୌଣସି ମନ୍ଦିର ବା ଧର୍ମାନୁଷ୍ଠାନରେ ଲୋକଙ୍କ ସେବା କରିବା ଲାଗି ମନ ସ୍ଥିର କରିବେ। କୌଣସି ବ୍ୟକ୍ତିଙ୍କ ସହ ମିଶିବେ ଯିଏ କି ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବେ। ମହିଳା ଘରୋଇ ଉଦ୍ୟୋଗ ଆରମ୍ଭ କରିପାରନ୍ତି। ଅଫିସରେ ନୂଆ କାମର ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିବ। ନିଜ ଯୋଗ୍ୟତାରେ ଆପଣ ପରିବାରର ନାମ ଉଜ୍ଜ୍ବଳ କରିବେ। ଆପଣଙ୍କର ସକାରାତ୍ମକ ବ୍ୟବହାର ପାଇଁ ଜୀବନସାଥୀ ଖୁସି ରହିବେ। ଘରକୁ କୌଣସି ବନ୍ଧୁ ଆସିବେ। ଶିକ୍ଷାର୍ଥୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବେ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ତୈଳଯୁକ୍ତ ଖାଦ୍ୟ ବର୍ଜନ କରନ୍ତୁ।

ତୁଳା :ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ଆର୍ଥିକ ରୂପେ ବନ୍ଧୁ ଠାରୁ ସହାୟତା ପାଇବେ। କିଣା ବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଚାକିରି ମାମଲାରେ ଆପଣ ବହୁତ ବ୍ୟବହାରିକ ରହିବେ। ଅଧିକାରୀମାନଙ୍କ ସହିତ ବିଶେଷ ବିଷୟରେ କଥାବାର୍ତ୍ତା କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ସୁଯୋଗ ପାଇବେ। ଘରର ସୁଖ ସୁବିଧା ପାଇଁ ଜିନିଷ କିଣିବେ। ପରିବାରରେ ସବୁ ଲୋକଙ୍କ ମଧ୍ୟରେ ପ୍ରସନ୍ନତା ବଢ଼ିବ। ଛାତ୍ରଛାତ୍ରୀ କୌଣସି ନୂଆ ପାଠ୍ୟକ୍ରମରେ ପ୍ରବେଶ ଲାଗି ଭାବିବେ। ଦେହ ଓ ମନ ଭଲ ରହିବ।

ବିଛା : କ୍ୟାରିୟରରେ ପରିବର୍ତ୍ତନ ଆଣିବାରେ ସଫଳ ହେବେ। ଆପଣଙ୍କର ସ୍ବଭାବ ଅନ୍ୟମାନଙ୍କୁ ଆପଣଙ୍କ ଆଡ଼କୁ ଟାଣିବ। ବ୍ୟବସାୟରେ ଖୁବ୍ ଉନ୍ନତି କରିବେ। ବଡ଼ କଂପାନିରୁ ଅର୍ଡ଼ର ପାଇବେ। ଚାକିରିରେ ଭଲ ପରିଣାମ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ସମାଜରେ ଆପଣଙ୍କର ପ୍ରଭାବ ବଢ଼ିବ। ପାରିବାରିକ ଜୀବନରେ ଉତ୍ସାହର ପରିବେଶ ରହିବ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ। ଶିକ୍ଷାର୍ଥୀ କୌଣସି ବିଷୟରେ ଜାଣିବା ପାଇଁ ସହପାଠୀଙ୍କ ସହଯୋଗ ପାଇବେ। ସ୍ବାସ୍ଥ୍ୟ ପ୍ରତି ଓ ଖାଦ୍ୟପାନୀୟ ପ୍ରତି ସଚେତନ ରହନ୍ତୁ।

ଧନୁ :ଆପଣଙ୍କ ଭିତରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। କିଛି ନୂଆ ମଉକା ପାଇବେ ଯାହାଦ୍ବାରା ଆର୍ଥିକ ଲାଭ ହେବ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ। ଚାକିରି କ୍ଷେତ୍ରରେ ନିଜର କ୍ଷମତା ଠାରୁ ଅଧିକ ଦାୟିତ୍ବ ନେବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ଅନ୍ୟ ସହିତ ସେବେ ବନ୍ଧୁତା କରନ୍ତୁ ଯେବେ ତାଙ୍କ ସମ୍ବନ୍ଧରେ ପୂରା ଜାଣିନେବେ। ପାରିବାରିକ କାମ କରିବାରେ ଘର ଲୋକଙ୍କ ସାହାଯ୍ୟ ପାଇବେ। ପିଲାମାନଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।

ମକର :ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ବ୍ୟବସାୟ ଡିଲ୍ କରିବାକୁ ଯିବାର ଥିଲେ କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତୁ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ବିରୋଧୀ ପକ୍ଷ ଆପଣଙ୍କଠାରୁ ଦୂରତ୍ବ ବଜାୟ ରଖିବେ। କୃଷିଜୀବୀଙ୍କ ଲାଗି ସମୟ ଭଲ ରହିବ। ଶିକ୍ଷାର୍ଥୀ ପଢ଼ାପଢ଼ିକୁ ଗମ୍ଭୀରତାର ସହ ଗ୍ରହଣ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ନିଜକୁ ଶକ୍ତିମାନ୍‌ ଅନୁଭବ କରିବେ। ରାସ୍ତାରେ ଧ୍ୟାନପୂର୍ବକ ଚାଲନ୍ତୁ।

କୁମ୍ଭ:କୌଣସି କାମରେ ଭଲ ପ୍ରଦର୍ଶନ ଦେବା ପାଇଁ କିଛି ନୂଆ କରିବେ। ବାପା ମାଆଙ୍କ ଆଶୀର୍ବାଦ ଆପଣଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ଲାଗି ସାହାଯ୍ୟ କରିବ। ଟେଣ୍ଟ୍‌ ହାଉସ୍‌ ବ୍ୟବସାୟୀଙ୍କ ଲାଗି ଲାଭର ସମୟ। ଅଫିସର କୌଣସି କାମରେ ଦୂରସ୍ଥାନକୁ ଯିବେ। ରାଜନୀତିକ ଲୋକ ସକ୍ରିୟ ଭୂମିକା ନିର୍ବାହ କରିବେ। କୋର୍ଟକଚେରି ମାମଲାରେ ନିସ୍ତାର ପାଇବେ। ଆପଣଙ୍କ ପିଲାର ଆବଶ୍ୟକତା ପୂରା କରିବା ପାଇଁ ଖର୍ଚ୍ଚ ଅଧିକ କରିବେ। ବିଦ୍ୟାର୍ଥୀ ପରିଶ୍ରମର ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଉତ୍ତମ ରହିବ।

ମୀନ :ମାନସିକ ରୂପେ ପ୍ରସନ୍ନତା ବଜାୟ ରହିବ। ସବୁ ଆହ୍ବାନର ସାମନା କରିବାରେ ସଫଳ ହେବେ। ବେପାରରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଅଫିସରେ କୌଣସି ବଡ଼ ଦାୟିତ୍ବ ପାଇବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସଫଳତା ଓ ମାନ ସମ୍ମାନ ପାଇବେ। ଇଲେକ୍ଟ୍ରିକ୍ ବାଇକ କିଣିବା ଯୋଗ ରହିଛି। ବିବାହିତଙ୍କ ଜୀବନରେ ସବୁ କିଛି ଭଲ ରହିବ। ଛାତ୍ରଛାତ୍ରୀ କୌଣସି ଅନୁଭବୀ  ବ୍ୟକ୍ତିଙ୍କ ପରାମର୍ଶ ପାଇବେ। ଶାରୀରିକ ଦୃଷ୍ଟିରୁ ସ୍ବାସ୍ଥ୍ୟ ଠିକ୍ ରହିବ।

 profile image
by Monalisha Parida
Advertisment

Join and get latest news updates delivered to you via social media

Follow us:
ସବସ୍କ୍ରାଇବ କରନ୍ତୁ