ମେଷ:କିଛି ନୂଆ ଓ ସକାରାତ୍ମକ କରିବାକୁ ଭାବିବେ। ଆପଣଙ୍କ ଜ୍ଞାନ ଓ ଶିଷ୍ଟାଚାରରେ ଲୋକେ ପ୍ରଭାବିତ ହେବେ। ଭାଗୀଦାରି କାରବାରରେ ଲାଭ ପାଇବେ। ଟଙ୍କାପଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସ କାମର ବୋଝ ଅଧିକ ରହିବ। ଧୀଶକ୍ତି ବଳରେ ସବୁପ୍ରକାର ସ୍ଥିତି ସମ୍ଭାଳି ନେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନସମ୍ମାନରେ ବୃଦ୍ଧି ହେବ। ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ। ମନୋରଂଜନ କାର୍ଯ୍ୟରେ ଅଧିକ ସମୟ ଓ ଅର୍ଥ ବ୍ୟୟ କରନ୍ତୁ ନାହିଁ। ଛାତ୍ରଛାତ୍ରୀ ସହପାଠୀ ଓ ଶିକ୍ଷକଙ୍କ ସହଯୋଗ ପାଇବେ। ସ୍ବାସ୍ଥ୍ୟ ସଂପର୍କିତ ସମସ୍ୟାରୁ ମୁକ୍ତି ପାଇବେ।
ବୃଷ:ଚେଷ୍ଟାରେ ସଫଳ ହେବେ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କର ଧନଲାଭ ହେବ। କର୍ମଜୀବୀ ମହିଳା ଅଫିସରେ କର୍ତ୍ତୃପକ୍ଷଙ୍କଠାରୁ ପ୍ରୋତ୍ସାହନ ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବିରୋଧୀ ପକ୍ଷ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ଆପଣଙ୍କ ବ୍ୟବହାର ପରିବାରରେ ଭଲ ପରିବେଶ ସୃଷ୍ଟି କରିବ। ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା କରିବେ। ଡାକ୍ତରୀ ଛାତ୍ରୀ ବଡ଼ ଡାକ୍ତରଙ୍କ ସହ କାମ କରିବାର ଅବସର ପାଇବେ। ଇଂଜିନିୟର ଛାତ୍ରଙ୍କ ଲାଗି ବଡ଼ କଂପାନିରେ ଚାକିରି ସୁଯୋଗ ଆସିବ। ବରିଷ୍ଠ ବ୍ୟକ୍ତିମାନେ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।
ମିଥୁନ :ନିଜ ଲୋକ ଆପଣଙ୍କୁ ଠିକ୍ ଦିଗରେ ନେଇଯିବେ। ପରିସ୍ଥିତିରେ ତାଳମେଳ ବନାଇ ନେବେ। ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କର ପସନ୍ଦ ହେବ। ଯେଉଁ ମହିଳାମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ଲାଗି ସମୟ ଭଲ। ଅଫିସ କାମରେ କୌଣସି ଆହ୍ବାନ ଆସିବ। ସହକର୍ମୀଙ୍କ ସହିତ ବଚସା ହୋଇପାରେ। ବୟସାଧିକ ବ୍ୟକ୍ତିମାନେ ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ। ଇଲେକ୍ଟ୍ରିକ୍ ବାଇକ୍ କିଣିବା ଯୋଗ ରହିଛି। ବନ୍ଧୁ ଆସିବା ହେତୁ ଘରେ ଖୁସିର ପରିବେଶ ରହିବ। ସାମାଜିକ ସମାରୋହକୁ ଯିବାର ଅବସର ପାଇବେ। କଳା ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
କର୍କଟ:ସକାରାତ୍ମକ ଭାବନା ନେଇ ଆଗକୁ ବଢ଼ିବେ। ବ୍ୟବସାୟ ସମ୍ବନ୍ଧୀୟ କୌଣସି ସମ୍ମିଳନୀକୁ ଯିବା ପୂର୍ବରୁ ନିଜକୁ ଭଲଭାବେ ପ୍ରସ୍ତୁତ କରନ୍ତୁ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଅଫିସ କାମ ସଂପୂର୍ଣ୍ଣ କରିବାର ସଫଳତା ପାଇବେ। ଅଧିକାରୀବର୍ଗ ଆପଣଙ୍କ କାମରେ ଖୁସି ରହିବେ। ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ ମାନସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ। କୌଣସି ଧାର୍ମିକ ଆୟୋଜନକୁ ଯିବାର ଅବସର ପାଇବେ। ଲେଖାପଢ଼ାରେ ଶିକ୍ଷାର୍ଥୀଙ୍କର ମନ ଲାଗିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।
ସିଂହ :କୌଣସି ଅପ୍ରୀତିକର ସ୍ଥିତିରୁ ବାହାରକୁ ବାହାରି ଯିବେ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ ଏବଂ ଆପଣଙ୍କ ଉପଲବ୍ଧି ଉପରେ ଗର୍ବ ଅନୁଭବ କରିବେ। ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ଖୁସି ରହିବେ। ଆପଣ ସୋସିଆଲ୍ ମିଡିଆ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକ ମହତ୍ତ୍ବପୂର୍ଣ୍ଣ ଅବସର ପାଇବେ। ଜୀବନସାଥୀ ଓ ପିଲାମାନଙ୍କଠାରୁ ବହୁତ ଖୁସି ପାଇବେ। ଘରେ ଧାର୍ମିକ ଅନୁଷ୍ଠାନ କରିବା ଲାଗି ଯୋଜନା କରିବେ। ଆଇନ ଛାତ୍ରଛାତ୍ରୀ କୌଣସି ବଡ଼ ଓକିଲଙ୍କ ସହ କାମ କରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।
କନ୍ୟା: ସଫଳତାର ନୂଆ ମଉକା ହାତକୁ ଆସିବ। ବ୍ୟକ୍ତିଗତ କଥା କାହାରିକୁ ଜଣାନ୍ତୁ ନାହିଁ। ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ ଦିଗୁଣା ଲାଭ ପାଇବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ସମୟ ଭଲ। ଦରମା ବୃଦ୍ଧିର ଖବର ପାଇବେ। ଇଂଜିନିୟର୍ ନିଜର ଅନୁଭବ ଠିକ୍ ଦିଶାରେ ପ୍ରୟୋଗ କରିବେ। ସମାଜର ଲୋକ ଆପଣଙ୍କ ସହିତ ମିଶିବାକୁ ଆସିବେ। ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। କଳାକାରଙ୍କୁ ଲାଭ ମିଳିବା ଯୋଗ ରହିଛି। ପରିବାର ସହିତ କଥାବାର୍ତ୍ତା କରି ନିଜର ଅଶାନ୍ତି ଦୂର କରିବେ। ଅବିବାହିତଙ୍କର ବିବାହ ଲାଗି ଭଲ ପ୍ରସ୍ତାବ ଆସିବ। ଶିକ୍ଷାର୍ଥୀ କ୍ୟାରିୟର୍ରେ ସକାରାତ୍ମକ ପରିଣାମ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।
ତୁଳା :ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଜରୁରୀ କାମରେ ସଫଳ ହେବେ। ଟଙ୍କାପଇସା ଦେବାନେବାରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ନୂଆ ମଉକା ପାଇବେ। ଅଫିସରେ କୌଣସି କାମକୁ ନେଇ ସହକର୍ମୀଙ୍କ ସହିତ ବିଚାରବିମର୍ଶ କରିବେ। ବେକାର ଯୁବକଯୁବତୀଙ୍କ ଲାଗି ରୋଜଗାରର ଭଲ ଅବସର ଆସିବ। ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ହେବ। ଭାଇଭଉଣୀଙ୍କ ସହିତ ସମ୍ବନ୍ଧ ବହୁତ ଭଲ ହେବ। ଛାତ୍ରଛାତ୍ରୀଙ୍କର ବନ୍ଧୁମାନଙ୍କ ସହିତ ମିଳାମିଶା ବଢ଼ିବ। ଶାରୀରିକ ଦୃଷ୍ଟିରୁ ସ୍ବାସ୍ଥ୍ୟ ଭଲ ରହିବ।
ବିଛା :ଆପଣଙ୍କ କଳ୍ପନାଶକ୍ତି ଲକ୍ଷ୍ୟ ପ୍ରାପ୍ତିରେ ସହାୟକ ହେବ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ବ୍ୟବସାୟରେ ଭାଗୀଦାରିଙ୍କ ସହ ସମ୍ବନ୍ଧ ଭଲ ହେବ। ସକାରାତ୍ମକ ମାନସିକତା ଚାକିରିରେ ଉନ୍ନତି ଆଣିଦେବ। ସାମାଜିକ ଜୀବନ ଭଲ ରହିବ। କିଛି ନୂଆ ଲୋକଙ୍କ ସହ ଯୋଡ଼ି ହେଇପାରନ୍ତି। କୌଣସି ବନ୍ଧୁଙ୍କ ଆଗମନରେ ଘରେ ଖୁସିର ପରିବେଶ ସୃଷ୍ଟି ହେବ। ଜୀବନସାଥୀଙ୍କୁ ସମୟ ଦିଅନ୍ତୁ ସମ୍ବନ୍ଧରେ ମଧୁରତା ବଢ଼ିବ। ଫାଇନ୍ ଆର୍ଟ ଛାତ୍ର ସଫଳତାର କିରଣ ଦେଖିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାଇକ୍ ଚଳାଇବା ସମୟରେ ସଚେତ ରହିବାର ଆବଶ୍ୟକତା ରହିଛି।
ଧନୁ :ବ୍ୟକ୍ତିଗତ ସମସ୍ୟା ସମାଧାନ ହୋଇଯିବ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ପାଇବେ। ବ୍ୟବସାୟ ଜୀବନ ବହୁତ ଭଲ ରହିବ। ନକାରାତ୍ମକ ଲୋକଙ୍କ ଠାରୁ ଦୂରେଇ ରହନ୍ତୁ। ଅଫିସରେ କରିଆସୁଥିବା ଅଧିକ ପରିଶ୍ରମ ପାଇଁ ପଦୋନ୍ନତି ବା ଦରମା ବୃଦ୍ଧି ହେବ। କଣ୍ଠଶିଳ୍ପୀ ବଡ଼ ଜାଗାରେ ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଆପଣ ସମାଜ କଲ୍ୟାଣ କାର୍ଯ୍ୟରେ ସାହାଯ୍ୟ କରନ୍ତୁ ନାମ ଉଚ୍ଚା ହେବ। ପରିବାର ସହିତ ଅଧିକ ସମୟ ଅତିବାହିତ କରିବାର ମଉକା ପାଇବେ। ଶିକ୍ଷାର୍ଥୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।
ମକର :ନିଜ ଶକ୍ତିକୁ ଠିକ୍ ଦିଶାରେ ଲଗାନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଜରୁରୀ କାମରେ ବରିଷ୍ଠ ସାହାଯ୍ୟ କରିବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ କୌଣସି ଖବରକୁ କଭରେଜ୍ ପାଇଁ ଅଧିକ ଯାତାୟାତ କରିବେ। ଆଇନଜୀବୀ କୌଣସି ମକଦ୍ଦମାକୁ ନେଇ ବ୍ୟସ୍ତ ରହିବେ। ଯେଉଁମାନେ ଦୀର୍ଘଦିନ ଧରି ବାହାରେ ରହୁଛନ୍ତି ସେମାନେ ଜୀବନସାଥୀ ସହିତ ମିଶିବାର ମଉକା ପାଇବେ। ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂରହେବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।
କୁମ୍ଭ:ଆର୍ଥିକ ଦୃଷ୍ଟିରୁ ସମୟ ଆପଣଙ୍କ ଲାଗି ଅନୁକୂଳ। ଜରୁରୀ କାମ ପୂରା କରିବାକୁ ଭାବୁଥିଲେ ତାହା ସଂପୂର୍ଣ୍ଣ ହୋଇଯିବ। ବେପାରରେ ଗତି ବୃଦ୍ଧି ହେବ। ଅଫିସ୍ରେ ଅଧିକାରୀବର୍ଗ କାମକୁ ନେଇ ଆପଣଙ୍କ କାନ୍ଧରେ ଭାର ବଢ଼ାଇ ପାରନ୍ତି। ଇଲେକ୍ଟ୍ରୋନିକ୍ସ ଇଂଜିନିୟର୍ ନିଜର ଅନୁଭବ ସଠିକ୍ ଦିଗରେ ପ୍ରୟୋଗ କରିବେ। ରୋଜଗାର ଖୋଜୁଥିବା ବ୍ୟକ୍ତିମାନେ ରୋଜଗାରର ଅବସର ପାଇବେ। ପରିବାରରେ ଖୁସିର ଆଗମନ ହେବ। ପ୍ରିୟଜନଙ୍କ ସହିତ ବାହାରକୁ ବୁଲିଯିିବେ। ଶିକ୍ଷାର୍ଥୀ ଲେଖାପଢ଼ାରେ ଅମନୋଯୋଗୀ ହୋଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।
ମୀନ :ପୂର୍ବରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବା ଯୋଗୁଁ ଆପଣଙ୍କୁ ମାନସିକ ଶାନ୍ତି ମିଳିବ। କୌଣସି ଏଭଳି ଲୋକଙ୍କ ସହିତ ସାକ୍ଷାତ୍ ହେବ ଯିଏ ଆପଣଙ୍କ ବ୍ୟବସାୟ ଲାଗି ସାହାଯ୍ୟକାରୀ ହେବେ। ଆର୍ଥିକ ସ୍ଥିତି ବହୁତ ଭଲ ହେବ। ଅଫିସ କାମ ପ୍ରତି ସମୟ ଅନୁକୂଳ। ବରିଷ୍ଠ ଆପଣଙ୍କ କଥାକୁ ଗମ୍ଭୀରତାରେ ଗ୍ରହଣ କରିବେ। ଆପଣଙ୍କ ଲାଗି କୌଣସି ଭଲ ଜାଗାରେ ଚାକିରି ସୁଯୋଗ ଆସିପାରେ। ପରିବାରରେ ଧାର୍ମିକ କାର୍ଯ୍ୟ ଆୟୋଜନ ହୋଇପାରେ। ପ୍ରେମ ଜୀବନ ମଧୁର ରହିବ। ବାଣିଜ୍ୟ ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ସୁଯୋଗ ପାଇବେ।