ମେଷ:ଜୀବନ ସଂପୂର୍ଣ୍ଣ ବାଧାମୁକ୍ତ ହେବ। ସାହସ ବଢ଼ିବ, ସମ୍ମାନ ମିଳିବ, ଟଙ୍କାପଇସା ଆସିବ। ଶାନ୍ତ ମନରେ ଭବିଷ୍ୟତ ପାଇଁ ଯୋଜନା କରିବେ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯିବାର ଯୋଗ ରହିଛି। ଅଫିସ୍ରେ ଆପଣଙ୍କର ସ୍ଥିତି ଆହୁରି ମଜଭୁତ ହେବ। ଚାକିରି ବଦଳାଇବାକୁ ଚାହୁଥିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ରାଜନୈତିକ ପ୍ରଭାବ ବୃଦ୍ଧିହେବ। ସନ୍ତାନ ପକ୍ଷରୁ ଭଲ ଖବର ପାଇବେ। ନୂଆ ଘର କିଣିବା କଥା ବିଚାର କରିବେ। ଆପଣଙ୍କ ଜୀବନରେ ପ୍ରେମ ସମ୍ବନ୍ଧ ଆରମ୍ଭ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଖୁସି ରହିବେ। ଧ୍ୟାନ ଯୋଗ କରନ୍ତୁ, ମନରେ ସକାରାତ୍ମକ ଶକ୍ତି ସଂଚାର ହେବ।
ବୃଷ:ଜୀବନରେ ଲାଗି ରହିଥିବା ସଂଘର୍ଷ ସମାପ୍ତି ପାଇଁ ଶୁଭ ସମୟ। କ୍ୟାରିୟର୍ ଗଢ଼ିବା ଲାଗି ନୂଆ ସୁଯୋଗ ଅପେକ୍ଷା କରି ରହିଛି। ଭାଗୀଦାରି କାରବାରରେ ସମୟ ଦିଅନ୍ତୁ, ନହେଲେ କ୍ଷତି ସହିବେ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେଇ ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଭଲହେବ। ଅଫିସ୍ରେ ଉପରିସ୍ଥ କର୍ମଚାରୀଙ୍କଠାରୁ ସକାରାତ୍ମକ ବ୍ୟବହାର ପାଇବେ। ଅବିବାହିତଙ୍କ ପାଇଁ ସୁନ୍ଦର ବିବାହ ପ୍ରସ୍ତାବ ଆସିପାରେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ କଷ୍ଟକର ହୋଇପାରେ। ସ୍ବାସ୍ଥ୍ୟ ଠିକ୍ ରଖିବା ଲାଗି ନିୟମିତ ଯୋଗ କରନ୍ତୁ। କୌଣସି ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ।
ମିଥୁନ:ଖଟାମିଠା ସ୍ମୃତି ଆପଣଙ୍କୁ ବ୍ୟଥାଦେବ। ବ୍ୟବହାରରେ ବିନମ୍ରତା ରଖନ୍ତୁ ବହୁତ କିଛି ହାସଲ କରିପାରିବେ। ସେୟାର୍ ବଜାରରେ ଆଶାତୀତ ଲାଭ ହୋଇପାରେ। ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଶୁଭଖବର ପାଇବେ। ରାଜନୀତି କ୍ଷେତ୍ରରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। କୌଣସି କଥାକୁ ନେଇ ଜୀବନସାଥୀ ଉପରେ ଚାପ ପକାନ୍ତୁନାହିଁ। ୩୧ରୁ ୩୫ ବର୍ଷର ଯୁବତୀମାନେ ବିବାହ ପାଇଁ ନିଷ୍ପତ୍ତି ନେଇପାରନ୍ତି। କଲେଜ ଛାତ୍ରଛାତ୍ରୀ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ମଉକା ପାଇବେ। ସ୍ବାସ୍ଥ୍ୟ ଲାଭ ପାଇଁ ଉଚିତ ପଦକ୍ଷେପ ନେବେ।
କର୍କଟ:କିଛି ସମସ୍ୟା ରହିବ, ହେଲେ ଚିନ୍ତା କରନ୍ତୁ ନାହିଁ। ମଙ୍ଗଳବାର ଠାରୁ ସମୟ ସୂର୍ଯ୍ୟ ଭଳି ଚମକିବ। କ୍ୟାରିୟର୍ ଗଢ଼ିବା ପାଇଁ ବଢ଼ିଆ ସୁଯୋଗ ପାଇବେ। ବ୍ୟବସାୟରେ ଭଲ ସ୍ଥିତି ବଜାୟ ରହିବ। ଚାକିରିରେ ଦରମା ବଢ଼ିବ। ଇଂଜିନିୟରଙ୍କ ଲାଗି ରାଜ୍ୟ ବାହାରରେ ଚାକିରି ମିଳିବାର ଯୋଗ ରହିଛି। କାନୁନ ମାମଲାରେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି। ଜୀବନସାଥୀଙ୍କ ନାମରେ କାର୍ କିଣି ପାରନ୍ତି। ଛାତ୍ରଛାତ୍ରୀ ପାଠପଢ଼ା ଓ କ୍ୟାରିୟର୍କୁ ନେଇ ଗମ୍ଭୀର ରହିବେ। ଶରୀର ପ୍ରତି ଧ୍ୟାନ ଦିଅନ୍ତୁ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗାସନ ଜରୁରି।
ସିଂହ :ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଯାହା ବି କାମ କରିବେ ସଫଳତା ପାଇବେ। ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଏହା ବ୍ୟବସାୟ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କର କର୍ତ୍ତୃତ୍ବ ବୃଦ୍ଧି ବା ପଦୋନ୍ନତି ହେବ। ବୈବାହିକ ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂରହେବ। ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟାକରନ୍ତୁ। ଆପଣଙ୍କର ବିବାହ ତାରିଖ ଫାଇନାଲ୍ ହୋଇପାରେ। ବିଦ୍ୟାର୍ଥୀ ସାମାନ୍ୟ ପ୍ରୟାସରେ ଯଥେଷ୍ଟ ସଫଳତା ପାଇବେ। ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ।
କନ୍ୟା:ଲକ୍ଷ୍ୟପ୍ରାପ୍ତି ଦିଗରେ ଅଗ୍ରସର ହେବେ। ଷ୍ଟକ୍ ଓ ମିଚ୍ୟୁଆଲ୍ ଫଣ୍ଡ୍ରେ ନିବେଶ କରନ୍ତୁ, ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ସରକାରୀ ଚାକିରିରେ ଥିବା ବ୍ୟକ୍ତିମାନେ ଲାଭ ପାଇବେ। ଆପଣଙ୍କର ଭଲ ବ୍ୟବହାର ସମାଜରେ ଭଲ ନିଦର୍ଶନ ବନାଇବାରେ ସାହାଯ୍ୟ କରିବ। କଣ୍ଠଶିଳ୍ପୀଙ୍କ ପାଇଁ କୌଣସି ବଡ଼ ମଞ୍ଚରେ ଗୀତ ଗାଇବାର ସୁଯୋଗ ଆସିପାରେ। ପାରିବାରିକ ଚିନ୍ତାରୁ ମୁକ୍ତି ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧରେ ଭଲ ତାଳମେଳ ରହିବ। ବିଦେଶରେ ଚାକିରି କରୁଥିବା ଯୁବତୀଙ୍କର ବିବାହ କଥା ଫାଇନାଲ୍ ହେବ। ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷା ସଂପର୍କରେ ଭଲ ଖବର ପାଇବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
ତୁଳା :ସମୟ ଖୁବ୍ ଭଲ। ଅଳଙ୍କାର ଡିଜାଇନିଙ୍ଗ୍ କରୁଥିବା ଲୋକ ସଫଳ ହେବେ। ଜମି କିଣିବାରେ ଅର୍ଥ ଲଗାନ୍ତୁ, ଭବିଷ୍ୟତରେ ଲାଭ ପାଇବେ। ବେସରକାରୀ ଶିକ୍ଷକ ନୂଆ କାମ ଅନ୍ବେଷଣ କରିବେ। ଜନସଂପର୍କ ବଢ଼ିବ। ସମ୍ମାନିତ ଲୋକଙ୍କଠାରୁ ସମ୍ମାନ ପାଇବେ। ସାହିତ୍ୟିକଙ୍କ ଲାଗି ସମୟ ଭଲ। ମନରେ କୌଣସି କାହାଣୀ ଲେଖିବାର ବିଚାର ଆସିବ। କାନୁନ ମାମଲାରେ ଜୟଲାଭ ଯୋଗ ରହିଛି। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ଖୁସିର ମାହୋଲ ରହିବ। ନବଦମ୍ପତି ଭବିଷ୍ୟତକୁ ନେଇ ଯୋଜନା କରିବେ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିପାରେ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ବିଛା :ସମୟ ଆପଣଙ୍କ ଲାଗି ବହୁତ ଭଲ। ବ୍ୟକ୍ତିତ୍ବ ସୂର୍ଯ୍ୟ ଭଳି ଚମକିବ। କୌଣସି ସୃଜନାତ୍ମକ କାର୍ଯ୍ୟରେ ଆପଣଙ୍କର ପ୍ରଶଂସା ହେବ। ବ୍ୟବସାୟରେ ନୂଆ ନୂଆ ପ୍ରୟୋଗ କରିବେ। ଆର୍ଥିକ ମାମଲାରେ ସୁଧାର ହେବ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହେବ। ବିରୋଧୀ ଆପଣଙ୍କଠାରୁ ଦୂରତ୍ବ ବଜାୟ ରଖିବେ। ପାରିବାରିକ ଜୀବନ ସୁଖମୟ ରହିବ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଆପଣଙ୍କ ହୃଦୟ ଦ୍ବାରରେ କେହି ମୃଦୁ ଆଘାତ କରିବେ। ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ଉତ୍ସାହିତ ରହିବେ। ମାନସିକ ଅଶାନ୍ତି ଦୂର କରିବା ପାଇଁ ଉପାୟ ପାଇବେ।
ଧନୁ :ଭାଗ୍ୟର ଉନ୍ନତି ପାଇଁ ଶୁଭ ସମୟ। କୌଣସି ନୂଆ ଯୋଜନା ଆପଣଙ୍କ ସମ୍ମୁଖକୁ ଆସିବ। ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ନିବେଶ ବିଷୟରେ ବଡ଼ଙ୍କର ମତ ନେବା ଉଚିତ ହେବ। ସରକାରୀ ଚାକିରିରେ ଥିବା ବ୍ୟକ୍ତିବିଶେଷ ସାମାନ୍ୟ ଅଶାନ୍ତିରେ ରହିବେ। ବିପରୀତ ପରିସ୍ଥିତିରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରି ଖୋଜୁଥିବା ଲୋକ ଭଲ ଜାଗାରେ ଚାକିରି ପ୍ରସ୍ତାବ ପାଇବେ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକ କୌଣସି ମହତ୍ତ୍ବପୂର୍ଣ୍ଣ ଅବସର ପାଇବେ। ବିଦ୍ୟାର୍ଥୀ ଖେଳକୁଦରେ ଅଂଶଗ୍ରହଣ କରିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
ମକର :ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଯାହା ବି କାମ କରିବେ ସଫଳତା ପାଇବେ। କାରବାରରେ କିଛି ଏଭଳି କଥା ସାମନାକୁ ଆସିବ ଯାହା ଭବିଷ୍ୟତରେ ଲାଭପ୍ରଦ ହେବ। ଅଫିସ୍ରେ ଆପଣଙ୍କର କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ଚାକିରି ଖୋଜୁଥିବା ଯୁବତୀ ଭଲ ଖବର ପାଇବେ। ବୟସାଧିକ ବ୍ୟକ୍ତିମାନେ ଧାର୍ମିକ ସମାବେଶରେ ସାମିଲ ହୋଇପାରନ୍ତି। ବୈବାହିକ ଜୀବନରେ ସୁଖ ବୃଦ୍ଧିହେବ। ଭ୍ରମଣ ପାଇଁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀ ନିଜ ଦାୟିତ୍ବ ଭଲଭାବେ ବୁଝିବେ। ଦୀର୍ଘସମୟ ପର୍ଯ୍ୟନ୍ତ ସୁସ୍ଥ ରହିବା ଲାଗି ଭଲ ଖାଦ୍ୟ ଖାଆନ୍ତୁ।
କୁମ୍ଭ:ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ୍ଦେବ। କ୍ୟାରିୟର୍ ଗଢ଼ିବା ପାଇଁ ବଢ଼ିଆ ସୁଯୋଗ ପାଇବେ। ଶତ୍ରୁ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ। ବ୍ୟବସାୟରେ ପ୍ରଗତି ପାଇଁ ଅର୍ଥନୈତିକ ଯୋଜନା କରିବେ। କର୍ମଜୀବୀ ମହିଳାମାନେ ଘର ଓ ଅଫିସ୍ କାମ ସୁଚାରୁରୂପେ କରିବେ। ଲେଖନ ସହ ଯୋଡ଼ି ରହିଥିବା ଲୋକ ଭଲ ଅବସର ପାଇବେ। ଜୀବନସାଥୀର ଭାବନାକୁ ବୁଝିବାରେ ସଫଳ ହେବେ। ନୂଆ କାର୍ କିଣିବାର ସ୍ବପ୍ନ ପୂରା ହୋଇଯିବ। ଛାତ୍ରଛାତ୍ରୀ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ମଉକା ପାଇବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ରହିବେ।
ମୀନ :କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ। ବାକ୍ସଂଯମ ରଖନ୍ତୁ। ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ଶତ୍ରୁ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ। ଅଫିସ୍ରେ ଯେଉଁ କାମ କରିଛନ୍ତି ତା’ର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। କ୍ରିକେଟ୍ ଖେଳାଳି ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ପ୍ରେମ ଓ ପ୍ରଣୟ ଲାଗି ସମୟ ଭଲ। ଆୟବ୍ୟୟରେ ସମନ୍ବୟ ରହିବ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ସ୍ବାସ୍ଥ୍ୟକୁ ନେଇ ଗମ୍ଭୀର ରହନ୍ତୁ। ଦ୍ରୁତ ଗତିରେ ବାଇକ୍ ଚଳାନ୍ତୁ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/10/26/b8cl4RUS43eAQMPXatpe.jpg)