ମେଷ:ଆପଣଙ୍କ ଲାଗି ସମୟ ସବୁ ଦୃଷ୍ଟିରୁ ଭଲ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପୁଞ୍ଜି ବଜାରରେ ନିବେଶ ପାଇଁ ଆଗେଇ ଆସନ୍ତୁ, ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଶୀତବସ୍ତ୍ର ବ୍ୟବସାୟ ଲାଭଦାୟକ ରହିବ। ଚାକିରିଜୀବୀଙ୍କ ଲାଗି ସମୟ ଅନୁକୂଳ। ପଦୋନ୍ନତି ବା ଦରମା ବୃଦ୍ଧି ହେବ। ଚାକିରି ଖୋଜୁଥିବା ଲୋକ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ଘରର ପରିବେଶ ଶାନ୍ତିମୟ ରହିବ। ପ୍ରିୟଜନଙ୍କ ସହିତ ସଂପର୍କ ମଜଭୁତ ହେବ। ଖୁବ୍ ମଜା କରିବେ ଓ ଖୁସି ରହିବେ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
ବୃଷ:ମନ ଅସ୍ଥିର ରହିବ, ହେଲେ ବ୍ୟବହାର ମଧୁର ହେବ। ଜମି କାରବାରରେ ଅର୍ଥ ଲଗାନ୍ତୁ ଭବିଷ୍ୟତରେ ଭଲ ଲାଭ ପାଇବେ। ମହିଳାମାନେ ଅନ୍ଲାଇନ୍ ବ୍ୟବସାୟ ଆରମ୍ଭ କରିପାରନ୍ତି। ଚାକିରିରେ ପରିଶ୍ରମର ଭଲ ପରିଣାମ ପାଇବେ। ଉଚ୍ଚାଧିକାରୀଙ୍କ ସହିତ ସଂପର୍କରେ ଘନିଷ୍ଠତା ବଢ଼ିବ। ରାଜନୀତିକ ଲୋକ ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବୟସାଧିକ ବ୍ୟକ୍ତିମାନେ ତୀର୍ଥ ଯାତ୍ରାରେ ଯିବା ପାଇଁ ଯୋଜନା କରିପାରନ୍ତି। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ପରିବେଶ ବଜାୟ ରହିବ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ମିଥୁନ :ବ୍ୟବସାୟରେ ସଫଳ ହେବେ। ବିରୋଧୀ ପକ୍ଷ ଗୁପ୍ତରେ ଆପଣଙ୍କର ପ୍ରଶଂସା କରିବେ। ଚାକିରିରେ କାର୍ଯ୍ୟଭାର ବଢ଼ିବା ସତ୍ତ୍ବେ ଆପଣଙ୍କ ମନୋଭାବ ଶାନ୍ତ ରହିବ। ଉପରିସ୍ଥ କର୍ମଚାରୀଙ୍କର ସହଯୋଗ ପାଇବେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କର ଆଶା ପୂରଣ ହେବ। ନୂଆ ଘର କିଣିବା କିମ୍ବା ନିର୍ମାଣ ପାଇଁ ବିଚାର କରିବେ। ମହିଳାମାନଙ୍କ ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ପିଲାମାନଙ୍କର ପାଠପଢ଼ା ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପାଇବେ।
କର୍କଟ:ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ବ୍ୟବସାୟରେ କୌଣସି ବଡ଼ ସଫଳତା ପାଇବେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। କୌଣସି ପ୍ରକାର ଋଣ କରନ୍ତୁ ନାହିଁ। ଚାକିରିରେ ନିଜର ସୁରକ୍ଷା ଓ ପ୍ରତିପତ୍ତି ବଜାୟ ରଖିବା ଲାଗି ଆପଣଙ୍କୁ ମାର୍ଗ ପ୍ରସ୍ତୁତ କରିବାକୁ ହେବ। କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ରହିବ। ସପରିବାର ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ।
ସିଂହ :ମାତାପିତାଙ୍କ ଆଶୀର୍ବାଦରେ ମନୋବଳ ଦୃଢ଼ ରହିବ। ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର କରିବେ। କୌଣସି ବଡ଼ ପ୍ରୋଜେକ୍ଟରେ ପୁଞ୍ଜି ଲଗାଇବାକୁ ଭାବୁଥିଲେ କୌଣସି ବୁଦ୍ଧିମାନ ବ୍ୟକ୍ତିଙ୍କ ମତ ନିଅନ୍ତୁ ଭଲ ହେବ। ଚାକିରିରେ ଥିବା ବ୍ୟକ୍ତି ଓ ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କ ଲାଗି ସମୟ ଶୁଭଙ୍କର ହେବ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଆଗକୁ ବଢ଼ିବେ। ପରିବାରରେ କୌଣସି କଥାକୁ ନେଇ ଉଲ୍ଲାସର ବାତାବରଣ ରହିବ। ଛାତ୍ରଛାତ୍ରୀ ଆଗକୁ ବଢ଼ିବା ଲାଗି ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟକୁ ନେଇ ସଚେତନ ଏବଂ ଖାଦ୍ୟପେୟ ପ୍ରତି ସଜାଗ ରହନ୍ତୁ।
କନ୍ୟା:ସବୁ କାମ ସହଜରେ ସଂପନ୍ନ ହେବ। ବ୍ୟବସାୟରେ ଭାଗୀଦାରିଙ୍କ ସହ ସମ୍ବନ୍ଧକୁ ନେଇ ମନରେ ପ୍ରଶ୍ନ ଉଠିପାରେ। ବାଦ ବିବାଦ ଠାରୁ ଦୂରେଇ ରହନ୍ତୁ। ସେୟାର୍ ବଜାରରେ ପୁଞ୍ଜି ନିବେଶ ଲାଗି ଆଗେଇ ଆସନ୍ତୁ ଭବିଷ୍ୟତରେ ଲାଭ ପାଇବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ଅଫିସ୍ରେ କାହାରି ପ୍ରତି ଆକର୍ଷିତ ହେବେ। ଚାକିରି ଖୋଜୁଥିବା ବ୍ୟକ୍ତି ମନ ଚାହୁଥିବା ଚାକିରି ପାଇବେ। ପରିବାର ସହିତ ଭଲ ସମୟ ଅତିବାହିତ କରିବେ। ପିଲାମାନଙ୍କ ସହିତ ବସି ତାଙ୍କ ସମସ୍ୟା ସମାଧାନ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।
ତୁଳା :କୌଣସି କଥାକୁ ନେଇ ଭାବୁକ ରହିବେ। ଅସହାୟଙ୍କୁ କିଛି ଦାନ କରନ୍ତୁ ଭାଗ୍ୟ ଉଜ୍ଜ୍ବଳ ହେବ। ଆପଣଙ୍କ ସହିତ କୌଣସି ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତି ମିଶିବାକୁ ଆସିବେ। ଷ୍ଟିଲ୍ ବ୍ୟବସାୟୀ ବଡ଼ କାମ ଅର୍ଡର୍ ପାଇବେ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ରକ୍ଷା କରିବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ଚାକିରିର ନୂଆ ପ୍ରସ୍ତାବ ମିଳିପାରେ। କୃଷିଜୀବୀଙ୍କ ଲାଗି ଭଲ ସମୟ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ଆପଣଙ୍କ ସନ୍ତାନ ବଂଶର ମାନ ବୃଦ୍ଧି କରାଇବ। ଛାତ୍ରଛାତ୍ରୀ ପଢ଼ିବା ଲେଖିବା ଓ ପ୍ରତିଯୋଗିତାରେ ସଫଳତା ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ବିଛା :ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ଆପଣଙ୍କ ମଧୁର ବ୍ୟବହାର ଆପଣଙ୍କୁ ଲାଭ ଆଣିଦେବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ମହିଳା ବନ୍ଧୁ ମାଧ୍ୟମରେ ବ୍ୟବସାୟରେ ସଫଳତା ପାଇବେ। ଅଫିସ୍ ତରଫରୁ ଦୂରସ୍ଥାନକୁ ଯିବାର ସୁଯୋଗ ମିଳିବ। କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ମହିଳାମାନଙ୍କର ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ସନ୍ତାନର ସଫଳତା ପାଇଁ ଆପଣଙ୍କ ମନ ଖୁସି ରହିବ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ସଂପର୍କରେ ଭଲ ଖବର ପାଇବେ।
ଧନୁ:ମନ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆବଶ୍ୟକତାଠାରୁ କାହାରିକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ବ୍ୟବସାୟ ପାଇଁ ଭଲ ସୁଯୋଗ ଅପେକ୍ଷା କରି ରହିଛି। ଆର୍ଥିକ ସ୍ଥିତିରେ ସୁଧାର ହେବ। ଚାକିରି ସଂପର୍କିତ କୌଣସି ଆଶା ପୂରଣ ହେବ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। କୋର୍ଟକଚେରି ମାମଲାରେ ଭଲ ଖବର ପାଇବେ। ବୈବାହିକ ଜୀବନରେ ପ୍ରୀତିମୟତା ବଜାୟ ରଖିବା ଲାଗି ଜୀବନସାଥୀଙ୍କ ଭାବନାକୁ ଆଦର କରନ୍ତୁ। ଶିକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବା ଯୋଗ ରହିଛି। ସ୍ବାସ୍ଥ୍ୟ ଠିକ୍ ରହିବ।
ମକର :ଆପଣ ନିଜର ଶକ୍ତିକୁ ଠିକ୍ ରୂପେ ବ୍ୟବହାର କରିବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବେପାରରେ ନୂଆ ସୁଯୋଗ ପାଇବେ। ସରକାରୀ ଚାକିରିଆ ନିଜ କାମ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ସାମାଜିକ ସ୍ତରରେ ଆପଣଙ୍କର ମାନସମ୍ମାନ ବଢ଼ିବ। କୌଣସି ବନ୍ଧୁ ସହିତ ବସି ଭବିଷ୍ୟତ ଯୋଜନା ଉପରେ ବିଚାରବିମର୍ଶ କରିବେ। ଆପଣଙ୍କ ସନ୍ତାନ ଆପଣଙ୍କୁ ଗର୍ବ ଅନୁଭବ କରାଇପାରନ୍ତି। ୨୭ରୁ ୩୧ ବର୍ଷ ବୟସର କର୍ମଜୀବୀ ମହିଳାମାନେ ବିବାହ ପାଇଁ ନିଷ୍ପତ୍ତି ନେଇପାରନ୍ତି। ଶିକ୍ଷା କ୍ଷେତ୍ରରେ କରିଆସୁଥିବା ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଶରୀର ସୁସ୍ଥ ରହିବ।
କୁମ୍ଭ:ବହୁ ଦିନର ସ୍ବପ୍ନ ସାକାର ହେବ। ନିଜର ମଧୁର ବ୍ୟବହାରରେ ସବୁ କିଛି କରିନେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣିବେ। ଚାକିରିରେ ପଦୋନ୍ନତି ଓ ପ୍ରଶଂସା ମିଳିବାର ସମ୍ଭାବନା। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ରହିଛି। ଶତ୍ରୁ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ଜୀବନସାଥୀର ସହଯୋଗ ଓ ପ୍ରେମ ପାଇବେ। ସନ୍ତାନ ବିଷୟରେ ଚିନ୍ତା ଦୂର ହେବ। ବିବାହଯୋଗ୍ୟ ବ୍ୟକ୍ତିଙ୍କ ଲାଗି ସୁନ୍ଦର ପ୍ରସ୍ତାବ ଆସିପାରେ। ଛାତ୍ରଛାତ୍ରୀ ମନ ଚାହୁଥିବା ବିଷୟରେ ଭଲ ପ୍ରଦର୍ଶନ କରିବେ। ନିଜର ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।
ମୀନ :ଆପଣଙ୍କ ସ୍ନେହର ଆଭା ଅନ୍ୟମାନଙ୍କୁ ପ୍ରଭାବିତ କରିବ। କିଛି ମହତ୍ତ୍ବପୂର୍ଣ୍ଣ କାମ କରିବେ। ଭାଗୀଦାରି ବେପାରରେ ବହୁତ ଭଲ ସଫଳତା ପାଇବେ। ଅଫିସ୍ରେ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଯେଉଁ ମହିଳାମାନେ ଚାକିରି ଖୋଜୁଛନ୍ତି ସେମାନେ ଭଲ ଖବର ପାଇବେ। ଲେଖକ କୌଣସି ପୁସ୍ତକ ସଂପୂର୍ଣ୍ଣ କରିବେ। ପୈତୃକ ସଂପତ୍ତିରେ ଲାଗି ରହିଥିବା ବିବାଦ ସମାପ୍ତ ହେବ। ବୈବାହିକ ଜୀବନ ଆନନ୍ଦଦାୟକ ରହିବ। ପରିବାରରେ କାହାରି ବିବାହ ତାରିଖ ଫାଇନାଲ୍ ହୋଇପାରେ। ଛାତ୍ରଛାତ୍ରୀ ପଢ଼ିବା ଲେଖିବାରେ ଏକାଗ୍ରତା ବଜାୟ ରଖନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/4QaRA8ewigcvQkkTh1GW.jpg)