ମେଷ:ସକାରାତ୍ମକ ମାନସିକତାର ଲୋକଙ୍କ ସହ ତାଳମେଳ ବଜାୟ ରଖନ୍ତୁ। ଧନପ୍ରାପ୍ତି ଯୋଗ ରହିଛି। ବିଦେଶ ଯିବା ପାଇଁ ଯୋଜନା କରିବେ। ସଫ୍ଟୱେର୍‌ ଇଂଜିନିୟର ନିଜର ଲକ୍ଷ୍ୟ ପୂରା କରିପାରିବେ। ଚାକିରି ଲାଗି ସାକ୍ଷାତ୍‌କାରରେ ଆପଣଙ୍କର ଚୟନ ହୋଇଯିବ। ରାଜନୀତିରେ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି। ବୟସାଧିକ ବ୍ୟକ୍ତିମାନଙ୍କର ଧାର୍ମିକ ଓ ଆଧ୍ୟାତ୍ମିକ ସମ୍ବନ୍ଧରେ ରୁଚି ବଢ଼ିବ। ସନ୍ତାନ ପକ୍ଷରୁ ଲାଭ ମିଳିବାର ସମ୍ଭାବନା। ଜୀବନସାଥୀ ସହିତ ବିଚାରରେ ମେଳ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ସକାରାତ୍ମକ ରହିବ। ସ୍ବାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବ।

Advertisment

ବୃଷ:ସକାରାତ୍ମକ ମାନସିକତା ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ। ନିବେଶ ବିଷୟରେ ଘରର ବଡ଼ଙ୍କ ଠାରୁ ନୂଆ ପରାମର୍ଶ ପାଇବେ। ଅଫିସ୍‌ରେ ଆପଣଙ୍କୁ ଯୋଗ୍ୟ ସାବ୍ୟସ୍ତ କରିବାରେ ସଫଳ ହେବେ। ଚାକିରି ଖୋଜୁଥିବା ମହିଳାଙ୍କୁ ଭଲ ଚାକିରି ମିଳିପାରେ। ଓକିଲଙ୍କ ଲାଗି ସମୟ ଭଲ ରହିବ। ଯେଉଁମାନେ ଘର ଠାରୁ ଦୂରରେ ରହିଛନ୍ତି ସେମାନେ ଜୀବନସାଥୀ ସହିତ ମିଶିବାର ମଉକା ପାଇବେ। ବିବାହଯୋଗ୍ୟ କନ୍ୟାଙ୍କ ଲାଗି ଭଲ ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମିଥୁନ :ପନିପରିବା ଓ ଫଳ କାରବାରରେ ଆୟ ବଢ଼ିବ। ଜମି କାରବାରରେ ନିବେଶ ପାଇଁ ଆଗେଇ ଆସନ୍ତୁ ଲାଭ ହେବ। ଚାକିରିରେ କିଛି ପରିବର୍ତ୍ତନ ଲାଗି ନିଜକୁ ପ୍ରସ୍ତୁତ ରଖନ୍ତୁ। କର୍ତ୍ତୃପକ୍ଷଙ୍କ ସହିତ ତର୍କବିତର୍କ ହୋଇପାରେ। ରାଜନୀତି କାର୍ଯ୍ୟରେ ସଫଳତା ପାଇବେ। ଅନ୍ୟମାନଙ୍କୁ ସାହାଯ୍ୟ କରିବାର ମଉକା ହାତଛଡ଼ା କରନ୍ତୁ ନାହିଁ। ଓକିଲଙ୍କ ଲାଗି ସମୟ ଲାଭପ୍ରଦ ରହିବ। ଏକାନ୍ନବର୍ତ୍ତୀ ପରିବାର ଲୋକଙ୍କ ମଧ୍ୟରେ ପ୍ରୀତି ବଢ଼ିବ। ନବ ବିବାହିତ ଦମ୍ପତି ବାହାରକୁ ଭ୍ରମଣରେ ଯିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

କର୍କଟ:ଆପଣଙ୍କ ଦିମାକ୍‌ରେ କୌଣସି ନୂଆ ବିଚାର ଘୂରି ବୁଲିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ବେପାରରେ ଭାଗ୍ୟର ସହଯୋଗ ପାଇବେ। ଆର୍ଥିକ ସ୍ଥିତି ବହୁତ ଭଲ ହେବ। ଚାକିରିରେ ଦାୟିତ୍ବ ବଢ଼ିବ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିବା ଯୋଗ ରହିଛି। ଲେଖକ ଓ କଳାକାରଙ୍କ ପାଇଁ ସମୟ ବହୁତ ଭଲ। ରାଜନୀତିକ ଲୋକଙ୍କର ମାନସମ୍ମାନ ବଢ଼ିବ। ସନ୍ତାନର ସଫଳତାରେ ମନ ପ୍ରସନ୍ନ ରହିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ପରିଣାମ ପାଇବେ। ଶରୀର ସୁସ୍ଥ ରହିବ।

ସିଂହ :ଛୋଟ ଛୋଟ କଥାରେ ରାଗନ୍ତୁ ନାହିଁ। ଆପଣଙ୍କ କାମ କରିବା ନିୟମରେ ପରିବର୍ତ୍ତନ ଆଣନ୍ତୁ ଭଲ ହେବ। ସାର୍ବଜନିକ ଜୀବନରେ ଯଶ, ମାନ ଓ ପ୍ରତିଷ୍ଠା ପାଇବେ। ପରିବହନ ବ୍ୟବସାୟରେ ଭଲ ଲାଭ ହୋଇପାରେ। ଟଙ୍କାପଇସା ଦେବା ନେବାରେ ସାବଧାନ ଅବଲମ୍ବନ କରନ୍ତୁ। ଚାକିରି ପାଇଁ କରିଆସୁଥିବା ପ୍ରୟାସରେ ସଫଳ ହେବେ। ସାମାଜିକ ସ୍ତରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। କୋର୍ଟ କଚେରିର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଛାତ୍ରଛାତ୍ରୀ ପରିଶ୍ରମର ଭଲ ଫଳ ପାଇବେ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହୋଇପାରେ।

କନ୍ୟା:ନିଜର ମହତ୍ତ୍ବ ଜାଣନ୍ତୁ। ବ୍ୟବହାରରେ ସକାରାତ୍ମକତ‌ା ବଜାୟ ରଖନ୍ତୁ। କ୍ରୋଧ ଓ ଅହଂକାର ଆପଣଙ୍କ କାମରେ ବାଧା ସୃଷ୍ଟି କରିବ। ଆର୍ଥିକ ସମସ୍ୟାର ସମାଧାନ ହେବ। ଜମି ବ୍ୟବସାୟରେ ଅଟକିଥିବା ଟଙ୍କାପଇସା ଧୀରେ ଧୀରେ ଆସିବ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଭଲ ଖବର ପାଇବେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଆଗକୁ ବଢ଼ିବେ। ସନ୍ତାନର ସମସ୍ୟା ନେଇ ଜୀବନସାଥୀ ସହିତ ବଚସା ହୋଇପାରେ। ଛାତ୍ରଛାତ୍ରୀ ଶିକ୍ଷା ଓ ପ୍ରତିଯୋଗୀତା କ୍ଷେତ୍ରରେ ସଫଳତା ପାଇବାର ପ୍ରବଳ ଯୋଗ ରହିଛି। ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଡାକ୍ତରଙ୍କ ସହିତ ପରାମର୍ଶ କରିବେ।

ତୁଳା :ନିଜର ବିଚାରକୁ ସକାରାତ୍ମକ ବନାଇ ରଖନ୍ତୁ। କ୍ୟାରିୟର୍‌ ଗଢ଼ିବା ଲାଗି ଭଲ ଅବସର ପାଇବେ। ଭାଗୀଦାରି ସହିତ ବିନା କାରଣରେ ଝଗଡ଼ା ହୋଇପାରେ। ଜମି କାରବାରରେ ନିବେଶ ଲାଗି ବାପାଙ୍କର ସହଯୋଗ ପାଇବେ। ଶିକ୍ଷକ କୌଣସି ଜରୁରୀ ବୈଠକରେ ସାମିଲ ହେବେ। ରାଜନୀତିକ ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀ ସଫଳତା ପାଇଁ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟରେ ସୁଧାର ହେବ। କାର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ବିଛା :କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ। ଟଙ୍କାପଇସା ମାମଲାରେ ଚିନ୍ତା ସମାପ୍ତ ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଅଫିସ୍‌ରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି ବଡ଼ କଂପାନିରେ ଚାକିରିର ସୁଯୋଗ ଆସିବ। ରାଜନୀତିରେ ଆର୍ଥିକ ଲାଭ ହେବ। ବିରୋଧୀଙ୍କ ଉପରେ ପ୍ରଭାବ ପକାଇବେ। କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ଇଲେକ୍ଟ୍ରିକ୍ ବାଇକ୍‌ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ। ପାରିବାରିକ ବାତାବରଣ ସକାରାତ୍ମକ ରହିବ। ବାଣିଜ୍ୟ ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

ଧନୁ :ବେପାର ଉଦ୍ୟୋଗରେ ଆଶାଜନକ ଫଳ ପାଇବା ପାଇଁ ମନପ୍ରାଣ ଢାଳି କାମ କରନ୍ତୁ। ଅଫିସ୍‌ରେ କୌଣସି ସମସ୍ୟାର ସମାଧାନ ହେବ। ଶତ୍ରୁ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ ହେଲେ କିଛି କରିପାରିବେ ନାହିଁ। ପୈତୃକ ସଂପତ୍ତିରୁ ଲାଭ ପାଇବେ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକ କୌଣସି ମହତ୍ତ୍ବପୂର୍ଣ୍ଣ ଅବସର ପାଇବେ। ପରିବାର ସହିତ ଆନନ୍ଦର ସମୟ ଅତିବାହିତ କରିବେ। ବୟସାଧିକ ବ୍ୟକ୍ତିଙ୍କର ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷାରେ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।

ମକର :ଚେଷ୍ଟା ଜାରି ରଖନ୍ତୁ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ ହୋଇଯିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ବ୍ୟବସାୟରେ ଆଗକୁ ବଢ଼ିବେ। ଆୟବ୍ୟୟର ସମନ୍ବୟ ରହିବ। ଚାକିରିରେ କୌଣସି ବିଶେଷ ଦାୟିତ୍ବ ଗ୍ରହଣ କରିବେ। କ୍ରିକେଟ୍‌ ଖେଳାଳିଙ୍କର ପ୍ରଶଂସକ ସଂଖ୍ୟା ବୃଦ୍ଧି ହେବ। ବୟସାଧିକ ବ୍ୟକ୍ତିମାନେ ସମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଜୀବନସାଥୀ ଆପଣଙ୍କୁ କୌଣସି ଖୁସି ଖବର ଶୁଣାଇବେ। ନୂଆ ଘର କିଣିବା ପାଇଁ ବିଚାର କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ହାସଲ କରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ରହିବେ। ଖାଦ୍ୟପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ।

କୁମ୍ଭ:ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ। କିଛି ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ। ଦୂରସ୍ଥାନକୁ ଯିବାର ଯୋଜନା କରିପାରନ୍ତି। ଧନସଂପଦ ମାମଲାର ପ୍ରୟାସରେ ସଫଳ ହେବେ। ଚାକିରି ପାଇଁ ସମୟ ଅନୁକୂଳ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିବେ। ପୁରୁଣା ଜମିବାଡ଼ିରେ ଆପଣଙ୍କୁ ଭଲ ଲାଭ ମିଳିବ। ସନ୍ତାନର ବିଶେଷ କାର୍ଯ୍ୟ ପୂରା କରିବାରେ ଧନ ଖର୍ଚ୍ଚ କରିବେ। ବନ୍ଧୁବର୍ଗ ସହିତ ସମ୍ବନ୍ଧ ଭଲ ରହିବ। ଛାତ୍ରଛାତ୍ରୀ ସମୟର ସଦୁପଯୋଗ କରନ୍ତୁ ସଫଳତା ହାସଲ କରିବେ। ଶାରୀରିକ ଦୃଷ୍ଟିରୁ ସ୍ବାସ୍ଥ୍ୟ ଭଲ ରହିବ।

ମୀନ :ଗ୍ରହ ଚଳନ ଆପଣଙ୍କ ଲାଗି ଅନୁକୂଳ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। ବେପାର ଉଦ୍ୟୋଗରେ ଠିକ୍ ସମୟରେ ସଠିକ୍ ନିର୍ଣ୍ଣୟ ନେବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିବେ ହେଲେ ଆପଣ ସମ୍ଭାଳିନେବେ। ସକାରାତ୍ମକ ମାନସିକତା ଆପଣଙ୍କୁ ଚାକିରିରେ ଉନ୍ନତି ଆଣିଦେବ। ରାଜନୀତିକ ଲୋକ କିଛି ନୂଆ ଲୋକଙ୍କ ସହିତ ଯୋଡ଼ି ପାରନ୍ତି। ବିବାହଯୋଗ୍ୟ ଲୋକଙ୍କର ବିବାହ ପାଇଁ ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀ ପାଠପଢ଼ାରେ ବିଶେଷ ଧ୍ୟାନ ଦେବେ। ସ୍ବାସ୍ଥ୍ୟରେ ସୁଧାର ହେବ। କାର ଚଳାଇବା ସମୟରେ ସଚେତ ରହନ୍ତୁ।