ମେଷ:ଶକ୍ତି ଓ ସ୍ଫୂର୍ତ୍ତି ଅନୁଭବ କରିବେ। କ୍ୟାରିୟର୍‌ ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଦୂରସ୍ଥାନକୁ ଯିବାର ଆବଶ୍ୟକତା ପଡ଼ିପାରେ। ମହିଳା ବ୍ୟବସାୟୀଙ୍କ ଲାଗି ସମୟ ଲାଭପ୍ରଦ। ଯେଉଁମାନେ ଚାକିରିର ଅଧିକାରୀ ପଦବି ପାଇଁ ପ୍ରୟାସ ଜାରି ରଖିଛନ୍ତି ସେମାନେ ସଫଳତା ପାଇବେ। ବୟସାଧିକ ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଭାବିଚିନ୍ତି ଖର୍ଚ୍ଚ ନ କଲେ ଅସୁବିଧାରେ ପଡ଼ିଯାଇପାରନ୍ତି। ଇଂଜିନିୟରିଙ୍ଗ୍‌ ଛାତ୍ରଛାତ୍ରୀ ଚାକିରିର ପ୍ରସ୍ତାବ ପାଇବେ। ହଜମଜନିତ ସମସ୍ୟାରୁ ଆରାମ ପାଇବେ। ଖାଦ୍ୟପେୟ ପ୍ରତି ସଜାଗ ରହନ୍ତୁ।

Advertisment

ବୃଷ:ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଅନୁଭବ ସାଉଁଟିବେ। ବ୍ୟବସାୟରେ ଲାଭ ଅର୍ଥ ପୁଣି ବ୍ୟବସାୟରେ ଲଗାଇବେ। ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଥିବା ଲୋକଙ୍କ ପାଇଁ ସମୟ ଭଲ। ପାରିବାରିକ ସମସ୍ୟା ଆପେ ଦୂର ହୋଇଯିବ। ମାଆଙ୍କର କୌଣସି ଇଚ୍ଛା ପୂରା କରିବାରେ ସଫଳ ହେବେ। ସୋସିଆଲ୍‌ ମିଡିଆରେ ଆପଣଙ୍କ ପୋଷ୍ଟ୍‌କୁ ଅଧିକ ଲୋକ ପସନ୍ଦ କରିବେ। ଛାତ୍ରଛାତ୍ରୀ ଏକାଗ୍ରତାରେ ପଢ଼ିବାକୁ ଚେଷ୍ଟାକରନ୍ତୁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।

ମିଥୁନ :ଦୀର୍ଘଦିନରୁ କୌଣସି କଥାକୁ ନେଇ ମନରେ ଲାଗି ରହିଥିବା ଦ୍ବନ୍ଦ୍ବ ସମାପ୍ତ ହୋଇଯିବ। ମାତା ପିତାଙ୍କର ଆଶୀର୍ବାଦ ନିଅନ୍ତୁ, ଲକ୍ଷ୍ୟ ହାସଲ କରିବା ସହଜ ହେବ। ପ୍ଲାଷ୍ଟିକ୍‌ ବ୍ୟବସାୟୀ ବଡ଼ ଡିଲ୍ କରିପାରନ୍ତି। ଅଫିସ୍‌ରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହିତ ତର୍କବିତର୍କ ହୋଇପାରେ। ଚାକିରି ଲାଗି ପରିଶ୍ରମ କରୁଥିବା ଲୋକ ଖୁସି ଖବର ପାଇବେ। କଳାକାର ଫିଲ୍ମରୁ ପ୍ରସ୍ତାବ ପାଇବେ। ଘରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ। ବିବାହିତ ଭଲ ସ୍ଥାନକୁ ଭ୍ରମଣରେ ଯିବେ। ପ୍ରତିଯୋଗୀ ଛାତ୍ରଛାତ୍ରୀ ପରିଶ୍ରମର ସୁପରିଣାମ ପାଇବେ।

କର୍କଟ:ଆପଣଙ୍କ ଭିତରେ ସକାରାତ୍ମକ ଶକ୍ତି ବୃଦ୍ଧିହେବ। ବଡ଼ ଲକ୍ଷ୍ୟ ରଖି ଯୋଜନା ପ୍ରସ୍ତୁତ କରିବେ। ଆର୍ଥିକ ରୂପେ ଆପଣଙ୍କର ସ୍ଥିତି ମଜଭୁତ ହେବ। ବ୍ୟବସାୟ କାମରେ ଓଡ଼ିଶା ବାହାରକୁ ଯିବେ। ଅଫିସ୍‌ରେ ପରିବେଶ ଅନୁକୂଳ ରହିବ। ଭଲଭାବେ କରିଆସୁଥିବା କାମ ପାଇଁ ପଦୋନ୍ନତି ମିଳିପାରେ। ବେକାର ଯୁବକଙ୍କୁ ରୋଜଗାରର ଉଚିତ ଅବସର ମିଳିପାରେ। ବୈବାହିକ ଜୀବନରେ ପ୍ରସନ୍ନତା ରହିବ। ଘରୋଇ ଜିନିଷପତ୍ର କିଣିବାରେ ଅଧିକ ଖର୍ଚ୍ଚ କରିପାରନ୍ତି। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ। ଗାଡ଼ି ଚଳାଇବା ସମୟରେ ସଚେତନ ରହନ୍ତୁ।

ସିଂହ :ଆପଣଙ୍କର ପରାକ୍ରମ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଆରମ୍ଭ କରନ୍ତୁ, ଧୀରେ ଧୀରେ ଆଗକୁ ବଢ଼ିବେ। କୌଣସି ସଂପତ୍ତିର ଡିଲ୍ କରିପାରନ୍ତି। ଅଫିସ୍‌ରେ କୌଣସି କାର୍ଯ୍ୟକୁ ନେଇ କର୍ତ୍ତୃପକ୍ଷଙ୍କ ଠାରୁ କଡ଼ା କଥା ଶୁଣିବାକୁ ପଡ଼ିପାରେ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଭଲ ଜାଗାରେ ଚାକିରି ପାଇବେ। ବୟସାଧିକ ବ୍ୟକ୍ତିମାନଙ୍କର ସମୟ ରାଜନୀତିକ ଓ ସମାଜିକ କାର୍ଯ୍ୟରେ ବିତିବ। ନ୍ୟାୟିକ ମାମଲା ଆପଣଙ୍କୁ ଅଶାନ୍ତି ଦେଇପାରେ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀ ସହିତ ଆପଣଙ୍କ ଜୀବନ ଆନନ୍ଦମୟ ହେବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

କନ୍ୟା:ସକାରାତ୍ମକ ରହନ୍ତୁ। ବଡ଼ଭାଇଙ୍କ ସହିତ ପରାମର୍ଶ କରି ନୂଆ କାରବାରରେ ଧନ ନିବେଶ କରନ୍ତୁ, ଲାଭ ହେବ। ଅଫିସ୍‌ରେ ଆପଣଙ୍କ ପରାମର୍ଶକୁ ସମସ୍ତେ ସମ୍ମାନ ଦେବେ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଲାଭ ପାଇବେ। କୌଣସି ସମାରୋହରେ କାହାରିକୁ ବନ୍ଧୁଭାବେ ଗ୍ରହଣ କରିବେ। କୋର୍ଟକଚେରିର ଅଧୁରା କାମ ପୂରା‌େହବ। ଘରର ପରିବେଶ ଭଲ ରହିବ। ବନ୍ଧୁ ସହିତ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ବିଦ୍ୟାର୍ଥୀ ନିଜର ପରିଶ୍ରମ ଉପରେ ଭରସା ରଖନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ।

ତୁଳା :କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ୍‌ ଏହା‌ କ୍ୟାରିୟର୍‌ ଉପରେ କୁପ୍ରଭାବ ପକାଇବ। ବୈଦଶିକ ବେପାରରେ ବଡ଼ ଡିଲ୍ କରିବେ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଚାକିରିଜୀବୀଙ୍କର ଏଭଳି ସ୍ଥାନକୁ ବଦଳି ହେବ ଯାହା ଦ୍ବାରା ଯାତାୟାତରେ ଅସୁବିଧା ହୋଇପାରେ। ଘରେ କୌଣସି ଶୁଭକାର୍ଯ୍ୟ ସଂପନ୍ନ ହେବା ଯୋଗୁଁ ବାତାବରଣ ଉଲ୍ଲାସପୂର୍ଣ୍ଣ ହେବ। ଭାଇଭଉଣୀ ଓ ବନ୍ଧୁ ସହିତ ସଂପର୍କ ମଜଭୁତ ହେବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ଯେଉଁମାନଙ୍କର ଗଣ୍ଠିବ୍ୟଥା ଅଛି ସେମାନେ ଭଲ ଡାକ୍ତରଙ୍କର ପରାମର୍ଶ ନେବେ।

ବିଛା :ନିଜ ଭାବନା ସକାରାତ୍ମକ ରଖନ୍ତୁ। ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହେବ। ନୂଆ କାମ କରିବା ପୂର୍ବରୁ ପିତାମାତାଙ୍କର ଆଶୀର୍ବାଦ ନିଅନ୍ତୁ। ଇଲେକ୍‌ଟ୍ରୋନିକ୍ସ ବ୍ୟବସାୟୀଙ୍କର ବିକ୍ରି ବଢ଼ିବ। ଅଫିସ୍‌ରେ କୌଣସି କଥାକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ ଠିକ୍ କରିବେ। କୋର୍ଟକଚେରି ମାମଲାଠୁ ଦୂରରେ ରହନ୍ତୁ। ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ବିଦେଶରେ ରହୁଥିବା ବନ୍ଧୁଠାରୁ ଭଲ ଖବର ପାଇବେ। ପାରିବାରିକ ଜୀବନ ସୁଖମୟ ରହିବ। ଗୃହିଣୀ ଘରକାମରେ ପତିଙ୍କର ସହଯୋଗ ପାଇବେ। ନର୍ସିଙ୍ଗ୍‌ ଛାତ୍ରୀ ବରିଷ୍ଠଙ୍କ ଠାରୁ କିଛି ନୂଆ ଶିଖିବେ।

ଧନୁ :ସମୟର ଉପଯୋଗ କରନ୍ତୁ। ନିଜର ଲକ୍ଷ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ। ବିରୋଧୀ ଆପଣଙ୍କର କ୍ଷତି କରିବା ପାଇଁ ପ୍ରୟାସ କରି ବିଫଳ ହେବେ। ବ୍ୟବସାୟୀଙ୍କ ଲାଗି ସମୟ ଭଲ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ। ଅଫିସ୍‌ରେ ଅଧିକାରୀବର୍ଗଙ୍କ ସହଯୋଗ ପାଇବେ। ବୟସାଧିକ ବ୍ୟକ୍ତି କୌଣସି ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ବନ୍ଧୁବର୍ଗଙ୍କ ସହିତ ସଂପର୍କ ମଜଭୁତ ହେବ। ପରିବାର ପ୍ରତି ଆପଣ ଦାୟିତ୍ବ ଭଲଭାବେ ନିର୍ବାହ କରିବେ। ପୁତ୍ର ପକ୍ଷରୁ ସୁଖ ପାଇବେ। ଛାତ୍ରଛାତ୍ରୀମାନେ ବ୍ୟସ୍ତ ରହି‌େବ। ଯୋଗ ଓ ପ୍ରାଣାୟମ କରନ୍ତୁ।

ମକର :ସକାରାତ୍ମକତାରେ ଭରି ରହିବେ। କାର୍ଯ୍ୟକ୍ଷେତ୍ରରେ ନେତୃତ୍ବ ଦକ୍ଷତା ବଢ଼ିବ। ଆପଣଙ୍କ କଂପାନିକୁ ବଡ଼ ସୁଯୋଗ ମିଳିବ। ଯାହା କି ଭବିଷ୍ୟତରେ ଲାଭପ୍ରଦ ହେବ। ଅଫିସ୍‌ରେ ସମୟ ଭଲରେ କଟିବ। କାହାରି ପ୍ରରୋଚନାରେ ପଡ଼ନ୍ତୁ ନାହିଁ, କାମରେ ସତର୍କ ରହନ୍ତୁ। ଆଇନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। କାର୍ ବା ଜମି କିଣିବା ଲାଗି ସମୟ ଶୁଭ। ପରିବାରରେ ସୁଖ ଓ ଶାନ୍ତି ବୃଦ୍ଧି ହେବ। ସନ୍ତାନଙ୍କ ସଫଳତା ହେତୁରୁ ଗୌରବାନ୍ବିତ ଅନୁଭବ କରିବେ। କୌଣସି ବନ୍ଧୁ ଆପଣଙ୍କ ଲାଗି ଉପହାର ନେଇ ଆସିବେ। ସ୍ବାସ୍ଥ୍ୟ ଭଲ ରହିବ।

କୁମ୍ଭ:କଠିନ କାର୍ଯ୍ୟରେ ପରାଜୟ ସ୍ବୀକାର କରିବେ ନାହିଁ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଧୁରିବ। ଆପଣଙ୍କ ବଡ଼ପୁଅ ବେପାରରେ ଉନ୍ନତି କରିବେ। ଅଫିସ୍‌ରେ ଆପଣଙ୍କୁ ଶ୍ରେଷ୍ଠ କର୍ମଚାରୀ ପୁରସ୍କାର ମିଳିପାରେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଲାଗି ବହୁରାଷ୍ଟ୍ରୀୟ କଂପାନିରୁ ଖବର ଆସିପାରେ। ଅସହାୟ ବ୍ୟକ୍ତିଙ୍କୁ ଶୀତବସ୍ତ୍ର ଦାନ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ଯଥେଷ୍ଟ ଲାଭ ହେବ। ପାରିବାରିକ ଜୀବନ ସୁଖ ଶାନ୍ତିରେ ଭରି ରହିବ। ଛାତ୍ରଛାତ୍ରୀ ଲେଖାପଢ଼ା ପାଇଁ ସମୟର ରୁଟିନ୍‌ ପ୍ରସ୍ତୁତ କରନ୍ତୁ। ଚକ୍ଷୁ ଓ ଗଳାରେ ସମସ୍ୟା ଥିଲେ ପ୍ରାଣାୟାମ କରନ୍ତୁ।

ମୀନ :ବିନମ୍ର ସ୍ବଭାବ ଆପଣଙ୍କୁ ସାହାଯ୍ୟ କରିବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଆଗେଇ ଆସନ୍ତୁ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଆଗକୁ ବଢ଼ିବା ପାଇଁ କୌଣସି ସୁଯୋଗ ପାଇବେ। ବେପାରର ଗତି ବଢ଼ିବ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରେ। ବୟସାଧିକ ବ୍ୟକ୍ତିମାନଙ୍କର ଦାନପୁଣ୍ୟରେ ରୁଚି ବଢ଼ିବ। ଓକିଲ ପୁରୁଣା ମହକିଲଙ୍କ ମକଦ୍ଦମାକୁ ସମାଧାନ କରିବେ। ଘରର ପରିବେଶ ଠିକ୍ ରହିବ। ବାପାଙ୍କ ସହିତ ଲାଗି ରହିଥବା ମତଭେଦ ଦୂର ହେବ। ନୂଆ କାର୍ କିଣି ପାରନ୍ତି। ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମରେ ଯୋଡ଼ିହେବା ପାଇଁ ସମୟ ଅନୁକୂଳ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ।