ମେଷ:ଆପଣଙ୍କ ଭଲ ବ୍ୟବହାର ପାଇ ଆଖପାଖର ଲୋକ ଖୁସି ରହିବେ। କାମରେ ସଫଳତା ମିଳିବ। ସୌନ୍ଦର୍ଯ୍ୟକରଣ ବ୍ୟବସାୟୀଙ୍କର ଆୟ ବଢ଼ିବ। ଅଫିସରେ ଆପଣଙ୍କୁ ଦାୟିତ୍ବପୂର୍ଣ୍ଣ କାମ ମିଳିବ। ଯୁବକଙ୍କ ଲାଗି ସଫଳତାର ନୂଆ ଦ୍ବାର ଉନ୍ମୁକ୍ତ ହୋଇପାରେ। ସାମାଜିକ ସଂଗଠନ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କ ସହିତ ବ୍ୟବହାରରେ ମିଷ୍ଟତା ରଖନ୍ତୁ। ପରିବାରରେ ପରିବେଶ ଶାନ୍ତିଦାୟକ ରହିବ। ଜୀବନସାଥୀ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀ ଆହୁରି ଅଧିକ ପରିଶ୍ରମ କରନ୍ତୁ। ଗାଡ଼ି ସାବଧାନତାର ସହ ଚଳାନ୍ତୁ।

Advertisment

ବୃଷ:ଆପଣଙ୍କ ସକାରାତ୍ମକ ବିଚାର ଆଖପାଖର ବାତାବରଣକୁ ସକାରାତ୍ମକ କରି ରଖିବ। ବ୍ୟବସାୟରେ କୌଣସି ବଡ଼ ଡିଲ୍ କରିବେ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହେବ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଶେଷ ପ୍ରସିଦ୍ଧି ପାଇବେ। ଭୂସଂପତ୍ତି କିଣିବା ଯୋଗ ରହିଛି। ବନ୍ଧୁର ଆଗମନରେ ଘରେ ଉତ୍ସାହର ବାତାବରଣ ବଜାୟ ରହିବ। ନବ ବିବାହିତ ଦମ୍ପତି ଧାର୍ମିକ ସ୍ଥାନକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ବାଣିଜ୍ୟ ଛାତ୍ରଛାତ୍ରୀ ମନ ଲଗାଇ ପଢ଼ିବେ। ସ୍ବାସ୍ଥ୍ୟକୁ ନେଇ ସାବଧାନ ରହନ୍ତୁ।

ମିଥୁନ :ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ସାଙ୍ଗରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ। ଅନ୍ୟ ସହରରେ ବ୍ୟବସାୟ ବିସ୍ତାର କରିବା ଲାଗି ଯୋଜନା କରିବେ। ପ୍ରାଶାସନିକ ସେବା ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ନୂଆ ଅବସର ପାଇବେ। ଇଂଜିନିୟର୍‌ଙ୍କ ଲାଗି ପଦୋନ୍ନତିର ଅବସର ଆସିବ। ଓକିଲଙ୍କ ଲାଗି ସମୟ ଭଲ। କୌଣସି ଗ୍ରାହକଙ୍କ ଦ୍ବାରା ଭଲ ରକମର ଧନଲାଭ କରିବେ। ଘରର ପରିବେଶ ସକାରାତ୍ମକ ରହିବ। ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯିବା ପାଇଁ ଯୋଜନା କରିବେ। ବିଦ୍ୟାର୍ଥୀ ନିଜର ପାଠପଢ଼ାରେ ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

କର୍କଟ:ପରିସ୍ଥିତି ସହିତ ତାଳମେଳ ରଖି ଚଳିବେ। ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକମାନଙ୍କୁ ପସନ୍ଦ ହେବ। ନୂଆ ଚିନ୍ତାଧାରାରେ ବ୍ୟବସାୟକୁ ଆଗକୁ ବଢ଼ାଇପାରନ୍ତି। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ସମୟ ଭଲ। ସାଥିରେ କାମ କରୁଥିବା ଲୋକେ ଆପଣଙ୍କ ଉପରେ ଖୁସି ରହିବେ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ପାରିବାରିକ ଜୀବନରେ ଖୁସି ବଢ଼ିବ। ସନ୍ତାନ ସମ୍ବନ୍ଧୀୟ କୌଣସି ଶୁଭ ଖବର ପାଇବେ। ବନ୍ଧୁ ସହିତ ଲାଗି ରହିଥିବା ତିକ୍ତତା ଦୂର ହେବ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ମାର୍ଗଦର୍ଶନ ପାଇବେ।

ସିଂହ :ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଆଗକୁ ବଢ଼ିବା ଲାଗି ଭଲ ସୁଯୋଗ ଆସିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଶୁଖିଲା ଖାଦ୍ୟ ବ୍ୟବସାୟୀଙ୍କର ବ୍ୟବସାୟ ଭଲ ରହିବ। ଟଙ୍କାପଇସା ଦେବାନେବା ବେଳେ ସତର୍କ ରହନ୍ତୁ। ଅଫିସ୍‌ରେ କିଛି ଲୋକ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ରାଜନୀତିକ ନେତା ବଡ଼ ଦାୟିତ୍ବ ପାଇପାରନ୍ତି। କବି କୌଣସି ନୂଆ କାବ୍ୟ ରଚନା କରିବେ। ପାରିବାରିକ ଜୀବନ ସୁଖମୟ ହେବ। ବାପାମାଆଙ୍କ ସହିତ ଧାର୍ମିକ ଯାତ୍ରା ସ୍ମରଣୀୟ ରହିବ। ବାଣିଜ୍ୟ ଛାତ୍ରଛାତ୍ରୀ ମନ ମୁତାବକ କାର୍ଯ୍ୟ ପାଇବେ। ଚକ୍ଷୁରେ ଲାଗି ରହିଥିବା ସମସ୍ୟାର ଉପଶମ ହେବ।

କନ୍ୟା:ବ୍ୟବସାୟରେ ନୂଆ ଆହ୍ବାନର ସାମ୍ନା କରିପାରନ୍ତି। ଅନ୍ୟମାନଙ୍କ ସହିତ କଥା ହେବା ବେଳେ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ। ଗଣମାଧ୍ୟମ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ଲାଗି ବହୁତ ଭଲ ସୁଯୋଗ ଅପେକ୍ଷା କରି ରହିଛି। ଫେସନ୍‌ ଡିଜାଇନିଂ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଲାଗି ନୂଆ ଚାକିରି ସୁଯୋଗ ଆସିପାରେ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ମହତ୍ତ୍ବପୂର୍ଣ୍ଣ ଅବସର ପାଇବେ। ବୟସାଧିକ ବ୍ୟକ୍ତିମାନଙ୍କର ଆଧ୍ୟାତ୍ମିକ ଓ ଧାର୍ମିକ ବିଷୟରେ ଅଧିକ ରୁଚି ବଢ଼ିବ। ବୈବାହିକ ଜୀବନ ଭଲ ରହିବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପାଇବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ଓ ସତେଜ ଅନୁଭବ କରିବେ।

ତୁଳା :ନିଜର ଯୋଜନା କାହାରିକୁ ଜଣାନ୍ତୁ ନାହିଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ଭଲ ଅବସର ହାତଛଡ଼ା କରି ବସିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ଭଲ ପଦବିକୁ ମନୋନୀତ ହେବେ। କାରବାରରେ ଅଧୁରା ଥିବା କାମକୁ ସହଜରେ ପୂରା କରିପାରିବେ। କର୍ମଜୀବୀ ମହିଳାଙ୍କ ଲାଗି ସମୟ ବହୁତ ଭଲ। କର୍ତ୍ତୃପକ୍ଷ ଆପଣଙ୍କ କାମ ଦେଖି ଖୁସି ହୋଇ ପଦୋନ୍ନତି ବା ଦରମା ବୃଦ୍ଧି କରିପାରନ୍ତି। ପାରିବାରିକ ଜୀବନ ସମୃଦ୍ଧ ହେବ। ପ୍ରେମୀଯୁଗଳ ଜୀବନଶୈଳୀରେ କିଛି ପରିବର୍ତ୍ତନ କରିପାରନ୍ତି। ଛାତ୍ରଛାତ୍ରୀ କୌଣସି ବିଷୟ ବୁଝିବା ପାଇଁ ଶିକ୍ଷକଙ୍କର ସାହାଯ୍ୟ ନେବେ। ସ୍ବାସ୍ଥ୍ୟ ଭଲ ରହିବ।

ବିଛା :ସମସ୍ତଙ୍କ ସହିତ  ସୁସଂପର୍କ ବଜାୟ ରଖିବା ଲାଗି ଚେଷ୍ଟାକରନ୍ତୁ। ଧନ ମାମଲାରେ ଭାଗ୍ୟଶାଳୀ ଅନୁଭବ କରିବେ। ଆପଣଙ୍କ କଂପାନିର ବଡ଼ କଂପାନି ସହିତ ଡିଲ୍ ହୋଇପାରେ। ଅଫିସ୍‌ରେ କରିଥିବା କୌଣସି କାମ ପାଇଁ ପୁରସ୍କୃତ ହେବେ। ସାମାଜିକ ସଂସ୍ଥା କ୍ଷେତ୍ରରେ ଥିବା ଲୋକ କଠିନ କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ। ଓକିଲ କୌଣସି ବଡ଼ ମକଦ୍ଦମାରେ ଜୟଲାଭ କରିବେ। ଘରର ପରିବେଶ ସକାରାତ୍ମକ ରହିବ। ଜୀବନସାଥୀ ଆପଣଙ୍କୁ କୌଣସି ଖୁସି ଖବର ଶୁଣାଇବେ। ଶିକ୍ଷକ କୌଣସି ବିଷୟ ବିଦ୍ୟାର୍ଥୀଙ୍କୁ ବୁଝାଇବାରେ ସଫଳ ରହିବେ। ପେଟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ।

ଧନୁ :ଆପଣଙ୍କ ବ୍ୟକ୍ତିତ୍ବରେ ଆଖପାଖର ଲୋକ ପ୍ରସନ୍ନ ରହିବେ। କିଛି ନୂଆ ଲୋକଙ୍କ ସହିତ ଯୋଡ଼ି ହେଇପାରନ୍ତି। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସକାରାତ୍ମକ ମାନସିକତା ଚାକିରିରେ ଉନ୍ନତି ଆଣିଦେବ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଘରୋଇ ସଂସ୍ଥାରେ ଚାକିରି ପାଇପାରନ୍ତି। ପରିବାରରେ ପୁଣ୍ୟକାର୍ଯ୍ୟ ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ସମାପ୍ତ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ପରିଶ୍ରମ କରନ୍ତୁ। ବାଣୀ ଉପରେ ସଂଯମ ରଖନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ।

ମକର :ଜୀବନରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ନୂଆ ଲୋକଙ୍କ ସହିତ ସଂପର୍କ ଗଢ଼ିଉଠିବ। ତାଙ୍କ ମାଧ୍ୟମରେ ଭବିଷ୍ୟତରେ ଲାଭ ପାଇବେ। ବ୍ୟାବସାୟିକ ଜୀବନ ଭଲ ରହିବ। ବଡ଼ ବ୍ୟବସାୟ ଗୋଷ୍ଠୀରେ ଭାଗୀଦାରି ହୋଇପାରନ୍ତି। ପଦୋନ୍ନତି ବା ଚାକିରି କ୍ଷେତ୍ର ବଦଳାଇବା ପାଇଁ ସୁଯୋଗ ଅଛି। ରାଜନୀତି କ୍ଷେତ୍ରରେ ଥିବା ଲୋକ ବଡ଼ ଦାୟିତ୍ବ ପାଇବେ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ବିଶ୍ବାସ କରନ୍ତୁନି। ବୈବାହିକ ଜୀବନ ସୁଖମୟ ରହିବ। ସନ୍ତାନ କାମରେ ପଇସା ଖର୍ଚ୍ଚ କରିପାରନ୍ତି। ଅର୍ଥଶାସ୍ତ୍ର ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।

କୁମ୍ଭ:ନିଜ କାମରେ ଆଗକୁ ବଢ଼ିବା ଲାଗି ଭଲ ସମୟ। ପରିଶ୍ରମ ଫଳ ନିଶ୍ଚୟ ପାଇବେ। ନିବେଶ ବିଷୟରେ ଆପଣଙ୍କ ଘରର ବଡ଼ଙ୍କଠାରୁ ନୂଆ ପରାମର୍ଶ ପାଇବେ। ଅଫିସ୍‌ରେ କିଛି ଅଯଥା ବିବାଦ ହୋଇପାରେ। ଅଧିକାରୀମାନଙ୍କ ସହିତ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ମହିଳାମାନେ ଅସହାୟ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ପରିବାରକୁ ଯୋଡ଼ି ରଖିବା ଲାଗି ଭୂମିକା ନିର୍ବାହ କରିବେ। ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ ରହିବ। ଶରୀର ସୁସ୍ଥ ରହିବ।

ମୀନ :ମନରେ ନୂଆ ନୂଆ ବିଚାର ଆସିବ। ଆପଣ ଯେତେ ଖଟିବେ ଆଗାମୀ ଦିନରେ ସେତେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। ଅଫିସ୍‌ରେ କାମର ବୋଝ ବଢ଼ିପାରେ। କୌଣସି ବି କଥାରେ ତୁରନ୍ତ ପ୍ରତିକ୍ରିୟା ଦିଅନ୍ତୁ ନାହିଁ। ଶାନ୍ତିରେ କାମ କରନ୍ତୁ ଭଲ ହେବ। ରାଜନୀତିକ ନେତା ବିଦେଶ ଯିବାର ସମ୍ଭାବନା ଅଛି। ନୂଆ ଗାଡ଼ି କିଣିବାର ଆଶା ପୂରଣ ହୋଇଯିବ। ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ। ଝିଅର ସଫଳତାରେ ଘରେ ଖୁସିର ବାତାବରଣ ସୃଷ୍ଟି ହେବ। ବିଦ୍ୟାର୍ଥୀ ପରୀକ୍ଷାରେ ଭଲ ପରିଣାମ ପାଇବେ।