ମେଷ:ପରିସ୍ଥିତି ଆପଣଙ୍କ ଲାଗି ଅନୁକୂଳ। ଏଭଳି ଲୋକଙ୍କ ସହିତ ସାକ୍ଷାତ ହେବ ଯିଏକି ଭବିଷ୍ୟତରେ ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବେ। କୌଣସି କାମରେ ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷାନିରୀକ୍ଷା କରି ନିଅନ୍ତୁ। ଚାକିରିଜୀବୀ ଅଧିକ କାର୍ଯ୍ୟଭାର ବହନ କରିବା ଯୋଗୁଁ ଅଫିସ୍‌ରେ ଅଧିକ ସମୟ ରହିବାକୁ ପଡ଼ିବ। ରାଜନୀତିକ ଲୋକ ଅସହାୟଙ୍କୁ ସହାୟତା କରିବାକୁ ଆଗେଇ ଆସି‌ବେ। ଘର ପରିବେଶରେ ପ୍ରସନ୍ନତା ବଜାୟ ରହିବ।

Advertisment

ବୃଷ:ଶକ୍ତିର ସ୍ତର ଭଲ ରହିବ। ଆୟ ଉତ୍ସ ବୃଦ୍ଧି ହେବାର ଯୋଗ ଅଛି। ସରକାରୀ ଚାକିରିଆଙ୍କ ପାଇଁ ସମୟ ଠିକ୍ ରହିବ। ନିଜର ବାଣୀ ଉପରେ ସଂଯମ ରଖିବାର ଆବଶ୍ୟକତା ଅଛି। କୋର୍ଟକଚେରି ମାମଲାଠାରୁ ଦୂରେଇ ରହନ୍ତୁ। କୌଣସି ମନ୍ଦିରରେ ଦାନପୁଣ୍ୟର ଜିନିଷ ବାଣ୍ଟିବେ। ଘରେ ସୁଖଶାନ୍ତିର ପରିବେଶ ରହିବ। ବନ୍ଧୁ ସହିତ ଥଟ୍ଟାମଜା ଓ ମନୋରଞ୍ଜନର ମଉକା ପାଇବେ। ପ୍ରଯୁକ୍ତିବିଦ୍ୟା ଛାତ୍ରୀଙ୍କ ଲାଗି ସମୟ ଭଲ।

ମିଥୁନ :ବଡ଼ଙ୍କ ସହଯୋଗ ଆପଣଙ୍କ କ୍ୟାରିୟର୍‌କୁ ଆଗକୁ ବଢ଼ାଇବ। ବିଦେଶ ଯିବାର ଯୋଗ ଅଛି। ବେପାର ଉଦ୍ୟୋଗରେ ପ୍ରଗତି ପାଇଁ ଅର୍ଥନୈତିକ ଯୋଜନା କରିବେ। ଅଫିସ୍‌ରେ କାର୍ଯ୍ୟଭାର ଅଧିକ ହେବା ଯୋଗୁଁ ଅଧିକ ସମୟ ପର୍ଯ୍ୟନ୍ତ କାମ କରିବେ। କଳା ସାହିତ୍ୟ ଲୋକ ନିଜ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ପୂରା ମଉକା ପାଇବେ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ। ଛାତ୍ରଛାତ୍ରୀ ଯୋଗ୍ୟତାରୁ କୌଣସି ମହତ୍ତ୍ବପୂର୍ଣ୍ଣ ଉପଲବ୍ଧି ପାଇବେ।

କର୍କଟ:ସକାରାତ୍ମକ ବିଚାରଧାରା ଥିବା ଲୋକଙ୍କ ସହିତ ସମୟ ଅତିବାହିତ କରିବାର ଅବସର ପାଇବେ। ଆପଣଙ୍କ ମନରେ ଅଧିକ ଉପାର୍ଜନ କରିବାର ବିଚାର ଆସିବ। ଧୈର୍ଯ୍ୟଧରି କାମ କଲେ ଲାଭ ପାଇବେ। ଚାକିରିରେ ଆପଣଙ୍କର କୌଣସି କାମ ପାଇଁ ପ୍ରଶଂସା ପାଇବେ। ବରିଷ୍ଠ ଲୋକ ନିରାପଦ ଭବିଷ୍ୟତ ଲାଗି ନୂଆ ଯୋଜନା କରିପାରନ୍ତି। ଲେଖକ ନୂଆ କାହାଣୀ ଲେଖିବେ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତ୍ବ ସମାପ୍ତ ହେବ। ପୁରୁଣା ବନ୍ଧୁ ସହିତ ମିଶିବା ପାଇଁ ମନ ବଳାଇବେ।

ସିଂହ :କଠିନ ପରିଶ୍ରମ ଫଳଦାୟୀ ସାବ୍ୟସ୍ତ ହେବ। ଯେଉଁ ମହିଳାମାନେ ଘରେ ବ୍ୟବସାୟ କରିବାକୁ ଭାବୁଛନ୍ତି ସେମାନଙ୍କ ଆଶା ପୂରଣ ହେବ। ଚାକିରି ବଦଳାଇବାକୁ ଚାହୁଥିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଭଲ କଂପାନିରେ ସାକ୍ଷାତ୍‌କାର ପାଇଁ ଡା‌କରା ପାଇବେ। ଜମି ସଂପର୍କିତ ଅଟକିଥିବା ମାମଲା ପୂରା ହୋଇଯିବ। ଯଦି ଆପଣ କାହାରିକୁ ପସନ୍ଦ କରୁଛନ୍ତି ତେବେ ତାଙ୍କୁ ମନର କଥା କହିବା ପାଇଁ ସମୟ ଭଲ। ବିଦ୍ୟାର୍ଥୀ ଖୁବ୍ ମନ ଲଗାଇ ପଢ଼ିବେ।

ତୁଳା :ସମୟ ଆପଣଙ୍କ ଲାଗି ଉତ୍ତମ। କ୍ୟାରିୟର୍‌ ସହିତ ଜଡ଼ିତ କୌଣସି ସୁଯୋଗ ପାଇବେ। ନୂଆ କାର୍ଯ୍ୟରେ ନିବେଶ କରିପାରନ୍ତି। ସରକାରୀ ଚାକିରିଆଙ୍କ ଲାଗି ସମୟ ଭଲ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମକୁ ନେଇ ପ୍ରଶଂସା କରିବେ। ଓକିଲଙ୍କର କୌଣସି ଗ୍ରାହକଙ୍କଠାରୁ ଭଲ ଧନଲାଭ ହେବ। ପରିବାରରେ ସବୁ ଲୋକ ଆପଣଙ୍କ କାମରେ ପ୍ରସନ୍ନ ରହିବେ। ବନ୍ଧୁ ସହିତ ବିଦେଶ ଯିବାର ଯୋଜନା କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଭଲ ପରିଣାମ ପାଇବେ।

ବିଛା :ଆପଣଙ୍କ ଭିତରେ ନୂଆ ଆଶା ଓ ଖୁସି ବଢ଼ିବ। କୌଣସି ବଡ଼ କାମ କରିବା ପୂର୍ବରୁ ଉଭୟ ସକାରାତ୍ମକ ଓ ନକାରାତ୍ମକ ଦିଗ ଉପରେ ବିଚାର କରନ୍ତୁ। ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ। ଏଇ ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଭବିଷ୍ୟତରେ ଆସିବାକୁ ଥିବା ଅଶାନ୍ତିରୁ ରକ୍ଷା ପାଇଯିବେ। ଫିଲ୍ମ ଜଗତରେ ଥିବା ବ୍ୟକ୍ତିମାନେ ବଡ଼ ପ୍ରୋଜେକ୍ଟରେ କାମ ପାଇବେ।

ଧନୁ :ବେପାର ଉଦ୍ୟୋଗରେ ପ୍ରଗତି ଲାଗି ସମୟ ଅନୁକୂଳ। ଟଙ୍କାପଇସା ସଂପର୍କିତ ବଡ଼ ନିଷ୍ପତ୍ତି ଭବିଚିନ୍ତି ନିଅନ୍ତୁ। ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିପାରେ। ବରିଷ୍ଠଙ୍କ ସହିତ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭଲ କଂପାନିରୁ ଚାକିରିର ଖବର ଆସିପାରେ। କୌଣସି ମୋଟର ଗାଡ଼ି କିଣିବାର ଇଚ୍ଛା ପୂରା ହେବ। ପୂର୍ବରୁ ପରିବାରରେ ଲାଗି ରହିଥିବା ମତଭେଦ ଦୂର ହେବ।

ମକର :ଆପଣଙ୍କ ଶକ୍ତିକୁ ଭଲ କାମରେ ଲଗାଇ ପାରନ୍ତି। କିଛି ନୂଆ ଲୋକଙ୍କ ସହିତ ସଂପର୍କ ଯୋଡ଼ିପାରନ୍ତି। ଅନ୍‌ଲାଇନ୍‌ ବେପାରୀଙ୍କର ଭାଗ୍ୟ ଉଜ୍ଜ୍ବଳ। ବ୍ୟାଙ୍କ୍‌ ବାଲାନ୍‌ସ୍‌ ବୃଦ୍ଧି ହେବ। ଗୃହ ସଂପତ୍ତି କଣିବା ପାଇଁ ମନସ୍ଥ କରିବେ। ଅଫିସ୍‌ରେ ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ଚାକିରି ଖୋଜୁଥିବା ଲୋକ ଭଲ ଚାକିରି ପାଇବେ। ବୈବାହିକ ଜୀବନ ସୁଖମୟ ରହିବ। ଭାଇଭଉଣୀଙ୍କ ସହିତ ଖୁବ୍ ମନୋରଞ୍ଜନ କରିବାର ଅବସର ପାଇବେ।

କୁମ୍ଭ:ପ୍ରତିଟି କ୍ଷେତ୍ରରେ ଭାଗ୍ୟର ପୂରା ସହଯୋଗ ପାଇବେ। ଆପଣଙ୍କ କାମରେ ଆପଣଙ୍କର ଆତ୍ମବିଶ୍ବାସର ଝଲକ ଦେଖାଦେବ। ବେପାର ଆଗକୁ ବଢ଼ାଇବା ପାଇଁ ନୂଆ ଅବସର ପାଇବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଉପରେ ଅଧିକାରୀ ପ୍ରସନ୍ନ ରହିବେ। ବେକାର ଯୁବକଯୁବତୀ ରାଜନୀତିରେ ଅଧିକ ରୁଚି ରଖିବେ। କବି ଲୋକଙ୍କ ମନରେ କୌଣସି କାହାଣୀ ଲେଖିବାର ବିଚାର ଆସିବ। ପାରିବାରିକ ସମ୍ବନ୍ଧରେ ମଧୁରତା ବଜାୟ ରହିବ।

ମୀନ :ପରିଶ୍ରମ ବଳରେ ପ୍ରସଦ୍ଧି ବଢ଼ାଇବେ। ଯେଉଁମାନେ ପୈତୃକ ବ୍ୟବସାୟ କରୁଛନ୍ତି ସେମାନେ ବେପାରରେ କିଛି ପରିବର୍ତ୍ତନ ଆଣିବା ପାଇଁ ବଡ଼ଭାଇଙ୍କ ସହିତ କଥା ହେବେ। ଅଫିସ୍‌ରେ ବାତାବରଣ ଅଲଗା ରହିବା ଯୋଗୁଁ ଆପଣ ଟିକେ ବ୍ୟସ୍ତ ଓ ଚଞ୍ଚଳ ରହିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବଡ଼ ନେତାଙ୍କ ସହିତ ମିଶିବାର ଅବସର ପାଇବେ। ଘରେ ସୁଖଦ ଓ ଭଲ ପରିବେଶ ରହିବ। ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ଉତ୍ସାହିତ ରହିବେ।