ମେଷ:ନକାରାତ୍ମକ ବିଚାରଠାରୁ ଦୂରେଇ ରହନ୍ତୁ। ଆପଣଙ୍କ କଥାରେ ଯେପରି କାହାରିକୁ କଷ୍ଟ ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଧୈର୍ଯ୍ୟଧରି ଯେଉଁ କାମ କରିବେ ସେଥିରେ ସଫଳ ହେବେ। ଅଫିସ୍ରେ ପଦୋନ୍ନତି ହେବାର ଖୁସି ଖବର ପାଇବେ। ମହିଳାଙ୍କ ଲାଗି ସମୟ ଅନୁକୂଳ। କଳାକ୍ଷେତ୍ରରେ ଥିବା ଲୋକ ନୂଆ ଯୋଜନା କରିବେ। ପରିବାରରେ ହର୍ଷ ଉଲ୍ଲାସ ରହିବ। ଜୀବନସାଥୀ ସହିତ ଭାବନାତ୍ମକ ସମ୍ବନ୍ଧ ଆହୁରି ମଜଭୁତ ହେବ।
ବୃଷ:ଆପଣଙ୍କ ଉପରେ ଭଗବାନଙ୍କର କୃପା ରହିବ। ମିଡିଆ ଓ ଅନ୍ଲାଇନ୍ କାମ କରୁଥିବା ବ୍ୟବସାୟୀଙ୍କର ଫାଇଦା ହେବ। ଜମି ବ୍ୟବସାୟୀଙ୍କ ଲାଗି ଲାଭଦାୟକ ସ୍ଥିତି ଅଛି। ସରକାରୀ କାର୍ଯ୍ୟରତ ଲୋକ ବିଶେଷ କାର୍ଯ୍ୟଭାର ଗ୍ରହଣ କରିବେ। ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଭଲ ଚାକିର ମିଳିବା ଯୋଗ ଅଛି। ଓକିଲବର୍ଗଙ୍କ ଲାଗି ସମୟ ଉତ୍ତମ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ସପକ୍ଷରେ ଯିବ।
ମିଥୁନ :ଆପଣଙ୍କ ଉପରେ ଲୋକଙ୍କ ନକାରାତ୍ମକତାର ପ୍ରାଧାନ୍ୟ ବିସ୍ତାର କରାଇ ଦିଅନ୍ତୁନାହିଁ। କାରବାରରେ କିଛି ସମସ୍ୟା ଆସିପାରେ। କିନ୍ତୁ ସାଥୀ ଓ ସହକର୍ମୀଙ୍କ ମାଧ୍ୟମରେ ସମସ୍ୟାର ସମାଧାନ ହୋଇଯିବ। ଅଫିସ୍ରେ ବାକିଥିବା କାମ ପୂରା କରିବା ଲାଗି ଉଚିତ ସମୟ। କୋର୍ଟକଚେରି ମାମଲାରେ ଚିନ୍ତା ଓ ଖର୍ଚ୍ଚ ବଢ଼ିପାରେ। ଜୀବନସାଥୀ ସହିତ କୌଣସି କଥାକୁ ନେଇ ତର୍କବିତର୍କ ହୋଇପାରେ। ମଉଜ ମଜଲିସ୍ ପାଇଁ ଭଲ ଅବସର ପାଇବେ।
କର୍କଟ:ଆପଣଙ୍କ ମନରେ ଶୁଭ ବିଚାର ଉଦୟ ହେବ। କୌଣସି ବଡ଼ ମାମଲାରେ ବୁଝାମଣା ଓ ସହଯୋଗ ପାଇଁ ପ୍ରସ୍ତୁତ ରହିବେ। ବେପାର କାମରେ ଅନ୍ୟ ରାଜ୍ୟକୁ ଯିବେ। ନିବେଶ କରିବା ପୂର୍ବରୁ ବଡ଼ଙ୍କଠାରୁ ମତ ନିଅନ୍ତୁ। ଅଫିସ୍ରେ ଆପଣଙ୍କର ଭାବମୂର୍ତ୍ତି ଆହୁରି ଭଲ କରିବାକୁ ଚେଷ୍ଟା କରନ୍ତୁ। ସାମାଜିକ ଓ ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନସମ୍ମାନ ବଢ଼ିବ। ଯୁବବର୍ଗ ବ୍ୟର୍ଥ କାର୍ଯ୍ୟରେ ସମୟ ନଷ୍ଟ କରନ୍ତୁନାହିଁ।
ସିଂହ :କୌଣସି ବିଷୟରେ ଲାଗି ରହିଥିବା ବାଧା ଦୂର ହୋଇଯିବ। କିଛି ନୂଆ ଶିଖିବାର ଅବସର ପାଇବେ। ପୁଞ୍ଜି ବଜାରରେ ନିବେଶ ପୂର୍ବରୁ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ବ୍ୟବସାୟରେ ବହୁତ ଅଧିକ ଦାୟିତ୍ବ ଓ କାମର ବୋଝ ରହିବ। ସଫ୍ଟୱେର୍ ଇଂଜିନିୟର୍ ନିଜ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ନୂଆ ଯୋଜନାରେ କାମ କରି ଭଲ ଫଳ ପାଇବେ। ସରକାରୀ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
କନ୍ୟା:ଆପଣଙ୍କ ସକାରାତ୍ମକ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ବ୍ୟବସାୟରେ ବିପଜ୍ଜନକ ଡିଲ୍ କରିବାରୁ ନିବୃତ୍ତ ରହନ୍ତୁ। ଅଫିସ୍ରେ କାମର ବୋଝ ଅଧିକ ରହିବ। କାମ ଅଳ୍ପ କରନ୍ତୁ କିନ୍ତୁ ଗୁଣବତ୍ତା ବଜାୟ ରଖନ୍ତୁ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ଖୁସି ଖବର ପାଇବେ। ଆପଣଙ୍କ କାବ୍ୟକୁ ଲୋକ ଖୁବ୍ ପ୍ରଶଂସା କରିବେ। ଲାଗି ରହିଥିବା କୌଣସି ପ୍ରକାର ଆଇନଗତ ସମସ୍ୟାର ସମାଧାନ ପାଇପାରନ୍ତି।
ତୁଳା :ଆପଣଙ୍କ ସ୍ବଭାବରେ ସକାରାତ୍ମକ ପରିବର୍ତ୍ତନ ଆସିବ। ସବୁ ପ୍ରଯତ୍ନରେ ସଫଳ ହେବେ। କାରବାରରେ ବିକ୍ରି ବଢ଼ିବ, ଭଲ ଆୟ ହେବ। ଅଫିସ୍ରେ କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ସରକାରୀ ବା କୋର୍ଟ ସମ୍ବନ୍ଧୀୟ କୌଣସି ମାମଲା ଅଟକିଥିଲେ ସେଥିରେ ସଫଳତା ପାଇବେ। କବିଙ୍କ ଲାଗି ସମୟ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହୋଇପାରେ। ପରିବାର ସହିତ ମନୋରଞ୍ଜନ ପାଇଁ ଦୂରସ୍ଥାନକୁ ଯିବାର ଯୋଜନା ପ୍ରସ୍ତୁତ କରିପାରନ୍ତି।
ବିଛା :ଜୀବନରେ ନକାରାତ୍ମକତା ଦୂର ହେବ। ମାଟି, ବାଲି ବ୍ୟବସାୟୀଙ୍କର ଭଲ ଲାଭ ହେବ। ଅଫିସ୍ରେ ନୂଆ ଦାୟିତ୍ବ ପାଇବେ। କାମର ଗୁଣବତ୍ତାକୁ ଆହୁରି ଅଧିକ ଭଲ କରିବେ। ଆବଶ୍ୟକତା ଠାରୁ କାହାରିକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ନୂଆ ଜମି ବାବଦ ଟଙ୍କା ଦେବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରନ୍ତୁ। ଘରର ସୁଖସୁବିଧା ସଂପର୍କିତ ଆବଶ୍ୟକତା ପୂରା କରିବା ପାଇଁ ବିଶେଷ ପ୍ରୟାସ କରିବେ। ସନ୍ତାନର ଉନ୍ନତିରେ ଖୁସି ରହିବେ।
ଧନୁ :ନକାରାତ୍ମକ ବିଚାର ଉପରେ କାବୁ ରଖିବା ପ୍ରୟାସରେ ସଫଳ ହେବେ। ବେପାର ଆଗକୁ ବଢ଼ାଇବା ପାଇଁ ଏଭଳି ଯୋଜନା କରିବେ ଯାହାଦ୍ବରା ଆପଣଙ୍କର ଲାଭ ହେବ। ଟଙ୍କାପଇସା ନେବାଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବୟସାଧିକ ବ୍ୟକ୍ତିମାନେ ଅଧିକ ସମୟ ଧାର୍ମିକ ଓ ଆଧ୍ୟାତ୍ମିକ ଗତିବିଧିରେ ବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନ ରୋଚକ ଓ ସୁଖମୟ ରହିବ।
ମକର :ଜୀବନରେ ସକାରାତ୍ମକତା ବଜାୟ ରହିବ। ଉତ୍ତମ ବ୍ୟବହାର ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। କାମ ପ୍ରତି ଏକାଗ୍ରତା ଓ ନିଷ୍ଠା ବଢ଼ିବ। ଅଧୁରା ଥିବା ଯୋଜନା ପୁଣି ଆରମ୍ଭ ହୋଇଯିବ। ବେପାରରେ ପୂର୍ବ ଅପେକ୍ଷା ସ୍ଥିତି ଭଲ ହେବ। ଧାର ଦେଇଥିବା ଟଙ୍କାପଇସା ପାଇବେ। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଲୋକ ନୂଆ ପ୍ରୋଜେକ୍ଟରେ କାମ କରିବେ। କିଛି ଲୋକ ଆପଣଙ୍କୁ ଭାବନାତ୍ମକ ରୂପେ ଦୁର୍ବଳ କରିବା ପାଇଁ ମିଥ୍ୟାପବାଦ ପ୍ରଚାର କରିବେ।
କୁମ୍ଭ:ଅଧିକାରୀ ଓ ସମ୍ମାନିତ ବ୍ୟକ୍ତିଙ୍କ ସହିତ ସୁସଂପର୍କ ରଖନ୍ତୁ, ବ୍ୟବସାୟ ପାଇଁ ଲାଭପ୍ରଦ ହେବ। ନିବେଶ ବିଷୟରେ ନୂଆ ପରାମର୍ଶ ପାଇପାରନ୍ତି। ଅଫିସ୍ରେ ଅଧିକ ସମୟ କାମ କରିବାକୁ ପଡ଼ିପାରେ। ଶାନ୍ତ ମନରେ କାମ କରନ୍ତୁ, କ୍ରୋଧ କଲେ କାମ ଭୁଲ୍ ହୋଇପାରେ। କଳା ଓ ଅଭିନୟ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ଲାଗି ସମୟ ମହତ୍ତ୍ବପୂର୍ଣ୍ଣ ରହିବ। ଖର୍ଚ୍ଚ ନେଇ ଚିନ୍ତା ବଢ଼ିପାରେ। ଜୀବନସାଥୀ ସହିତ କୌଣସି ଧର୍ମକ୍ଷେତ୍ରକୁ ଯିବା ପାଇଁ ଯୋଜନା କରିପାରନ୍ତି।
ମୀନ :ଜୀବନରେ ଆଗକୁ ବଢ଼ିବା ପାଇଁ ସମୟ ବହୁତ ଭଲ। ଆର୍ଥିକ ମାମଲାରେ କୌଣସି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେବେ। ଜମି ବ୍ୟବସାୟୀଙ୍କର ଅଟକିଥିବା ଡିଲ୍ ଫାଇନାଲ୍ ହେବ। ଶିକ୍ଷାକ୍ଷେତ୍ରରେ ଆପଣଙ୍କର କୌଣସି ମନୋକାମନା ପୂରଣ ହେବ। ସଫ୍ଟୱେର୍ ଇଂଜିନିୟର କୌଣସି ବଡ଼ କଂପାନିରେ ଚାକିରି ପାଇପାରନ୍ତି। କୃଷିକ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।