ମେଷ:ଭାବନାରେ ସକାରାତ୍ମକ ପରିବର୍ତ୍ତନ ଆସିବ ଯାହା ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ଦୂରସ୍ଥାନକୁ ଯିବାର ଯୋଜନା କରିବେ। ଭଲ ଜାଗାରେ ନିବେଶ କରିପାରନ୍ତି। ଚାକିରିଜୀବୀଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ଅଧିକାରୀଙ୍କ ସହିତ ବ୍ୟବହାର ଭଲ ରହିବ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି ଭଲ କଂପାନିରେ ସାକ୍ଷାତ୍କାର ଲାଗି ଡାକରା ଆସିବ। ମହିଳାମାନେ ସୁନାଅଳଙ୍କାର କିଣିବା ଲାଗି ଚିନ୍ତାକରିବେ।
ବୃଷ:ଆପଣଙ୍କ ଉପରେ ଅତ୍ୟଧିକ ଦାୟିତ୍ବ ପଡ଼ିପାରେ। ଧୈର୍ଯ୍ୟଧରି ଗୋଟେ ପରେ ଗୋଟେ ତୁଲାଇବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ଭଲ ରହିବ। କର୍ତ୍ତୃପକ୍ଷ ଆପଣଙ୍କୁ କିଛି ନୂଆ ଦାୟିତ୍ବ ପ୍ରଦାନ କରିବେ। କୋର୍ଟକଚେରିର ଫଏସଲା ଆପଣଙ୍କ ସପକ୍ଷରେ ଯିବ। ଘରେ ସୁଖଦ ବାତାବରଣ ରହିବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ ଦେବେ। ବିଦ୍ୟାର୍ଥୀ ଖୁବ୍ ମନ ଲଗାଇ ପଢ଼ିବେ।
ମିଥୁନ :ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସେୟାର୍ କିଣିବେ ବା ନୂଆ କାରବାରରେ ପୁଞ୍ଜି ନିବେଶ ପାଇଁ ବିଚାର କରିବେ। ଅଫିସ୍ରେ ସଚ୍ଚୋଟତା ପାଇଁ କର୍ତ୍ତୃପକ୍ଷ ଆପଣଙ୍କ ଦରମା ବଢ଼ାଇବେ। ଚାକିରି ପାଇଁ ସାକ୍ଷାତ୍କାର ଦେଇଥିବା ବ୍ୟକ୍ତିଙ୍କୁ ଭଲ ଉଦ୍ୟୋଗରୁ ଫୋନ୍ ଆସିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମ୍ମାନ ପାଇବେ। ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ। ଦାମ୍ପତ୍ୟ ଜୀବନରେ ଜଣେ ଅନ୍ୟଜଣଙ୍କ ପ୍ରତି ସମ୍ମାନ ଭାବ ବଜାୟ ରଖନ୍ତୁ।
କର୍କଟ:ସମୟ ଆପଣଙ୍କ ଲାଗି ବହୁତ ଅନୁକୂଳ। ସଫଳତାର ପାହାଚ ଚଢ଼ିବେ। ଆପଣ ଯଦି କେଉଁଠି ନିବେଶ କରିବାକୁ ଚାହୁଛନ୍ତି ତେବେ ଭଲଭାବେ ପରୀକ୍ଷାନିରୀକ୍ଷା କରି ନିଅନ୍ତୁ। ଇଂଜିନିୟର୍ଙ୍କୁ ଭଲ ଜାଗାରେ ଚାକିରି ମିଳିପାରେ। ରାଜନୀତି ଓ ଜନକଲ୍ୟାଣ କାର୍ଯ୍ୟ କରୁଥିବା ଲୋକଙ୍କ ଲାଗି ସମୟ ଭଲ। କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ହେବ।
ସିଂହ :ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ। ବେପାର ଉଦ୍ୟୋଗରେ ଠିକ୍ ସମୟରେ ସଠିକ୍ ନିର୍ଣ୍ଣୟ ନେବେ। ସେୟାର୍ ବା ନୂଆ ସଂପତ୍ତି କିଣିବା ଲାଗି ସମୟ ଶୁଭ। କର୍ମଜୀବୀ ମହିଳାଙ୍କର ଅଫିସ୍ରେ ସମୟ ଭଲରେ କଟିବ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କର ଉନ୍ନତି ହେବ। ଶତ୍ରୁ ହାନି ପହଞ୍ଚାଇବାକୁ ଚେଷ୍ଟା କରିବେ, ହେଲେ ଆପଣ ସମ୍ଭାଳି ନେବେ। ପରିବାରରେ କାହାରି ବିବାହ ତାରିଖ ଫାଇନାଲ୍ ହୋଇପାରେ।
କନ୍ୟା:ସମୟର ଅନୁକୂଳ ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ। ଯେଉଁ ଯୋଜନା କରିବେ ଭବିଷ୍ୟତରେ ସେଥିରୁ ଯଥେଷ୍ଟ ଲାଭ ପାଇବେ। ଅର୍ଡର୍ ସପ୍ଲାୟର୍ସ ଭଲ ଗ୍ରାହକ ପାଇପାରନ୍ତି। ଚାକିରିରେ ପରିବର୍ତ୍ତନ ହୋଇପାରେ। ଶିକ୍ଷାକ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ। ନେତାଙ୍କ ଲାଗି ସମୟ ଭଲ। ଶତ୍ରୁ ଆପଣଙ୍କ ପ୍ରଭାବରେ ଦବି ରହିବେ। ପାରିବାରିକ ଜୀବନ ସୁଖକର ହେବ। କାର୍ଯ୍ୟ ବ୍ୟସ୍ତତା ସତ୍ତ୍ବେ ବନ୍ଧୁ ସହିତ ମଉଜମସ୍ତି କରିବା ପାଇଁ ସମୟ ବାହର କରିନେବେ।
ତୁଳା :ଘରର ବୟସ୍କଙ୍କ ଠାରୁ ଧନ ପାଇବେ। ବ୍ୟବସାୟ ବଢ଼ାଇବା ପାଇଁ ଭଲ ମଉକା ଅଛି। ପୂର୍ବରୁ ଯେଉଁ ଲୋକଙ୍କୁ ସାହାଯ୍ୟ କରିଥିଲେ ସେ ଏବେ କାମରେ ଆସିବେ। ଅଫିସ୍ କାମରେ ତଳିଆ କର୍ମଚାରୀଙ୍କର ସହଯୋଗ ପାଇବେ। ଲେଖକଙ୍କ ଲାଗି ସମୟ ଭଲ। ନୂଆ ରଚନା ଶୁଭାରମ୍ଭ କରିପାରନ୍ତି। କୋର୍ଟକଚେରି ମାମଲାରେ ସଫଳତା ପାଇବେ। ପୁଅଙ୍କୁ ସଫଳତା ମିଳିବା ଯୋଗୁଁ ଘରେ ଖୁସିର ବାତାବରଣ ରହିବ। ବନ୍ଧୁ ସହିତ ସମ୍ବନ୍ଧ ପୂର୍ବାପେକ୍ଷା ଭଲ ହେବ।
ବିଛା :ଅକାରଣରେ ଆରମ୍ଭ ହୋଇଥିବା ବାଧା ସମାପ୍ତ ହୋଇଯିବ। ଲୋକେ ଆପଣଙ୍କ ବ୍ୟକ୍ତିତ୍ବରେ ଖୁସି ରହିବେ। ଅଳଙ୍କାର ଡିଜାଇନ୍ କରୁଥିବା ଲୋକ ସଫଳହେବେ। କୌଣସି କାମରେ ପୁଞ୍ଜି ଲଗାଇବା ପୂର୍ବରୁ ଭଲଭାବେ ପରୀକ୍ଷାନିରୀକ୍ଷା କରିନିଅନ୍ତୁ। ଅଫିସ୍ରେ ଅନେକ ପ୍ରକାର କାମ ଗ୍ରହଣ କରିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ଜୀବନରେ ଉତ୍ସାହର ମାହୋଲ ରହିବ।
ଧନୁ :ସମୟ ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ପୈତୃକ ବ୍ୟବସାୟ କରୁଥିବା ଲୋକ କିଛି ପରିବର୍ତ୍ତନ ଆଣିବା ଲାଗି ବଡ଼ଭାଇଙ୍କ ସହିତ କଥା ହେବେ। ସଂପତ୍ତି ସଉଦା ତରବରରେ କରନ୍ତୁନାହିଁ। କୌଣସି କାମରେ ବିଦେଶ ଯିବାର ସୁଯୋଗ ଆସିବ। ବିରୋଧୀ ଅଫିସ୍ କାମରେ ଆପଣଙ୍କୁ ମତ ମାଗିବେ। ରାଜନୀତିକ ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ଭଜନକୀର୍ତ୍ତନରେ ସପରିବାର ସମ୍ମିଳିତ ହେବେ। ମାନସିକ ଅଶାନ୍ତି ଦୂର କରିବା ପାଇଁ ଉପାୟ ପାଇବେ।
ମକର :ନିଜର ଧୀଶକ୍ତି ବଳରେ ସବୁ କାମ ସମ୍ଭାଳି ନେବେ। ବେପାରରେ ବେଗ ବଢ଼ିବ। ଭଲ ଧନଲାଭ ହେବ। ନିବେଶ ମାମଲାରେ ନୂଆ ପରାମର୍ଶ ପାଇବେ। ବିଦେଶ ଯିବା ସ୍ବପ୍ନ ପୂରା ହୋଇପାରେ। କାର୍ଯ୍ୟଭାର ଯୋଗୁଁ ଅଫିସ୍ରେ ଅଧିକ ସମୟ ରହିବାକୁ ହେବ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ। କୋର୍ଟକଚେରି ମାମଲାରେ ଓକିଲଙ୍କ ପରାମର୍ଶ ନିଅନ୍ତୁ। ନୂଆ ଗାଡ଼ି କିଣିବା ଆଶା ପୂରଣ ହେବ। ନବ ବିବାହିତ କୌଣସି ଭଲ ଜାଗାକୁ ଭ୍ରମଣରେ ଯିବେ।
କୁମ୍ଭ:ସମୟ ଆପଣଙ୍କ ପକ୍ଷରେ ଥିବାରୁ କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ପଛଘୁଞ୍ଚା ଦେବେ ନାହିଁ। ଭବନ ବା ଜମିରେ ନିବେଶ ପାଇଁ ମନ ବଳାଇବେ। ଅଫିସ୍ରେ ସାବଧାନ ରହି କାମ କରିବାର ଆବଶ୍ୟକତା ରହିଛି। ସହକର୍ମୀଙ୍କ ସହିତ ତର୍କବତିର୍କ ହୋଇପାରେ। ରାଜନୀତିକ ନେତାଙ୍କ କଥା ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇବ। କୌଣସ ମନ୍ଦିରରେ ଦାନପୁଣ୍ୟ ଜିନିଷ ବାଣ୍ଟିବେ। ଘରେ ଲାଗି ରହିଥିବା ବିବାହ ସମସ୍ୟାର ସମାଧାନ ହେବ।
ମୀନ :ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। କୌଣସି ବିଶେଷ ମାମଲାକୁ ନେଇ ଆପଣଙ୍କ ଚିନ୍ତା ବଦଳିପାରେ। ବେପାର ବଢ଼ାଇବା ପାଇଁ କୌଣସି ବଡ଼ କଂପାନି ସହିତ ଆଲୋଚନା କରିବେ। ଅଫିସ୍ରେ ଆପଣଙ୍କ ସାଥିରେ କାମ କରୁଥିବା ଲୋକଙ୍କର ପ୍ରଶଂସା କରନ୍ତୁ ଲାଭ ହେବ। ବିଦେଶ ଯିବାର ଯୋଗ ଅଛି। କୌଣସି ବଡ଼ କଂପାନିରେ ଚାକିରିର ସୁଯୋଗ ଆସିବ। ରାଜନୀତିରେ ଆର୍ଥିକ ଲାଭ ହେବ। ପ୍ରେମିକ ପ୍ରେମିକା ଘର ଲୋକଙ୍କୁ ନିଜ ସମ୍ବନ୍ଧର କଥା କହିବେ।