ମେଷ:ରବି ଓ ସୋମବାର କାର୍ଯ୍ୟ ବ୍ୟସ୍ତତାରେ ସମୟ ବିତିବ। ମଙ୍ଗଳ ଓ ବୁଧବାର ଶିକ୍ଷା ଓ କଳା ସହ ସମ୍ବନ୍ଧିତ କାର୍ଯ୍ୟରେ ପ୍ରଗତି ହେବ। ଗୁରୁ, ଶୁକ୍ର ଓ ଶନିବାର ପ୍ରତିଯୋଗିତାରେ ଅଗ୍ରଣୀ ରହିବେ।

Advertisment

ବୃଷ:ରବି ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ଭାବିଚିନ୍ତ କାମ କରନ୍ତୁ, ଲାଭ ପାଇବେ। ମଙ୍ଗଳ ଓ ବୁଧବାର ସୁଖଲାଭ, ସଂପତ୍ତି ବୃଦ୍ଧି। ଗୁରୁ, ଶୁକ୍ର ଓ ଶନିବାର ଭ୍ରମଣ ମନୋରଞ୍ଜନପୂର୍ଣ୍ଣ ରହିବ।

ମିଥୁନ:ରବି ଓ ସୋମବାର ରୋଗ, ଋଣରୁ ମୁକ୍ତି ପାଇବେ। ମଙ୍ଗଳ ଓ ବୁଧବାର ବିଦେଶ ଯିବାର ଯୋଗ ଅଛି। ଗୁରୁ, ଶୁକ୍ର ଓ ଶନିବାର ବାପାମାଆଙ୍କଠାରୁ କୌଣସି ବିଷୟରେ ମତ ନେଇପାରନ୍ତି।

କର୍କଟ:ରବି ଓ ସୋମବାର ନୂଆ କାର୍ଯ୍ୟରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର ଅନାବଶ୍ୟକ ବିବାଦଠାରୁ ଦୂରେଇ ରହନ୍ତୁ। ଗୁରୁ, ଶୁକ୍ର ଓ ଶନିବାର ସାହିତ୍ୟ ଏବଂ ସଙ୍ଗୀତରେ ରୁଚି ବଢ଼ିବ।

ସିଂହ:ରବି ଓ ସୋମବାର ଅଜଣା ବ୍ୟକ୍ତି ଉପରେ ବିଶ୍ବାସ କରନ୍ତୁନାହିଁ। ମଙ୍ଗଳ ଓ ବୁଧବାର ଅଧୀନସ୍ଥ ବ୍ୟକ୍ତିଙ୍କ ଦ୍ବାରା ଲାଭ ପାଇବେ। ଗୁରୁ, ଶୁକ୍ର ଓ ଶନିବାର କୌଣସି ନୂଆ ଚୁକ୍ତିବଦ୍ଧ କାର୍ଯ୍ୟ ହାତକୁ ଆସିବ।

କନ୍ୟା:ରବି ଓ ସୋମବାର ରାଜନୀତିକ ସଂପର୍କରୁ ଲାଭ ପାଇବେ। ମଙ୍ଗଳ ଓ ବୁଧବାର ବିରୋଧୀ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିବେ। ଗୁରୁ, ଶୁକ୍ର ଓ ଶନିବାର ପାରିବାରିକ ସମସ୍ୟାର ସମାଧାନ ହେବ।

ତୁଳା :ରବି ଓ ସୋମବାର ପାରିବାରିକ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିବ। ମଙ୍ଗଳ ଓ ବୁଧବାର ଭାଗ୍ୟର ବିକାଶ ହେବ। ଗୁରୁ, ଶୁକ୍ର ଓ ଶନିବାର ଅତ୍ୟଧିକ ଆତ୍ମବିଶ୍ବାସରୁ ନିବୃତ୍ତ ରହନ୍ତୁ।

ବିଛା :ରବି ଓ ସୋମବାର ପାରିବାରିକ ଜୀବନ ଶାନ୍ତିମୟ ରହିବ। ମଙ୍ଗଳ ଓ ବୁଧବାର ଚାକିରି, ବ୍ୟବସାୟରେ ପ୍ରଗତି ହେବ। ଗୁରୁ, ଶୁକ୍ର ଓ ଶନିବାର ରାଜନୀତିକ ସହଯୋଗ ପାଇବେ।

ଧନୁ :ରବି ଓ ସୋମବାର ମାନସିକ ଅସ୍ଥିରତା ଲାଗି ରହିବ। ମଙ୍ଗଳ ଓ ବୁଧବାର ଚାକିରିରେ ଦରମା ବୃଦ୍ଧି ଯୋଗ ଅଛି। ଗୁରୁ, ଶୁକ୍ର ଓ ଶନିବାର ଅଧିବେଶନରେ ଆପଣଙ୍କ କଥାକୁ ଲୋକ ଧ୍ୟାନଦେଇ ଶୁଣିବେ।

ମକର :ରବି ଓ ସୋମବାର ସରକାରୀ କର୍ମଚାରୀଙ୍କର ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର ପରିଶ୍ରମ ଅନୁପାତରେ ଲାଭ କମ୍ ପାଇବେ। ଗୁରୁ, ଶୁକ୍ର ଓ ଶନିବାର ବୈବାହିକ ଜୀବନ ଆନନ୍ଦମୟ ରହିବ।

କୁମ୍ଭ:ରବି ଓ ସୋମବାର ସାହିତ୍ୟ, କଳା ଓ ସଙ୍ଗୀତ କାର୍ଯ୍ୟକ୍ରମରୁ ଆନନ୍ଦ ପାଇବେ। ମଙ୍ଗଳ ଓ ବୁଧବାର ପାରିବାରିକ ଜୀବନ ସୁଖଦ ରହିବ। ଗୁରୁ, ଶୁକ୍ର ଓ ଶନିବାର ଉଚ୍ଚାଧିକାରୀଙ୍କ ପ୍ରତି ସାବଧାନ ରହନ୍ତୁ।

ମୀନ :ରବି ଓ ସୋମବାର ସଙ୍ଗୀତ ଓ କଳା ସହ ସମ୍ବନ୍ଧିତ କାର୍ଯ୍ୟରେ ପ୍ରଗତି ହେବ। ମଙ୍ଗଳ ଓ ବୁଧବାର ଆଇନଗତ ବିବାଦ ସମାପ୍ତ ହେବ। ଗୁରୁ, ଶୁକ୍ର ଓ ଶନିବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ।