ମେଷ:ରବିବାର ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ସୋମ ଓ ମଙ୍ଗଳବାର ସ୍ଥଗିତ କାର୍ଯ୍ୟରେ ପ୍ରଗତି ହେବ। ବୁଧ, ଗୁରୁ ଓ ଶୁକ୍ରବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ। ଶନିବାର ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ।
ବୃଷ:ରବିବାର ଉତ୍ସାହ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ବୁଧ, ଗୁରୁ ଓ ଶୁକ୍ରବାର ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ। ଶନିବାର ଜୀବନ ପ୍ରତି ଦୃଷ୍ଟିକୋଣ ସକାରାତ୍ମକ ରହିବ।
ମିଥୁନ:ରବିବାର କାର୍ଯ୍ୟରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର ସାହିତ୍ୟ କିମ୍ବା କବିତା ଲେଖି ପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର ବାପାମାଆଙ୍କ ଠାରୁ କୌଣସି ବିଷୟରେ ମତ ନେଇପାରନ୍ତି। ଶନିବାର ଧନଲାଭ ହେବ।
କର୍କଟ:ରବିବାର ସକାରାତ୍ମକତାରେ ଭରି ରହିବେ। ସୋମ ଓ ମଙ୍ଗଳବାର ବ୍ୟବସାୟରେ ନୂଆ ପ୍ରୟୋଗ କରି ସଫଳ ହେବେ। ବୁଧ, ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ଶନିବାର ସୁଖ ସଂପତ୍ତି ବୃଦ୍ଧି ହେବ।
ସିଂହ:ରବିବାର ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ଯୋଗଦେବେ। ବୁଧ, ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ବଡ଼ ଅର୍ଡର୍ ପାଇବେ। ଶନିବାର ପ୍ରେମ ଜୀବନ ଭଲ ରହିବ।
କନ୍ୟା:ରବିବାର ରାଜନୀତିକ କାର୍ଯ୍ୟ ସଂପନ୍ନ ହେବ। ସୋମ ଓ ମଙ୍ଗଳବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର ବେପାର ଉେଦ୍ୟାଗରେ ଅଧିକ ଲାଭ ପାଇବେ। ଶନିବାର ଇଚ୍ଛା ପୂରଣ ହେବ।
ତୁଳା :ରବିବାର ପରିବର୍ତ୍ତନ ଆପଣଙ୍କ ପକ୍ଷରେ ହେବ। ସୋମ ଓ ମଙ୍ଗଳବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ବୁଧ, ଗୁରୁ ଓ ଶୁକ୍ରବାର ଅର୍ଥର ଅଭାବ ଅନୁଭବ କରିବେ। ଶନିବାର ସ୍ବାସ୍ଥ୍ୟରେ ସୁଧାର ହେବ।
ବିଛା :ରବିବାର ରାଜନେତାଙ୍କ ମାଧ୍ୟମରେ ଲାଭ ପାଇବେ। ସୋମ ଓ ମଙ୍ଗଳବାର ବିକାଶ କାର୍ଯ୍ୟର ଗତି ଦ୍ରୁତ ହେବ। ବୁଧ, ଗୁରୁ ଓ ଶୁକ୍ରବାର ଧାର୍ମିକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଶନିବାର ଖର୍ଚ୍ଚ ବଢ଼ିପାରେ।
ଧନୁ :ରବିବାର ମାନସିକ ଅଶାନ୍ତି ବଢ଼ିବ। ସୋମ ଓ ମଙ୍ଗଳବାର ସରକାରୀ ଓ ସାମାଜିକ କାର୍ଯ୍ୟରେ ପ୍ରଗତି ହେବ। ବୁଧ, ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ଶନିବାର ଧନ ସଂପତ୍ତି ବୃଦ୍ଧି ହେବ।
ମକର :ରବିବାର ପାରିବାରିକ ଜୀବନ ସୁଖଦ ରହିବ। ସୋମ ଓ ମଙ୍ଗଳବାର ନିଜର କର୍ତ୍ତବ୍ୟ ପ୍ରତି ସତର୍କ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର ଧାର୍ମିକ କାର୍ଯ୍ୟରେ ସମୟ ଦେବେ। ଶନିବାର ପଦୋନ୍ନତିର ଖବର ପାଇବେ।
କୁମ୍ଭ:ରବିବାର ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ସୋମ ଓ ମଙ୍ଗଳବାର ନୂତନ ବ୍ୟବସାୟ ଓ ଆୟର ସାଧନ ବନିବ। ବୁଧ, ଗୁରୁ ଓ ଶୁକ୍ରବାର ଉଚ୍ଚାଧିକାରୀଙ୍କ ପ୍ରତି ସାବଧାନ ରହନ୍ତୁ। ଶନିବାର ଭାଗ୍ୟରେ ବୃଦ୍ଧି ହେବ।
ମୀନ :ରବିବାର ପ୍ରିୟଜନ ମିଳନ ହେବ। ସୋମ ଓ ମଙ୍ଗଳବାର ଆଇନଗତ ବିବାଦର ସମାଧାନ ହେବ। ବୁଧ, ଗୁରୁ ଓ ଶୁକ୍ରବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଶନିବାର ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହଯୋଗ ପାଇବେ।