ମେଷ: ରବି ଓ ସୋମବାର ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ଯିବ। ମଙ୍ଗଳ ଓ ବୁଧବାର ଦାମ୍ପତ୍ୟ ଜୀବନ ପ୍ରୀତିକର, ଗୁରୁ ଓ ଶୁକ୍ରବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ, ଶନିବାର ବ୍ୟକ୍ତିତ୍ବ ବିକାଶର ସୁଯୋଗ ରହିଛି।
ବୃଷ: ରବି ଓ ସୋମବାର ଉନ୍ନତିର ନୂଆ ମାର୍ଗ ଖୋଲିବ। ମଙ୍ଗଳ ଓ ବୁଧବାର ଅଫିସ୍‌ରେ ଉତ୍ତମ ପରିବେଶ ପାଇବେ। ଗୁରୁ ଓ ଶୁକ୍ରବାର ରାଜନୀତିକ ଲୋକଙ୍କ ଲାଗି ସମୟ ଭଲ। ଶନିବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ମିଥୁନ: ରବି ଓ ସୋମବାର ମନକୁ ଶାନ୍ତ ରଖନ୍ତୁ। ମଙ୍ଗଳ ଓ ବୁଧବାର ବିଶେଷ କାମରେ ଅନ୍ୟଲୋକଙ୍କ ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର ପଦୋନ୍ନତି ଯୋଗ ରହିଛି। ଶନିବାର ଆପଣଙ୍କ କଥାରେ ଲୋକ ପ୍ରଭାବିତ ହେବେ।
କର୍କଟ: ରବି ଓ ସୋମବାର ମନାନ୍ତର ଦୂରହେବ। ମଙ୍ଗଳ ଓ ବୁଧବାର ଉଚ୍ଚାଧିକାରୀଙ୍କ ପ୍ରତି ସାବଧାନ ରୁହନ୍ତୁ। ଗୁରୁ ଓ ଶୁକ୍ରବାର ରାଜନେତାଙ୍କ ଦ୍ବାରା ଲାଭ ପାଇବେ। ଶନିବାର ବିକାଶ କାର୍ଯ୍ୟର ଗତି ଦ୍ରୁତ ହେବ।

Advertisment

ସିଂହ: ରବି ଓ ସୋମବାର ଲୋକମାନଙ୍କ ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଗୁରୁ ଓ ଶୁକ୍ରବାର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ। ଶନିବାର ବୈବାହିକ ଜୀବନ ସୁଖମୟ ହେବ।

କନ୍ୟା: ରବି ଓ ସୋମବାର ସମସ୍ୟାର ସମାଧାନ ହେବ। ମଙ୍ଗଳ ଓ ବୁଧବାର ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଶନିବାର ଟଙ୍କାପଇସା ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ତୁଳା: ରବି ଓ ସୋମବାର ସାମାଜିକ କାର୍ଯ୍ୟ କରିବେ। ମଙ୍ଗଳ ଓ ବୁଧବାର ଭାବନା ଓ ବ୍ୟବହାରରେ ଭାରସାମ୍ୟ ରଖନ୍ତୁ। ଗୁରୁ ଓ ଶୁକ୍ରବାର କ୍ୟାରିୟର୍‌କୁ ନେଇ ସୁଯୋଗ ପାଇବେ। ଶନିବାର ଭ୍ରମଣ ସୁଖଦ ରହିବ।
ବିଛା: ରବି ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ। ମଙ୍ଗଳ ଓ ବୁଧବାର ବେପାର ଲାଭରୁ ଆର୍ଥିକ ସ୍ଥିତି ଭଲ ହେବ। ଗୁରୁ ଓ ଶୁକ୍ରବାର ଛାତ୍ରଛାତ୍ରୀଙ୍କ ଧ୍ୟାନ ପାଠପଢ଼ାରେ ଲାଗି ରହିବ। ଶନିବାର ସବୁ ଅଶାନ୍ତି ଦୂର ହେବ।
ଧନୁ: ରବି ଓ ସୋମବାର ସମାଜସେବାରୁ ଲାଭ ପାଇବେ। ମଙ୍ଗଳ ଓ ବୁଧବାର ନିଜ କାମରେ ଅଧିକ ପୁଞ୍ଜି ବିନିଯୋଗ। ଗୁରୁ ଓ ଶୁକ୍ରବାର ବିବାଦଠାରୁ ଦୂରେଇ ରୁହନ୍ତୁ। ଶନିବାର ଖର୍ଚ୍ଚ ବୃଦ୍ଧି ହେତୁ ଚିନ୍ତିତ ରହିବେ।
ମକର: ରବି ଓ ସୋମବାର ନୂଆ ଲୋକଙ୍କଠାରୁ ଲାଭ, ମଙ୍ଗଳ ଓ ବୁଧବାର ବନ୍ଧୁଙ୍କ ସହଯୋଗରେ ଯୋଜନା ସଫଳ। ଗୁରୁ ଓ ଶୁକ୍ରବାର ଚାକିରିଜୀବୀ ଭଲ ଖବର ପାଇବେ। ଶନିବାର ଜମି କିମ୍ବା ଗାଡ଼ି କିଣାବିକା ହେବ।
କୁମ୍ଭ: ରବି ଓ ସୋମବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ମଙ୍ଗଳ ଓ ବୁଧବାର ଆମଦାନି ବୃଦ୍ଧି ଲାଗି ଯୋଜନା କରିପାରନ୍ତି। ଗୁରୁ ଓ ଶୁକ୍ରବାର କାର୍ଯ୍ୟରେ ସଫଳତା ପାଇବେ। ଶନିବାର ପାରିବାରିକ ଜୀବନ ସୁଖମୟ ହେବ।
ମୀନ: ରବି ଓ ସୋମବାର ମୁରବିଙ୍କ ପରାମର୍ଶ ଫଳପ୍ରଦ ହେବ। ମଙ୍ଗଳ ଓ ବୁଧବାର ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର କିଛି କାମରେ ଅଧିକ ସମୟ ଲାଗିପାରେ। ଶନିବାର ଆର୍ଥିକ ସ୍ଥିତିରେ ପ୍ରଗତି ହେବ।

horoscope