ମେଷ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ସାମାଜିକ ସଂଗଠନରେ ଥିବା ଲୋକଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ହେବ।
ବୃଷ: ଆପଣଙ୍କ ପାଖକୁ ଏଭଳି କାମ ଆସିବ ଯାହା ଦ୍ବାରା ଧନଲାଭ ହେବ। ଜୀବନସାଥୀ ଆପଣଙ୍କ ଇଚ୍ଛା ପୂରା କରିବେ। ଘର ମରାମତି ପାଇଁ ଦିନଟି ଶୁଭ।
ମିଥୁନ: ବ୍ୟବସାୟରେ ସାହସର ସହ କାମ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାରରେ ଦାୟିତ୍ବ ବଢ଼ିବ। ରାଜନେତା ଲୋକମାନଙ୍କ ସହ ତାଳମେଳ ରଖନ୍ତୁ।
କର୍କଟ: କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇପାରେ। ଧ୍ୟାନ ଦେଇ କାମ ପୂରା କରିବାକୁ ଚେଷ୍ଟା କରନ୍ତୁ। ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ।
ସିଂହ: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ବ୍ୟବସାୟରେ ଉନ୍ନତି ହେବ। ଅଫିସରେ ନୂଆ କାମର ଦାୟିତ୍ବ ମିଳିପାରେ। ପ୍ରେମ ସମ୍ବନ୍ଧରେ ମଧୁରତା ବଜାୟ ରହିବ।
କନ୍ୟା: ଚାକିରି ବ୍ୟବସାୟରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଦୂରତ୍ବ ସମାପ୍ତ ହେବ। ମହିଳାମାନେ ଜିନିଷ କିଣିବା ଲାଗି ସହରକୁ ଯାଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ।
ତୁଳା: ସକାରାତ୍ମକ ବିଚାର କ୍ୟାରିଅରକୁ ନୂଆ ଦିଶା ଦେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ବାଲ୍ୟବନ୍ଧୁ ସହ ସାକ୍ଷାତ ହେବ। ଭ୍ରମଣର ଯୋଜନା ପ୍ରସ୍ତୁତ କରିବେ।
ବିଛା: କାମରେ ଆପଣ ସକ୍ରିୟ ରହିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ଅନାବଶ୍ୟକ ଭ୍ରମଣ ବର୍ଜନ କରନ୍ତୁ। ଛାତ୍ରଙ୍କୁ ଲେଖାପଢ଼ାରେ ସିନିଅରଙ୍କର ସାହାଯ୍ୟ ମିଳିବ।
ଧନୁ: ବାପାମାଆଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଧନଲାଭର ଯୋଗ ରହିଛି। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ।
ମକର: କ୍ୟାରିଅର ଲାଗି ଦିନଟି ବହୁତ ଭଲ। ଆପଣଙ୍କ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।
କୁମ୍ଭ: ଜୀବନରେ ନୂଆ ସଫଳତା ହାସଲ କରିବେ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ସାମାଜିକ କାର୍ଯ୍ୟରେ ସଫଳତା ପାଇବେ।
ମୀନ: ସବୁ କିଛି ଆପଣଙ୍କ ମନ ମୁତାବକ ହୋଇନପାରେ। ନିକଟ ସଂପର୍କୀୟ ଆପଣଙ୍କର ଲକ୍ଷ୍ୟଭ୍ରଷ୍ଟ କରିବେ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ଆସିବ।