ମେଷ: ରବି ଓ ସୋମବାର ଉପରିସ୍ଥ କର୍ମଚାରୀଙ୍କ ସହିତ କଥାବାର୍ତ୍ତା କରି ନିଜ ପ୍ରଶ୍ନର ଉତ୍ତର ପାଇବେ। ମଙ୍ଗଳ ଓ ବୁଧବାର ଜମିରେ ନିବେଶ କରନ୍ତୁ ଲାଭ ପାଇବେ। ଗୁରୁ, ଶୁକ୍ର ଓ ଶନିବାର ସମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ।

Advertisment

ବୃଷ: ରବି ଓ ସୋମବାର ପାରିବାରିକ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର ପ୍ରିୟଜନଠାରୁ ସୁଖବର ପାଇବେ। ଗୁରୁ, ଶୁକ୍ର ଓ ଶନିବାର କ୍ୟାରିୟର୍‌ ସମ୍ବନ୍ଧରେ ଭଲ ସୁଯୋଗ ପାଇବେ।

ମିଥୁନ: ରବି ଓ ସୋମବାର ଆପଣଙ୍କ ଭିତ‌ରେ ଧାର୍ମିକ ପ୍ରବୃତ୍ତିର ବିକାଶ ହେବ। ମଙ୍ଗଳ ଓ ବୁଧବାର ଅଫିସ୍‌ରେ ନୂଆ କାମ ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର ଶିକ୍ଷା ଓ କଳା ସହ ସଂପର୍କିତ କାର୍ଯ୍ୟରେ ପ୍ରଗତି ହେବ।

କର୍କଟ: ରବି ଓ ସୋମବାର କୌଣସି କାମ ପାଇଁ ଚିନ୍ତା କରିବେ। ମଙ୍ଗଳ ଓ ବୁଧବାର ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବେ। ଗୁରୁ, ଶୁକ୍ର ଓ ଶନିବାର ଚିଡ଼ିଚିଡ଼ାପଣ ଦୂର କରିବାକୁ ଚେଷ୍ଟା କରନ୍ତୁ।

ସିଂହ: ରବି ଓ ସୋମବାର ନୂଆଲୋକଙ୍କ ସହିତ ମିଶନ୍ତୁ ଲାଭ ପାଇବେ। ମଙ୍ଗଳ ଓ ବୁଧବାର ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ଗୁରୁ, ଶୁକ୍ର ଓ ଶନିବାର ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।

କନ୍ୟା: ରବି ଓ ସୋମବାର ଅତ୍ୟଧିକ ଆତ୍ମବିଶ୍ବାସରୁ ନିବୃତ୍ତ ରହନ୍ତୁ। ମଙ୍ଗଳ ଓ ବୁଧବାର ନୂଆ କାରବାରର ରୂପରେଖ ପ୍ରସ୍ତୁତ କରିବେ। ଗୁରୁ, ଶୁକ୍ର ଓ ଶନିବାର ଜୀବନସାଥୀଠାରୁ ଖୁସି ଖବର ପାଇବେ।

ତୁଳା: ରବି ଓ ସୋମବାର କୌଣସି ବ୍ୟକ୍ତିଙ୍କଠାରୁ ଆଶାଠୁ ଅଧିକ ଲାଭ ପାଇବେ। ମଙ୍ଗଳ ଓ ବୁଧବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟାକରନ୍ତୁ। ଗୁରୁ, ଶୁକ୍ର ଓ ଶନିବାର ପରିବାରରେ ଆନନ୍ଦଉଲ୍ଲାସ ରହିବ।

ବିଛା: ରବି ଓ ସୋମବାର ସଂପତ୍ତି ବୃଦ୍ଧି ପାଇଁ ଯୋଜନା ସଫଳ ହେବ। ମଙ୍ଗଳ ଓ ବୁଧବାର ଅଫିସ୍‌ରେ ସବୁ ଲୋକଙ୍କ ସହିତ ଭଲ ତଳାମେଳ ରହିବ। ଗୁରୁ, ଶୁକ୍ର ଓ ଶନିବାର ପାରିବାରିକ ସମସ୍ୟା ସମାଧାନ ବାହାରିବ।

ଧନୁ: ରବି ଓ ସୋମବାର ବିଶେଷ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ମଙ୍ଗଳ ଓ ବୁଧବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ। ଗୁରୁ, ଶୁକ୍ର ଓ ଶନିବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ।

ମକର: ରବି ଓ ସୋମବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ମଙ୍ଗଳ ଓ ବୁଧବାର ବୈବାହିକ ଜୀବନ ଖୁସିଭରା ରହିବ। ଗୁରୁ, ଶୁକ୍ର ଓ ଶନିବାର ଗ୍ରାଫିକ୍‌ ଡିଜାଇନର୍‌ଙ୍କ ଲାଗି ସମୟ ବହୁତ ଭଲ।

କୁମ୍ଭ: ରବି ଓ ସୋମବାର ପ୍ରିୟଜନ ସହିତ ଲାଗି ରହିଥିବା ମନାନ୍ତର ଦୂରହେବ। ମଙ୍ଗଳ ଓ ବୁଧବାର ସ୍ବ‌ାସ୍ଥ୍ୟ ଲାଭ ପାଇଁ ପ୍ରତିଦିନ ବ୍ୟାୟାମ ବା ଯୋଗାସନ କରନ୍ତୁ। ଗୁରୁ, ଶୁକ୍ର ଓ ଶନିବାର ଭାବିଥିବା କାମ ପୂରା ହେବ।

ମୀନ: ରବି ଓ ସୋମବାର ଜୀବନ ପ୍ରତି ଦୃଷ୍ଟିକୋଣ ସକାରାତ୍ମକ ରହିବ। ମଙ୍ଗଳ ଓ ବୁଧବାର ବୁଦ୍ଧିମତ୍ତାରେ ବିରୋଧୀମାନଙ୍କୁ ଦୂରେଇ ରଖିବେ। ଗୁରୁ, ଶୁକ୍ର ଓ ଶନିବାର ପୂର୍ବକଥାକୁ ନେଇ ମନସ୍ତାପରେ ରହିବେ।