ଆସନ୍ତା ବର୍ଷ ଭାରତରେ ସାଂଘାତିକ ହେବ କରୋନା ସ୍ଥିତି, ଦିନକୁ  ଯୋଗ ହେବେ ୨.୮୭ ଲକ୍ଷ ନୂଆ ସଂକ୍ରମିତ

ଭୁବନେଶ୍ବର : ସମଗ୍ର ବିଶ୍ବରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଛି । ଭାରତରେ ଏହା ଦ୍ରୁତଗତିରେ ବଢି ସାଢେ ସାତଲକ୍ଷ ଛୁଇଁଲାଣି । ଭାରତରେ ଦିନକୁ ଏବେ ହାରାହାରି ୨୦ରୁ ୨୫ ହଜାର ନୂଆ ସଂକ୍ରମିତ ଯୋଗ ହେଉଛନ୍ତି । ସ୍ଥିତି ଦିନକୁ ଦିନ ଅଧିକ ଚିନ୍ତାଜନକ ହେଉଛି ।

ଏପରି ସମୟରେ ଆମେରିକାର ପ୍ରସିଦ୍ଧ ମାସାଚୁସେଟ୍ସ ଇନଷ୍ଟିଚୁଟ ଅଫ ଟେକନଲୋଜୀ ବା ଏମଆଇଟିର ଏକ ଗବେଷଣା ରିପୋର୍ଟ ଆସିଛି । ଏହି ରିପୋର୍ଟରେ ଡରାଇବା ଭଳି କଥା କୁହାଯାଇଛି । ଏପରି ପୂର୍ବାନୁମାନ କରାଯାଇଛି, ଯାହାକୁ ପଢିଲେ ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ସରକାର ମଧ୍ୟ ଆତଙ୍କିତ ହୋଇପଡ଼ିବେ । ଏହି ରିପୋର୍ଟ ଅନୁସାରେ ଯଦି କୌଣସି ଟୀକା ନବାହାରିଲା ତେବେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା କେବଳ ଭାରତରେ ଦିନକୁ ୨ ଲକ୍ଷ ୮୭ ହଜାର ନୂଆ ସଂକ୍ରମଣ ମାମଲା ଦେଖାଯିବ ।

ଏହି ଗବେଷଣା କରିବାକୁ ଏମଆଇଟି ପକ୍ଷରୁ ୮୭ଟି ଦେଶରୁ ତଥ୍ୟ ସଂଗ୍ରହ କରାଯାଇ ଏକ ଗାଣିତିକ ମଡେଲ ପ୍ରସ୍ତୁତ କରାଯାଇଛି । ଏହି ମଡେଲ ଅନୁସାରେ ମାର୍ଚ୍ଚ ୨୦୨୧ ସୁଦ୍ଧା ସମଗ୍ର ବିଶ୍ବରେ ଭାରତ ସବୁଠାରୁ ଅଧିକ ପ୍ରଭାବିତ ଦେଶରେ ପରିଣତ ହେବ । ଭାରତରେ ଦିନକୁ ୨ ୨ ଲକ୍ଷ ୮୭ ହଜାର ନୂଆ ସଂକ୍ରମଣ ମାମଲା ଦେଖାଯିବ । ଭାରତ ପଛକୁ ଆମେରିକା, ଦକ୍ଷିଣ ଆଫ୍ରିକା, ଇରାନ, ଇଣ୍ଡୋନେସିଆ, ବ୍ରିଟେନ, ନାଇଜେରିଆ, ତୁର୍କୀ, ଫ୍ରାନ୍ସ ଓ ଜର୍ମାନୀ ରହିବେ ।

ସମ୍ବନ୍ଧିତ ଖବର