ଏଚ୩ଏନ୨ ଋତୁକାଳୀନ, ସଂକ୍ରମଣ ସ୍ୱାଭାବିକ: ସରକାରୀ ସୂତ୍ର

ନୂଆଦିଲ୍ଲୀ: ଏଚ୩ଏନ୨ ହେଉଛି ଏକ ଋତୁକାଳୀନ ସଂକ୍ରମଣ। ସଂକ୍ରମଣ ମାମଲା ବୃଦ୍ଧି ସ୍ୱାଭାବିକ। ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟାଇଥିବା ଇନଫ୍ଲୁଏଞ୍ଜା ଏ ଭୂତାଣୁର ଉପପ୍ରଜାତି ହେଉଛି ଏଚ୍‌୩ଏନ୍‌୨। ତେବେ ଏହା ଋତୁକାଳୀନ ଏବଂ ଏହାର ସଂକ୍ରମଣ ବୃଦ୍ଧି ଏକ ସ୍ୱାଭାବିକ ଘଟଣା।

ଶ୍ୱାସକ୍ରିୟା ଜନିତ ଭୂତାଣୁ ସଂକ୍ରମଣରେ ଦେଶର ୩ଟି ରାଜ୍ୟରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଚ୩ଏନ୨ର ଲକ୍ଷଣ ହେଉଛି ଜ୍ୱର, କାଶ, ଥଣ୍ଡା, ଗଳାରେ ଯନ୍ତ୍ରଣା, ନାକରୁ ପାଣି ବାହାରିବା ଇତ୍ୟାଦି।

ଆଇସିଏମଆର ନିକଟରେ ଏକ ଆଡଭାଇଜରି ଜାରି କରି ଲୋକଙ୍କୁ ଏହି ଇନଫ୍ଲୁଏଞ୍ଜା ପ୍ରକୋପରେ ନିଜେ ନିଜେ (ବିନା ଡାକ୍ତରଙ୍କ ପରାମର୍ଶରେ) ଔଷଧ ଏବଂ ଆଣ୍ଟିବାୟୋଟିକ ବ୍ୟବହାରରୁ ଦୂରେଇ ରହିବାକୁ କହିଛି। ଏଥିସହ ଫ୍ଲୁ ଟିକାର ମୂଲ୍ୟକୁ ଯୁକ୍ତିଯୁକ୍ତ କରିବା ପ୍ରସଙ୍ଗରେ ସରକାର ବର୍ତ୍ତମାନ ଚିନ୍ତା କରି ନଥିବା ଏହି ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର