କରୋନାକୁ ହରାଇଲେ କର୍ଣ୍ଣାଟକର ଶତାୟୁ ମହିଳା

ବାଙ୍ଗାଲୁରୁ : କର୍ଣ୍ଣାଟକ ବେଲାରୀ ଜିଲ୍ଲାର ଜଣେ ଶତାୟୁ ବୃଦ୍ଧା କରୋନାକୁ ହରାଇଦେଇଛନ୍ତି । ତାଙ୍କ ନାଁ ହେଉଛି ହଲ୍ଲାମ୍ମା । ସେ ବେଲାରୀ ଜିଲ୍ଲା ହୁବିନା ହାଡାଗାଲି ଟାଉନର ବାସିନ୍ଦା । କରୋନାରୁ ଆରୋଗ୍ୟ ହେବା ପରେ ସେ ଏହି ରୋଗରୁ ଆରୋଗ୍ୟ ହେବାରେ କର୍ଣ୍ଣାଟକର ସବୁଠୁ ବୟସ୍କ ବ୍ୟକ୍ତିରେ ପରିଣତ ହୋଇଛନ୍ତି ।

ଗଣମାଧ୍ୟମକୁ ସେ କହିଛନ୍ତି ଯେ ଡାକ୍ତରମାନେ ତାଙ୍କୁ ଭଲଭାବେ ଚିକିତ୍ସା କଲେ । ସେଥିପାଇଁ ସେ ଅରୋଗ୍ୟ ହେଲେ । ଏବେ ସେ ସୁସ୍ଥ ଅଛନ୍ତି ।
ହଲ୍ଲାମ୍ମାଙ୍କ ପରିବାରର ବଡ଼ ପୁଅ ପ୍ରଥମେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ହଲ୍ଲାମ୍ମାଙ୍କ ସମେତ ପରିବାରର ସମସ୍ତେ କରୋନା ସଂକ୍ରମିତ ହୋଇଯାଇଥିଲେ । ତେବେ ସେ ତାଙ୍କର ବୟସ ଅଧିକ ହୋଇଥିବାରୁ ତାଙ୍କୁ ନେଇ ପରିବାର ଲୋକେ ଚିନ୍ତିତ ଥିଲେ । କିନ୍ତୁ ଏବେ ସେ ସୁସ୍ଥ ହେବା ପରେ ଆଶ୍ୱସ୍ତି ପ୍ରକାଶ ପାଇଛି ।

ଶୁକ୍ରବାରଦିନ କର୍ଣ୍ଣାଟକରେ ୫ ହଜାର କରୋନା ମାମଲା ଚିହ୍ନଟ ହୋଇଛି । ଏହା ଫଳରେ ରାଜ୍ୟର ମୋଟ ସଂକ୍ରମିତ ସଂଖ୍ୟା ୮୫ ହଜାର ଟପିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୧୭୨୬ରେ ପହଞ୍ଚିଛି ।
କରୋନା ସଂକ୍ରମଣରେ ବୟସ୍କ ଲୋକମାନଙ୍କ ପ୍ରତି ଅଧିକ ବିପଦ ରହୁଛି । ତେବେ ହଲ୍ଲାମ୍ମା ଆରୋଗ୍ୟ ହେବା ଏକ ଚମତ୍କାର ସଦୃଶ ହୋଇଛି ।

ସମ୍ବନ୍ଧିତ ଖବର