କୃଷକଙ୍କ ତୀବ୍ର ବିରୋଧ ପରେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କିଷାନ ମହାପଞ୍ଚାୟତ ବାତିଲ

କର୍ନାଲ : ହରିୟାଣାର କର୍ନାଲ ଜିଲ୍ଲା ସ୍ଥିତ କାଇମଲା ଗ୍ରାମରେ ହେବାକୁ ଥିବା କୃଷକ ମହାପଞ୍ଚାୟତ ଆନ୍ଦୋଳନକାରୀ କୃଷକମାନଙ୍କ ପ୍ରବଳ ବିରୋଧ ଯୋଗୁଁ ରଦ୍ଦ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଯୋଗ ଦେଇ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନର ଉପକାରିତା ସମ୍ପର୍କରେ ଭାଷଣ ଦେବାର ଥିଲା ।

ତେବେ ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ହିଁ ଆନ୍ଦୋଳକାରୀ କୃଷକମାନେ ସେଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘଟଣାସ୍ଥଳରେ ଭଙ୍ଗାରୁଜା କରିଥିଲେ । ଏହା ପୂର୍ବରୁ ଆନ୍ଦୋଳନକାରୀମାନେ ଗାଁ ଅଭିମୁଖେ ଆସୁଥିବାବେଳେ ସେମାନଙ୍କୁ ଘଉଡ଼ାଇବାକୁ ପୁଲିସ ପକ୍ଷରୁ ଲୁହବୁହା ବାଷ୍ପ ଓ ପାଣି ସ୍ଫ୍ରେ କରାଯାଇଥିଲା । ଏହା ସତ୍ତ୍ବେ କୃଷକମାନେ ସଭାସ୍ଥଳରେ ପହଞ୍ଚି ମଞ୍ଚ, ଚୌକି, ଟେବୁଲ, ଆଦିକୁ ଭାଙ୍ଗିଦେଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିଲା । ଏତିକିରେ ଆନ୍ଦୋଳକାରୀମାନେ ଶାନ୍ତି ପଡ଼ିନଥିଲେ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଓହ୍ଲାଇବାକୁ ଥିବା ଅସ୍ଥାୟୀ ହେଲିପ୍ୟାଡକୁ ମଧ୍ୟ ନଷ୍ଟ କରିଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ବିରୋଧ କରାଯିବ ବୋଲି ଭାରତୀୟ କିଷାନ ୟୁନିୟନ ପକ୍ଷରୁ ବିରୋଧ କରାଯିବ ବୋଲି ପୂର୍ବରୁ କୁହାଯାଇଥିଲା ।

ସମ୍ବନ୍ଧିତ ଖବର