କୃଷକ କଲେ ବିଶ୍ୱ ରେକର୍ଡ, ଜମିରୁ ଉତ୍ପାଦିତ ହେଲା ୧୦ କୁଇଣ୍ଟାଲର କଖାରୁ

ନ୍ୟୁୟର୍କ: ରେକର୍ଡ କଲେ କୃଷକ | କୃଷକଙ୍କ ପରିଶ୍ରମ ଓ ଯତ୍ନ ଯୋଗୁଁ ତାଙ୍କ ଜମିରେ ଫଳିଛି ବିଶ୍ୱର ସବୁଠାରୁ ଓଜନିଆ କଖାରୁ | ମିଳିଥିବା ସୂଚନା ମୁତାବକ ଏହି ଆମେରିକୀୟ କୃଷକଙ୍କ କଖାରୁର ଓଜନ ପ୍ରାୟ ଦଶ କ୍ୱିଣ୍ଟାଲ ହୋଇଥିବାବେଳେ ଏହି କଖାରୁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି | ଏହି କଖାରୁର ଫଟୋ ପୋଷ୍ଟ ହେବା ମାତ୍ରେ ଏଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଏହି କଖାରୁର ଆକାର ଏବଂ ଓଜନ ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଆମେରିକାର ଓହିଓରେ ଏଭଳି ଏକ କଖାରୁ ଦେଖିବାକୁ ମିଳିଛି | ଖବର ଅନୁଯାୟୀ, ଦୁଇ ଜଣ କୃଷକ ଏହି କଖାରୁ ଉତ୍ପାଦନ କରିଛନ୍ତି | ଦୁଇ କୃଷକଙ୍କ ନାମ ଟଡ୍ ଏବଂ ଡୋନା ସ୍କିନର୍ ହୋଇଥିବାବେଳେ ଉଭୟ ଗତ ୩୦ ବର୍ଷ ଧରି କଖାରୁ ଚାଷ କରିଆସୁଛନ୍ତି | ଉଭୟ କୃଷକ ଚାହୁଁଥିଲେ ଯେ କିଭଳି ତାଙ୍କ ଜମିରେ ସବୁଠାରୁ ବଡ କଖାରୁ ଚାଷ କରାଯାଇପାରିବ |

ଏହି ଚେଷ୍ଟାରେ ସେମାନେ ଲାଗିପଡ଼ିଥିଲେ | ଆଉ ଶେଷରେ ସେମାନଙ୍କର କଠିନ ପରିଶ୍ରମ ଯୋଗୁଁ ତାଙ୍କ ଜମିରେ ୨୧୬୪ ପାଉଣ୍ଡ ଅର୍ଥାତ ୧୦୦୦ କିଲୋଗ୍ରାମର କଖାରୁ ଫଳିଥିଲା | ଯେତେବେଳେ ଡବଲିନରେ ଚାଲିଥିବା ପନିପରିବା ପ୍ରତିଯୋଗିତାରେ କଖାରୁ ପ୍ରଦର୍ଶନ କରିଥିଲେ, ଏହା ବିଶ୍ୱ ରେକର୍ଡରେ ସାମିଲ ହୋଇଥିଲା |

ସମ୍ବନ୍ଧିତ ଖବର